ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଥିବାବେଳେ ଅନ୍ୟ ଦେଶଗୁଡ଼ିକରେ ଜୀବନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ଏଭଳି ବିଚିତ୍ର ସ୍ଥିତିକୁ ନେଇ ଚାଇନା ଉପରେ ସାରା ଦୁନିଆରେ ସନ୍ଦେହ ବଢ଼ିବା ସହ ନାନା ଚର୍ଚ୍ଚା ହେଉଛି। କରୋନାରେ ସଂକ୍ରମିତ ଓ ଆରୋଗ୍ୟଙ୍କ ସଂଖ୍ୟାରୁ ଏଭଳି ସନ୍ଦେହ ଏବଂ ଚର୍ଚ୍ଚା ସୃଷ୍ଟି ହେଉଛି। ବିଶେଷକରି ଚାଇନା ସହ ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ ଆଦି ଦେଶକୁ ତୁଳନା କଲେ ନାନା ପ୍ରଶ୍ନ ଉଠୁଛି।

ସୋମବାର ରାତି ୧୧ଟା ସୁଦ୍ଧା ଚାଇନାରେ ମୋଟ ୮୧ ହଜାର ୪୭୦ ଜଣ ସଂକ୍ରମିତ ହୋଇଥିବାବେଳେ ସେଥରୁ ୭୫ ହଜାର ୭୦୭ଜଣ ଅର୍ଥାତ୍‌ ୯୩% ଆରୋଗ୍ୟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆମେରିକାରେ ୧ ଲକ୍ଷ ୫୨ ହଜାର ୬୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ହଜାର ୨୧୧ ଜଣ ଅର୍ଥାତ୍‌ ୩% ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଚାଇନାଠାରୁ ଆମେରିକା ଯଥେଷ୍ଟ ଆଗରେ ଥିବା ସତ୍ତ୍ୱେ ଆରୋଗ୍ୟଙ୍କ ସଂଖ୍ୟାରେ ବ୍ୟାପକ ତଫାତ୍‌ ବିଶ୍ୱବାସୀଙ୍କୁ ଯେତିକି ଚିନ୍ତା ପକାଇଛି ସେତିକି ଭିନ୍ନ ଭିନ୍ନ ଚିନ୍ତା କରିବାକୁ ବାଧ୍ୟ କରୁଛି। ଅନ୍ୟ ଦେଶଗୁଡ଼ିକର ଆରୋଗ୍ୟଙ୍କ ସଂଖ୍ୟାକୁ ଦେଖିଲେ ଇଟାଲୀରେ ୧୪%, ସ୍ପେନରେ ୨୦%, ଜର୍ମାନୀରେ ୧୪%, ଫ୍ରାନ୍ସରେ ୧୮%, ଇରାନରେ ୩୪%, ଦକ୍ଷିଣ କୋରିଆରେ ୫୪%, ପାକିସ୍ତାନରେ ୪% ଓ ଭାରତରେ ୧୦% ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବ୍ରିଟେନରେ ଆରୋଗ୍ୟଙ୍କ ସ୍ଥିତି ଅତି ନିରୁତ୍ସାଜନକ ରହିଛି। ଏଠାରେ ମାତ୍ର ୦.୬୦୯% ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି। ଇଟାଲୀରେ ସୋମବାର ୮୧୨ ଜଣ ଆଖିବୁଜିବା ସହ ମୃତ୍ୟୁସଂଖ୍ୟା ହୋଇଛି ୧୧ ହଜାର ୫୯୧। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି।
ଉଦ୍‌ବେଗଜନକ ବିଷୟ ହେଉଛି ସୁସ୍ଥମାନଙ୍କ କ୍ଷେତ୍ରରେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। କରୋନା ଭାଇରସ୍‌ର ଯେଭଳି ଠିକ୍‌ ଔଷଧ ଓ ଉପଚାର ବାହାରିପାରିନାହିଁ ସେଭଳି ଏହାର ଲକ୍ଷଣଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇପାରୁନାହିଁ। ଅନେକ କ୍ଷେତ୍ରରେ କରୋନା ସଂକ୍ରମିତ ବୋଲି ବହୁ ବିଳମ୍ବରେ ଜଣାପଡ଼ୁଛି। ସୁସ୍ଥ ହୋଇଥିବା ଲୋକ କିଛିଦିନ ପରେ ପୁଣି କରୋନା ସଂକ୍ରମିତ ହେବା ଏବଂ ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ହଂକଂର ଏକ ହସ୍ପିଟାଲ କର୍ତ୍ତୃପକ୍ଷ କରୋନାରୁ ଆରୋଗ୍ୟ ହୋଇଥିବା ୧୨ଜଣଙ୍କ ଉପରେ ନଜର ରଖିଥିଲେ। ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ଫୁସ୍‌ଫୁସ୍‌ କାର୍ଯ୍ୟଦକ୍ଷତା ୨୦ରୁ ୩୦% ହ୍ରାସ ହୋଇଥିବା ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ସଙ୍ଗ୍‌-ତକ୍‌-ଇନ କହିଛନ୍ତି। ଏଥରୁ ଏହି ଭୂତାଣୁ କେତେ ସଂଘାତିକ ତାହା ସ୍ପଷ୍ଟ ଅନୁମେୟ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?