ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ କୌଶଲ୍ୟା: ଦରଦ୍‌ ଲାଗି ଛଟ୍‌କି ଛାଡୁଛନ୍‌

ଲାଠୋର, ୧୮ା୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀପଡ଼ାର କୌଶଲ୍ୟା ନାଏକ(୫୬)। ସେ ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାରଟା ନିହାତି ଗରିବ୍‌। ଅଭାବ ଅନାଟନ ଲାଗି ତାକର ଉଚ ଚିକିଛା ହେଇ ନାଇଁପାରବାର। ଏନ୍‌ତାଥି ପରିବାର ଲୋକ୍‌ ପରଶାସନକେ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ କଲୋନୀପଡ଼ାର ନରେନ୍ଦ୍ର ନାଏକ। ପରିବାର କହେଲେ ମାଏକିନା କୌଶଲ୍ୟା ଆର ଦୁଇ ପୁଓକେ ନେଇ ହଁସଖୁସିରେ ରହୁଥିଲେ। ୨ ଏକର ଆଟ୍‌ ଜମି ଚାଷ୍‌ବାସ କରି ଜୀବନ୍‌ ଜିବ୍‌କା ଚଲଉଥିଲେ। ଦୁଇପୁଓକୁ ବିହାଚୁରା ବି କରିଛନ୍‌। ବିହାଚୁରା ଉତାରୁ ଦୁଇପୁଓ ଭିନେ ହେଇ ରହୁଥିଲାବେଲେ ବୁରୁଧ୍‌ ଦମ୍ପତି ନିଜର ଝାଟିମାଟି କୁରିଆରେ ମୁଡ଼ ଗୁଁଜିଛନ୍‌। ଏହେଦେ ଜୀବନ୍‌ ଜିବ୍‌କା ଲାଗି ସେମାନକୁ କୁଲିମଜୁରି କରବାକେ ପଡ଼ୁଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ନରେନ୍ଦ୍ର ଆଘର ଲେଖେଁ କାମ୍‌କବାର କରି ନାଇଁପାରବାର। ଏନ୍‌ତାଥି ନରେନ୍ଦ୍ର ସରକାରୀ ଯୋଜନାରେ ମାସିକ ପାଉଥିବାର ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲ ଦମ୍ପତିକୁଁ ନିଅଁଟ ହେଉଛେ। ଦମ୍ପତି ଏନ୍‌ତା ଅଭାବ ଅନାଟନରେ ଚଲୁଥିଲାବେଲେ ଆଏଜ୍‌କେ ୫ ବଛର ତଲେ କୌଶଲ୍ୟାକଁର ବେଁକେ ଗୁଟେ ଛୋଟ ବଥ ହେଇଥିଲା। ସେଟା ଦିନୁଦିନ୍‌କେ ବଢ୍‌ତେଲ ଗଲା। ନରେନ୍ଦ୍ର ଧାରଉଧାର କରି କୌଶଲ୍ୟାକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁହେଲା। ଶେଷେ ଭୁବନେଶ୍ୱରରେ ଥିବାର ଆଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)କେ ନେଇ ଚିକିଛା କଲେ। ପରୀକ୍ଷା ନିରୀକ୍ଷାରୁ କୌଶଲ୍ୟା ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଡାକ୍‌ତର ଉଷୋକଷା ଲେଖିଦେଇ ଦିନାକେତେ ଖାଏଲା ଉତାରୁ ଅପରେଶନ କରାହେବା ବଲି କହିଥିଲେ। ନରେନ୍ଦ୍ର ମାଏକିନାକେ ଧରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ନରେନ୍ଦ୍ର କୌଶଲ୍ୟାକୁଁ ଉଷୋ ଘିନି କରି ଖାଏବାକେ ଦେଇ ନାଇଁପାରବାର କି ଅପରେଶନ ଲାଗି ଟଁକା ଯୁଗାଡ଼ କରି ନାଇଁପାରବାର। ଇଆଡ଼େ ଯେ କୌଶଲ୍ୟା ଦରଦ୍‌ ଲାଗି ଛଟ୍‌କି ଛାଡ଼ୁଛନ୍‌। ଖାସ୍‌ଲା, ଛିଁକ୍‌ଲା ସମିଆରେ ସେ ବହୁତ୍‌ ଦରଦ୍‌ ଅନୁଭବ କରୁଥିବାର କହିଛନ୍‌। ସରକାର ସ୍ବାସ୍ଥ୍ୟବୀମା କାର୍ଡ ଜରିଆରେ ଗରିବ୍‌ ଦୁଖିକୁ ଚିକିଛା ସାହାଯ୍‌ ଯୁଗେଇ ଦେଉଥିଲାବେଲେ ଇ ପରିବାର କାର୍ଡ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ କୌଶଲ୍ୟାକୁଁ ଉଚ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri