Posted inଫୁରସତ

ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ

ଯୌବନ ମଣିଷକୁ ଈଶ୍ୱରଙ୍କର ଏକ ବରଦାନ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ଆସେ। କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ। ହେଲେ ନିଜର ଯୌବନକୁ ସବୁଦିନ ଲାଗି ଅଖଣ୍ଡ ବା ସ୍ଥାୟୀ କରିବାର ନିଶା ମଣିଷକୁ ବେଳେବେଳେ ଘାରେ। କିଏ ବା ନ ଚାହେଁ ସେ ସବୁବେଳେ ସୁନ୍ଦର ହେଇ ରହିଥାଉ। ଆଉ ସେଥିପାଇଁ ଯେକୌଣସି ବି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି କିଛିଲୋକ। ସେମିତି ଗୋଟିଏ ଘଟଣାର ଏଠାରେ ଅବତାରଣା କରାଯାଉଛି। କୈନଲ ହେଉଛନ୍ତି ଜଣେ ମଡେଲ। ସେ ଅଭିନୟରେ ମଧ୍ୟ ରୁଚି ରଖନ୍ତି। ତେବେ ସବୁଠୁ ମଜାକଥା ହେଉଛି ସେ ତାଙ୍କର ସୁନ୍ଦର ଦେହକୁ ସବୁଠୁ ବେଶି ଭଲପାଆନ୍ତି। ଆଉ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତ୍ୟେକ ଦିନ ରକ୍ତସ୍ନାନ କରୁଛନ୍ତି। ତାହା ପୁଣି ଶୂକର ବା ଘୁଷୁରିର ରକ୍ତରେ। ଏହି ଘଟଣାଟି କୈନଲ୍‌ଙ୍କୁ ରାତାରାତ୍‌ ପ୍ରସିଦ୍ଧ କରିଦେଇଛି। ତାଙ୍କୁ ନେଇ ଏକ ଟିଭି ଶୋ’ ମଧ୍ୟ ପ୍ରସ୍ତୁତ କରାଯାଇଛି; ଯେଉଁଥିରେ ସେ ଘୁଷୁରି ରକ୍ତରେ ସ୍ନାନ କରୁଥିବାର ଦୃଶ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଛି। କୈନଲ୍‌ କହନ୍ତି, ପୂର୍ବକାଳରେ ଘୁଷୁରି ରକ୍ତରେ ସ୍ନାନ କରି ପାଟରାଣୀମାନେ ସେମାନଙ୍କର ଯୌବନକୁ ଅକ୍ଷୁଣ୍ଣ ରଖୁଥିଲେ। ହେଲେ ଏହା କେଉଁଠି ଲେଖା ହୋଇଛି ତାହାର ପ୍ରମାଣ କୈନଲ୍‌ ଦେଇନାହାନ୍ତି। କୈନଲ୍‌ଙ୍କ ଏହି ନିଷ୍ପତ୍ତିକୁ ତାଙ୍କର ଜେଜେମା ଲୁଇସ୍‌ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ହେଲେ କୈନଲ୍‌ଙ୍କ କାହା କଥାରେ ଧ୍ୟାନ ନାହିଁ। ତାଙ୍କର ଦରକାର ଅତୁଟ ଯୌବନ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri