ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିବ

ବଲାଙ୍ଗୀର ଅଫିସ, ୧୩ା୯-ବଲାଙ୍ଗୀର ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ ହଲଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଆଲୋଚକଭାବେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ ମଧୁସୂଦନ ପତି, ଐତିହାସିକ ପ୍ରଫେସର ଡ, ଶିବପ୍ରସାଦ ନନ୍ଦ, ଗୁଜରାଟ କେନ୍ଦ୍ରୀୟ ବିଶ୍ୱଦ୍ୟାଳୟର ପ୍ରଫେସର ସ୍ମୃତିରଞ୍ଜନ ଧଳ, ରାଜେନ୍ଦ୍ର କଲେଜର ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ମଞ୍ଚାସୀନ ହୋଇଥିଲେ ା ସଭାକୁ କବି ଆନନ୍ଦ କୁମାର ସାହୁ ପରିଚାଳନା କରିଥିଲେ ା ସଭାରେ ବକ୍ତବ୍ୟ ରଖି ଜିଲାପାଳ ଡାକୁଆ ଆଧୁନିକ ସମାଜର ବେଗ ବଢ଼ିଛି ଓ ଆବେଗ କମୁଛି ବୋଲି କହିଥିଲେ ା ଗାନ୍ଧିଜୀ ଦେଶର ସ୍ବାଧୀନତା ଆନ୍ଦୋଳନକୁ ଯେତିକି ଗୁରୁତ୍ୱ ଦେଇଥିଲେ ତା ଠୁ ଢ଼େର ଅଧିକ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି କହିଥିଲେ ା ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗାନ୍ଧୀ ବିଚାର ଉପରେ କହିଥିଲେ ା ବୌଦ୍ଧିକତାଠାରୁ ହୃଦୟ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ା ତେବେ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଗାନ୍ଧୀଙ୍କୁ ଅଧିକ ଆଲୋଚନାର ସାମଗ୍ରୀ ନ କରି ତାଙ୍କ ବିଚାର ଅନୁଯାୟୀ କାର୍ଯ୍ୟ କଲେ ହିଁ ତାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ ା ଗୁଜରାଟରୁ ଆସିଥିବା ପ୍ରଫେସର ଧଳ ଗାନ୍ଧୀଙ୍କ ଜୀବନଯାତ୍ରା, ସ୍ବାଧୀନତା ଆନ୍ଦୋଳନ, ଅର୍ଥନୈତିକ ସ୍ବାଧୀନତା, ମହିଳା ସଶକ୍ତିକରଣ ଉପରେ କହିଥିଲେ। ଚମ୍ପାରନ୍‌ ଆନ୍ଦୋଳନର ଗାନ୍ଧୀ, ହିନ୍ଦ୍‌ସ୍ବରାଜ ଉପରେ ଆଲୋଚନା କରିଥିଲେ ା ଇଂରେଜଙ୍କ ଆଧୁନିକ ଯନ୍ତ୍ର ଓ ବସ୍ତୁବାଦୀ ସଭ୍ୟତା ଓ ଗାନ୍ଧୀଙ୍କ ସତ୍ୟାଗ୍ରହ ଉପରେ ଆଲୋଚନା କରିଥିଲେ ା ଅନ୍ୟତମ ଆଲୋଚକ ପଣ୍ଡା ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ ଗୀତା ଦର୍ଶନ ଓ ଅହିଂସା ଉପରେ ଆଲୋଚନା କରିଥିଲେ ା ଆଲୋଚକ ପାଣ୍ଡିଆ ଗାନ୍ଧୀ ବିଚାରଧାରା ଓ ସାମ୍ପ୍ରତିକ ସମାଜ ଏବଂ ଆଲୋଚକ ପ୍ରଫେସର ଡ. ନନ୍ଦ ଗାନ୍ଧୀଙ୍କ ଶିକ୍ଷା ଓ ସମାଜବାଦୀ ଚିନ୍ତନ ଉପରେ ଆଲୋଚନା କରିଥିଲେ ା ଏହି ସଭାରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ମଧ୍ୟ ଗାନ୍ଧୀଜୀଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri