ଘରକୁ ଆସିବାକୁ ବିରୋଧ କରିବାରୁ ହତ୍ୟା

ବୁଗୁଡ଼ା,୧୭ା୧୧(ଡି.ଏନ.ଏ.)- କେ.ନୂଆଗାଁ ଥାନା ଦିଗବାରିଣୀ ପାହାଡ଼ ନିକଟସ୍ଥ କେରାଣ୍ଡିମାଳ ଜଙ୍ଗଲରୁ ଶୁକ୍ରବାର ପୋଲିସ ଯଜ୍ଞସେନ ଜେନା (୧୫)ଙ୍କ କଙ୍କାଳ ଉଦ୍ଧାର କରିଥିଲା। ନଂ. ୨୬୫/୧୯ରେ ମାମଲା ରୁଜୁ କରି ବୁଗୁଡ଼ା ପୋଲିସ ଜରଡ଼ା ଥାନା ହରଡ଼ମରାର କୃଷ୍ଣଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖିଥିଲା। ଶନିବାର ତାଙ୍କୁ ଗିରଫ କରାଯାଇଛି। କୃଷ୍ଣ ଓ ତାଙ୍କର ଜଣେ ସାଙ୍ଗ ମିଶି ଯଜ୍ଞସେନଙ୍କୁ ପଥରରେ ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସକୁ କହିଛନ୍ତି। ଯଜ୍ଞସେନଙ୍କ ଘରକୁ କୃଷ୍ଣଚନ୍ଦ୍ର ଯିବାଆସିବା କରୁଥିଲେ। ଏହାକୁ ସେ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ଯେ, ଜରଡ଼ା ଥାନା ହରଡ଼ମରାରର ପରମେଶ୍ୱର ଜେନା ବୁଗୁଡ଼ା ଥାନା ଝୋଲରୀର ଅଞ୍ଜଳିଙ୍କୁ ବିବାହ କରି ସେଠାରେ ରହୁଥିଲେ। ୨ବର୍ଷ ପୂର୍ବେ କୃଷ୍ଣଚନ୍ଦ୍ର ଝୋଲରୀ ଆସି ହିଟାଚି ଡ୍ରାଇଭର ଭାବେ କାମ କରୁଥିଲେ। ଏହି ସମୟରେ ପରମେଶ୍ୱରଙ୍କ ବଡ଼ପୁଅ ବାଦଲ କୃଷ୍ଣଙ୍କର ଗାଡ଼ିର ହେଲପର ରୂପେ କାମ କରି ଅନ୍ୟତ୍ର ଯାଉଥିଲେ। ଉଭୟଙ୍କ ପରିବାର ସହ ଭଲ ସମ୍ପର୍କ ଥିଲା। ଗତ ଅଗଷ୍ଟ ୨୯ରେ କୃଷ୍ଣଚନ୍ଦ୍ର ପରମେଶ୍ୱରଙ୍କ ଘରେ ଆସି ୩ରୁ୪ ଦିନ ରହିଥିଲେ। ପରେ ସେପ୍ଟେମ୍ବର ୨ରେ ଯଜ୍ଞସେନଙ୍କୁ ବଡ଼ଭାଇ ବାଦଲ ପାଖରେ ଛାଡ଼ିଦେବି ବୋଲି ନେଇ ଯାଇଥିଲେ। କିଛିଦିନ ପର୍ଯ୍ୟନ୍ତ ଯଜ୍ଞସେନ ନ ଆସିବାରୁ ମା’ ପୁଅ ବିଷୟରେ କୃଷ୍ଣଙ୍କୁ ପଚାରିଥିଲେ। କିନ୍ତୁ ସେ ସେଠାରେ ଠିକ୍‌ ଅଛି ବୋଲି କୃଷ୍ଣଚନ୍ଦ୍ର କଥା ବୁଲାଇଦେଉଥିଲେ। ପରେ ୪୦ ହଜାର ଟଙ୍କା ଦେଇ ପୁଅକୁ ନେଇ ଯାଅ ବୋଲି କୃଷ୍ଣ କହିବାରୁ ପରମେଶ୍ୱର ଟଙ୍କା ଧରି ଯାଇଥିଲେ ମଧ୍ୟ ପୁଅକୁ ପାଇ ନ ଥିଲେ। ମା’ ଅଞ୍ଜଳି ଗୁରୁବାର ଥାନାରେ କୃଷ୍ଣଚନ୍ଦ୍ର ବିରୋଧରେ ଅଭିଯୋଗ କରିଥିଲେ। ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସମେତ କେ.ନୂଆଗାଁ ଆଇଆଇସି କୃଷ୍ଣଚନ୍ଦ୍ରଙ୍କୁ ଧରି କେରାଣ୍ଡିମାଳ ଜଙ୍ଗଲକୁ ଯାଇ ଯଜ୍ଞସେନଙ୍କ କଙ୍କାଳ ଉଦ୍ଧାର କରିଥିଲେ। କୃଷ୍ଣଙ୍କୁ ପଚାରିବାରୁ ସେ ଓ ତାଙ୍କ ସାଙ୍ଗ ମିଶି ଗତ ସେପ୍ଟେମ୍ବର ୫ରେ ଯଜ୍ଞସେନଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କ ସାଙ୍ଗ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri