Posted inଫୁରସତ

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା ହେବାକୁ ବି ସମୟ ଅଣ୍ଟୁନି। ତେଣୁ ଏଭଳି ଏକ ମନ୍ଦ ଅଭ୍ୟାସରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ କାଲିଫର୍ନିଆର ଏକ ରେଷ୍ଟୁରାଣ୍ଟ ଗୋଟିଏ ସର୍ତ୍ତମୂଳକ ଅଫର୍‌ ଜାରି କରିଛି। ସର୍ତ୍ତାନୁଯାୟୀ, ଏହି ରେଷ୍ଟୁରାଣ୍ଟକୁ ପରିବାରର ୪ ଜଣ ବ୍ୟକ୍ତି କିମ୍ବା ୪ ସାଙ୍ଗ ଏକକାଳୀନ ଆସି ପରସ୍ପରର ସାମ୍ନାସାମ୍ନି ହୋଇ ବସିବେ। ଆଉ ସେମାନଙ୍କର ସ୍ମାର୍ଟଫୋନ୍‌କୁ ରେଷ୍ଟୁରାଣ୍ଟର ଏକ ସ୍ବତନ୍ତ୍ର ଲକର୍‌ରେ ରଖିବେ। ଲକ୍‌ରରେ ରଖିବା ପୂର୍ବରୁ ରେଷ୍ଟୁରାଣ୍ଟର କର୍ମଚାରୀ ତାଙ୍କ ଫୋନ୍‌କୁ ଭଲରେ ଅନୁଧ୍ୟାନ କରିବେ ଯେମିତି ସେଗୁଡ଼ିକ ପୁରୁଣା କିମ୍ବା ଖରାପ ହୋଇ ନ ଥିବ। କାରଣ ବେଳେବେଳେ ମାଗଣାରେ ପିଜା ଖାଇବା ପାଇଁ କେତେକେ ସେମାନଙ୍କର ଖରାପ କିମ୍ବା ପୁରୁଣା ଫୋନ୍‌କୁ ଆଣି ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଠକି ଦେଇଥାନ୍ତି। ଫୋନ୍‌ ରଖିସାରିବା ପରେ ଗ୍ରାହକ ନିଜ ଇଚ୍ଛା ମୁତାବକ ଖାଦ୍ୟ ଅର୍ଡର କରିଥାନ୍ତି। ଖାଦ୍ୟ ସରିବା ପର୍ଯ୍ୟନ୍ତ ଅନ୍ୟ କେଉଁଆଡେ ନ ଚାହିଁ ପରସ୍ପର ସହ ଅନବରତ ମନଖୋଲା କଥା ହେଲେ ଯାଇ ସେମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍‌ ଫେରାଇ ଦିଆଯାଏ ଆଉ ୨୪ ଘଣ୍ଟା ଭିତରେ ପୁଣିଥରେ ଉକ୍ତ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଗୋଟିଏ ବଡ଼ ପିଜା ନେଇଯିବାକୁ କୁହାଯାଏ। ଗ୍ରାହକ ଚାହିଁଲେ ୨୪ ଘଣ୍ଟା ଭିତରେ ସେଠାକୁ ଆସି ମାଗଣାରେ ପିଜାକୁ ନେଇପାରିବେ ନଚେତ୍‌ ଅସହାୟ ଲୋକଙ୍କୁ ଦାନ କରି ଦେବାକୁ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ କହିପାରିବେ। ଏ ନେଇ ରେଷ୍ଟୁରାଣ୍ଟର ସହସଂସ୍ଥାପକ ବୀରେନ୍ଦ୍ର ମାହ୍ଲି ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଦିନେ ସେ ବି ଏମିତି ମୋବାଇଲ୍‌ ପାଇଁ ପାଗଳ ଥିଲେ। ପରିବାରକୁ ସମୟ ଦେଇ ପାରୁ ନ ଥିଲେ। ପରେ ଏହାର କୁ-ପ୍ରଭାବକୁ ଅନୁଭବ କରି ବହୁ କଷ୍ଟରେ ଏଥିରୁ ମୁକ୍ତି ପାଇଲେ। ତେଣୁ ସେ ଭାବିଲେ, ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଅଧିକାଂଶ ଗ୍ରାହକ ବି ଏମିତି ମୋବାଇଲ୍‌ ମାନିଆ ହୋଇଥିବେ। ପରିବାର, ସାଙ୍ଗସାଥୀଙ୍କୁ ସମୟ ଦେଇପାରୁ ନଥିବେ। ତେଣୁ ଏମିତି କିଛି ଉପାୟ ବାହାର କରି ସେମାନଙ୍କୁ ମୋବାଇଲ୍‌ର ଅତ୍ୟଧିକ ବ୍ୟବହାରରୁ ବଞ୍ଚତ୍ତ କରାଇବା ସହ ପରିବାର ତଥା ସାଙ୍ଗସାଥୀଙ୍କୁ କିଛି ସମୟ ପାଇଁ ଏକାଠି କରାଇବେ। ଆଉ ତାଙ୍କ ଉପାୟ ବି ଭଲ କାମ ଦେଲା। ଏବେ ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ସପ୍ତାହକୁ ୪୦/୫୦ଟି ପିଜା ଗ୍ରାହକଙ୍କୁ ମାଗଣାରେ ଦେବାକୁ ପଡୁଛି। ସେହିପରି ଯେଉଁମାନେ ମାଗଣାରେ ମିଳୁଥିବା ପିଜା ନ ନେଇ ଦାନ କରିଦେବାକୁ କହୁଛନ୍ତି, ସେହି ପିଜାକୁ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି। ମାସକୁ ପ୍ରାୟ ୫୦/୬୦ଟି ପିଜା ଉକ୍ତ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲୋକଙ୍କୁ ବଣ୍ଟା ଯାଉଥିବା ସୂଚନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri