ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ଏ ନେଇ ପ୍ରସ୍ତାବ ମାଗିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖପ୍ରାଖୋଲ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନିଷ୍ପତ୍ତିର ପ୍ରତିବାଦ କରି ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଦାବିପତ୍ର ଖପ୍ରାଖୋଲ ବିଡିଓ ତରଣି ସୁନାଙ୍କୁ ପ୍ରଦାନ କରାଯାଇଛି । ସେହିପରି ହରିଶଙ୍କର ରେଞ୍ଜ ଅଧିକାରୀଙ୍କ ମାଧ୍ୟମରେ ବଲାଙ୍ଗୀର ଡିଏଫଓଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।
ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ଘୋଷଣା ପାଇଁ ଓଡିଶା ସରକାରଙ୍କ ବନ୍ୟପ୍ରାଣୀ ମୁଖ୍ୟ ସଂରକ୍ଷକ ବରଗଡ ଏବଂ ବଲାଙ୍ଗୀର ଡିଏଫଓଙ୍କୁ ପ୍ରସ୍ତାବ ଦେଇଥିବା ନେଇ ଏକ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା। ଏହାକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଖପ୍ରାଖୋଲ ଶାଖାର ଆବାହକ ଗୁପ୍ତେଶ୍ୱର କୁଅଁର, ଆଦିବାସୀ କଲ୍ୟାଣ ସଂଘ ସଭାପତି ବିପ୍ର ବିଶି, ଧରମ ସିଂ ଧରୁଆ, ଭଗବାନ ବେହେରା ପ୍ରମୁଖ ପ୍ରତିବାଦ ଜଣାଇଥିଲେ। ଜୈବ ବିବିଧତା ଭରା ଗନ୍ଧମାର୍ଦ୍ଦନ ପର୍ବତରେ ୩୨ରୁ ଊର୍ଦ୍ଧ୍ୱ ଚିରସ୍ରୋତା ଝରଣା, ୧୮ ହଜାରରୁ ଊର୍ଦ୍ଧ୍ୱ ପ୍ରଜାତିର ଜୀବନରକ୍ଷାକାରୀ ଔଷଧୀୟ ଗୁଳ୍ମଲତା ଥିବା ବେଳେ ପାହାଡର ଉଭୟ ପାର୍ଶ୍ୱରେ ଥିବା ଆଦିବାସୀ ତଥା ଅଧିବାସୀମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ସେହିପରି ଶହଶହ ପାରମ୍ପରିକ ବୈଦ୍ୟ ଔଷଧ ସଂଗ୍ରହ କରି ଲୋକଙ୍କ ଜୀବନ ରକ୍ଷା କରିଥାନ୍ତି। ହେଲେ ଏହାକୁ ବନ୍ୟ ପ୍ରାଣୀ ସଂରକ୍ଷିତ ଅଞ୍ଚଳ ଘୋଷଣା କରାଗଲେ ଉଭୟ ପାର୍ଶ୍ୱରେ ଥିବା ୫୦ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇ ବିସ୍ଥାପିତ ହେବା ଆଶଙ୍କା ପ୍ରକାଶ ପାଇଛି । ସେହିପରି ଗନ୍ଧମାର୍ଦ୍ଦନ ପାହାଡରେ ବିଭିନ୍ନ ଧର୍ମୀୟସ୍ଥଳୀ ଥିବା ବେଳେ ଉଭୟ ପାର୍ଶ୍ୱରେ ନୃସିଂହନାଥ ଏବଂ ହରିଶଙ୍କର, କନ୍ଦ୍ରାଭଟା ଭଳି ଧର୍ମକ୍ଷେତ୍ର ରହିଛି । ବରଂ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଘୋଷଣା ବଦଳରେ ବିଶ୍ୱ ଐତିହ୍ୟସ୍ଥଳ ଘୋଷଣା ସହିତ ଇକୋଟୁରିଜିମ କରାଗଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଅଞ୍ଚଳର ଜୈବବିବିଧତା ସୁରକ୍ଷିତ ରହିପାରିବ ବୋଲି ଦାବି କରିଛନ୍ତି। ଏ ନେଇ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଗନ୍ଧମାର୍ଦ୍ଦନ ପାହାଡକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ମାସ ତଳେ ରିପୋର୍ଟ ଦେବାକୁ ପ୍ରସ୍ତାବ ଆସିଥିଲା। ତେବେ ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri