ଘରକୁ ଆସିବାକୁ ବିରୋଧ କରିବାରୁ ହତ୍ୟା

ବୁଗୁଡ଼ା,୧୭ା୧୧(ଡି.ଏନ.ଏ.)- କେ.ନୂଆଗାଁ ଥାନା ଦିଗବାରିଣୀ ପାହାଡ଼ ନିକଟସ୍ଥ କେରାଣ୍ଡିମାଳ ଜଙ୍ଗଲରୁ ଶୁକ୍ରବାର ପୋଲିସ ଯଜ୍ଞସେନ ଜେନା (୧୫)ଙ୍କ କଙ୍କାଳ ଉଦ୍ଧାର କରିଥିଲା। ନଂ. ୨୬୫/୧୯ରେ ମାମଲା ରୁଜୁ କରି ବୁଗୁଡ଼ା ପୋଲିସ ଜରଡ଼ା ଥାନା ହରଡ଼ମରାର କୃଷ୍ଣଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖିଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି। କୃଷ୍ଣ ଓ ତାଙ୍କର ଜଣେ ସାଙ୍ଗ ମିଶି ଯଜ୍ଞସେନଙ୍କୁ ପଥରରେ ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସକୁ କହିଛନ୍ତି। ଯଜ୍ଞସେନଙ୍କ ଘରକୁ କୃଷ୍ଣଚନ୍ଦ୍ର ଯିବାଆସିବା କରୁଥିଲେ। ଏହାକୁ ସେ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ଯେ, ଜରଡ଼ା ଥାନା ହରଡ଼ମରାରର ପରମେଶ୍ୱର ଜେନା ବୁଗୁଡ଼ା ଥାନା ଝୋଲରୀର ଅଞ୍ଜଳିଙ୍କୁ ବିବାହ କରି ସେଠାରେ ରହୁଥିଲେ। ୨ବର୍ଷ ପୂର୍ବେ କୃଷ୍ଣଚନ୍ଦ୍ର ଝୋଲରୀ ଆସି ହିଟାଚି ଡ୍ରାଇଭର ଭାବେ କାମ କରୁଥିଲେ। ଏହି ସମୟରେ ପରମେଶ୍ୱରଙ୍କ ବଡ଼ପୁଅ ବାଦଲ କୃଷ୍ଣଙ୍କର ଗାଡ଼ିର ହେଲପର ରୂପେ କାମ କରି ଅନ୍ୟତ୍ର ଯାଉଥିଲେ। ଉଭୟଙ୍କ ପରିବାର ସହ ଭଲ ସମ୍ପର୍କ ଥିଲା। ଗତ ଅଗଷ୍ଟ ୨୯ରେ କୃଷ୍ଣଚନ୍ଦ୍ର ପରମେଶ୍ୱରଙ୍କ ଘରେ ଆସି ୩ରୁ୪ ଦିନ ରହିଥିଲେ। ପରେ ସେପ୍ଟେମ୍ବର ୨ରେ ଯଜ୍ଞସେନଙ୍କୁ ବଡ଼ଭାଇ ବାଦଲ ପାଖରେ ଛାଡ଼ିଦେବି ବୋଲି ନେଇ ଯାଇଥିଲେ। କିଛିଦିନ ପର୍ଯ୍ୟନ୍ତ ଯଜ୍ଞସେନ ନ ଆସିବାରୁ ମା’ ପୁଅ ବିଷୟରେ କୃଷ୍ଣଙ୍କୁ ପଚାରିଥିଲେ। କିନ୍ତୁ ସେ ସେଠାରେ ଠିକ୍‌ ଅଛି ବୋଲି କୃଷ୍ଣଚନ୍ଦ୍ର କଥା ବୁଲାଇଦେଉଥିଲେ। ପରେ ୪୦ ହଜାର ଟଙ୍କା ଦେଇ ପୁଅକୁ ନେଇ ଯାଅ ବୋଲି କୃଷ୍ଣ କହିବାରୁ ପରମେଶ୍ୱର ଟଙ୍କା ଧରି ଯାଇଥିଲେ ମଧ୍ୟ ପୁଅକୁ ପାଇ ନ ଥିଲେ। ମା’ ଅଞ୍ଜଳି ଗୁରୁବାର ଥାନାରେ କୃଷ୍ଣଚନ୍ଦ୍ର ବିରୋଧରେ ଅଭିଯୋଗ କରିଥିଲେ। ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସମେତ କେ.ନୂଆଗାଁ ଆଇଆଇସି କୃଷ୍ଣଚନ୍ଦ୍ରଙ୍କୁ ଧରି କେରାଣ୍ଡିମାଳ ଜଙ୍ଗଲକୁ ଯାଇ ଯଜ୍ଞସେନଙ୍କ କଙ୍କାଳ ଉଦ୍ଧାର କରିଥିଲେ। କୃଷ୍ଣଙ୍କୁ ପଚାରିବାରୁ ସେ ଓ ତାଙ୍କ ସାଙ୍ଗ ମିଶି ଗତ ସେପ୍ଟେମ୍ବର ୫ରେ ଯଜ୍ଞସେନଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କ ସାଙ୍ଗ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?