ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ଏଭଳି ବିଚିତ୍ର ସ୍ଥିତିକୁ ନେଇ ଚାଇନା ଉପରେ ସାରା ଦୁନିଆରେ ସନ୍ଦେହ ବଢ଼ିବା ସହ ନାନା ଚର୍ଚ୍ଚା ହେଉଛି। କରୋନାରେ ସଂକ୍ରମିତ ଓ ଆରୋଗ୍ୟଙ୍କ ସଂଖ୍ୟାରୁ ଏଭଳି ସନ୍ଦେହ ଏବଂ ଚର୍ଚ୍ଚା ସୃଷ୍ଟି ହେଉଛି। ବିଶେଷକରି ଚାଇନା ସହ ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ ଆଦି ଦେଶକୁ ତୁଳନା କଲେ ନାନା ପ୍ରଶ୍ନ ଉଠୁଛି।

ସୋମବାର ରାତି ୧୧ଟା ସୁଦ୍ଧା ଚାଇନାରେ ମୋଟ ୮୧ ହଜାର ୪୭୦ ଜଣ ସଂକ୍ରମିତ ହୋଇଥିବାବେଳେ ସେଥରୁ ୭୫ ହଜାର ୭୦୭ଜଣ ଅର୍ଥାତ୍‌ ୯୩% ଆରୋଗ୍ୟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆମେରିକାରେ ୧ ଲକ୍ଷ ୫୨ ହଜାର ୬୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ହଜାର ୨୧୧ ଜଣ ଅର୍ଥାତ୍‌ ୩% ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚାଇନାଠାରୁ ଆମେରିକା ଯଥେଷ୍ଟ ଆଗରେ ଥିବା ସତ୍ତ୍ୱେ ଆରୋଗ୍ୟଙ୍କ ସଂଖ୍ୟାରେ ବ୍ୟାପକ ତଫାତ୍‌ ବିଶ୍ୱବାସୀଙ୍କୁ ଯେତିକି ଚିନ୍ତା ପକାଇଛି ସେତିକି ଭିନ୍ନ ଭିନ୍ନ ଚିନ୍ତା କରିବାକୁ ବାଧ୍ୟ କରୁଛି। ଅନ୍ୟ ଦେଶଗୁଡ଼ିକର ଆରୋଗ୍ୟଙ୍କ ସଂଖ୍ୟାକୁ ଦେଖିଲେ ଇଟାଲୀରେ ୧୪%, ସ୍ପେନରେ ୨୦%, ଜର୍ମାନୀରେ ୧୪%, ଫ୍ରାନ୍ସରେ ୧୮%, ଇରାନରେ ୩୪%, ଦକ୍ଷିଣ କୋରିଆରେ ୫୪%, ପାକିସ୍ତାନରେ ୪% ଓ ଭାରତରେ ୧୦% ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବ୍ରିଟେନରେ ଆରୋଗ୍ୟଙ୍କ ସ୍ଥିତି ଅତି ନିରୁତ୍ସାଜନକ ରହିଛି। ଏଠାରେ ମାତ୍ର ୦.୬୦୯% ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି। ଇଟାଲୀରେ ସୋମବାର ୮୧୨ ଜଣ ଆଖିବୁଜିବା ସହ ମୃତ୍ୟୁସଂଖ୍ୟା ହୋଇଛି ୧୧ ହଜାର ୫୯୧। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି।
ଉଦ୍‌ବେଗଜନକ ବିଷୟ ହେଉଛି ସୁସ୍ଥମାନଙ୍କ କ୍ଷେତ୍ରରେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। କରୋନା ଭାଇରସ୍‌ର ଯେଭଳି ଠିକ୍‌ ଔଷଧ ଓ ଉପଚାର ବାହାରିପାରିନାହିଁ ସେଭଳି ଏହାର ଲକ୍ଷଣଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇପାରୁନାହିଁ। ଅନେକ କ୍ଷେତ୍ରରେ କରୋନା ସଂକ୍ରମିତ ବୋଲି ବହୁ ବିଳମ୍ବରେ ଜଣାପଡ଼ୁଛି। ସୁସ୍ଥ ହୋଇଥିବା ଲୋକ କିଛିଦିନ ପରେ ପୁଣି କରୋନା ସଂକ୍ରମିତ ହେବା ଏବଂ ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ହଂକଂର ଏକ ହସ୍ପିଟାଲ କର୍ତ୍ତୃପକ୍ଷ କରୋନାରୁ ଆରୋଗ୍ୟ ହୋଇଥିବା ୧୨ଜଣଙ୍କ ଉପରେ ନଜର ରଖିଥିଲେ। ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ଫୁସ୍‌ଫୁସ୍‌ କାର୍ଯ୍ୟଦକ୍ଷତା ୨୦ରୁ ୩୦% ହ୍ରାସ ହୋଇଥିବା ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ସଙ୍ଗ୍‌-ତକ୍‌-ଇନ କହିଛନ୍ତି। ଏଥରୁ ଏହି ଭୂତାଣୁ କେତେ ସଂଘାତିକ ତାହା ସ୍ପଷ୍ଟ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri