ଗଡ଼ହରିଶପୁର ନୋଳିଆ ସାହିରେ ସୁନାମୀ ମକ୍‌ଡ୍ରିଲ୍‌ : ମୁକାବିଲା ବିଷୟରେ ବୁଝିଲେ ୟୁନେସ୍କୋ ପ୍ରତିନିଧି ଦଳ

ଜଗତ୍‌ସିଂହପୁର ଅଫିସ,୧୫ା୧୨: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ପଞ୍ଚାୟତ ନୋଳିଆସାହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ସୁନାମୀ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍‌ଡ୍ରିଲ୍‌ କିପରି ହେଉଛି ସେ ସମ୍ପର୍କରେ ଅବଗତ ହେବା ପାଇଁ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସେନ୍‌ ଇନ୍‌ଫର୍ମମେଶନ୍‌ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌)ର ପ୍ରତିନିଧି ଦଳ ଓ ୟୁନେସ୍କୋର ବିଦେଶୀ ପ୍ରତିନିଧି ଦଳ ନୋଳିଆ ସାହିର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଗ୍ରାମବାସୀଙ୍କ ସହିତ ପାରସ୍ପରିକ ଆଲୋଚନା କରି ସୁନାମୀ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ସୁନାମୀର ଲକ୍ଷ୍ୟଣ, ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେବା, ଏଥି ନିମନ୍ତେ ଗମନାଗମନର ସୁବିଧା, ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ସାଇରନ୍‌, ସାଜ ସରଞ୍ଜାମ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁର ଏକ ସମୁଦ୍ର ଉପକୂଳବର୍ତ୍ତି ଜିଲା। ବାତ୍ୟା, ବନ୍ୟା ପ୍ରପିଡିତ ଅଞ୍ଚଳ। ତେଣୁ ଲୋକେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥାନ୍ତି। ସୁନାମୀ ପୂର୍ବରୁ ସମୁଦ୍ରର ଗର୍ଜନ, ହଠାତ୍‌ ପାଣି ଶୁଖିଥିବା ଓ ପରେ ୨୦ରୁ ୩୦ ଫୁଟ ଉଚ୍ଚରେ ପାଣି ଉପକୂଳକୁ ମାଡି ଆସିବା ସମୁଦ୍ର କୂଳିଆ ଲୋକେ ଅଳ୍ପବହୁତେ ଜାଣିଛନ୍ତି। କିନ୍ତୁ ସବୁ ସମୟରେ ପ୍ରତ୍ୟେକ ସଚେତନ ହେବା ଜରୁରୀ। ଏହାର କିପରି ସଫଳତାର ସହ ମୁକାବିଲା କରି ଧନଜୀବନ ସୁରକ୍ଷା କରାଯାଇପାରିବ ସେ ଉପରେ ଜିଲା ପ୍ରଶାସନ, ସ୍ବେଚ୍ଛାସେବୀ ସଙ୍ଗଠନ, ଗୋଷ୍ଠୀଗତ ସହଯୋଗ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗ୍ରାମବାସୀଙ୍କୁ ପୂର୍ବରୁ ସଚେତନ କରିଥାନ୍ତି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଜିଲାପାଳ ସୂଚନା ଦେଇଥିଲେ।
ପ୍ରତିନିଧି ମଣ୍ଡଳୀରେ ଇନ୍‌କୋଇସ୍‌ର ନିର୍ଦ୍ଦେଶକ ଡ. ସତ୍ୟେଶ ସି ସିନୋଇ, ବୈଜ୍ଞାନିକ ପି. କେ. ଶ୍ରୀବାସ୍ତବ, ଏନ୍‌ଡିଆର୍‌ଏଫ୍‌ ଯୁଗ୍ମ ଆଡ୍‌ଭାଇଜରର ଡ. ପବନ ସିଂହ, ବୈଜ୍ଞାନିକ ଇଂ. ପଟ୍‌ଭି ରାମାରାଓ, ଅଷ୍ଟ୍ରେଲିଆର ନିକୋଲାସ୍‌ କଷ୍ଟର, ଇଣ୍ଡୋନେସିଆର ମେଟେରୋଲୋଜି ବିଭାଗର ମିସେସ୍‌ ୱିନିଜା ମିସେସ୍‌ କିଆନ ପୂର୍ଣ୍ଣ ସିଙ୍କି, ମିସେସ୍‌ ଲିଟାନ୍ୟା ଅକ୍ଟୋନୋଭ୍ରିଲିନା, ଇନ୍‌କୋଇସ୍‌ର ନି. ଅଜୟ କୁମାର, ଏସ୍‌. ଭି. ସୁନନ୍ଦା, ୟୁନେସ୍କୋ ଅଫିସ ଜାକର୍ତ୍ତାର ଆର୍‌ଡିଟୋ ଏମ୍‌. କୋଡିଜାତ୍‌ ପ୍ରମୁଖ ଯୋଗଦେଇ ସୁନାମୀ ପ୍ରସ୍ତୁତ ଗାଁ ଗସ୍ତ କରିଥିଲେ। ଓସ୍‌ଡମା ଭୁବନେଶ୍ୱରର ସିଜିଏମ୍‌ ପ୍ରଦୀପ କୁମାର ନାୟକ, ଜିଏମ୍‌ ଭୋଳାନାଥ ମିଶ୍ର, ଷ୍ଟେଟ୍‌ ପ୍ରୋଜେକ୍ଟ ଅଫିସର ଶାନ୍ତନୁ କୁମାର ଠାକୁର ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜରୁରୀ ଅଧିକାରୀ କଲ୍ୟାଣ ସୌରଭ ଦାଶ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଅଞ୍ଜଳି ତରାଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜରୁରୀ ବିଭାଗ ଜ୍ଞାନେନ୍ଦ୍ର କୁମାର ସାହୁ, ସରପଞ୍ଚ ଭିମସେନ ରାଉତ, ଅଗ୍ନିସମ ସେବା ଅଧିକାରୀ, ଓଡ୍ରାଫ, ଆପଦମିତ୍ର, ଜନସାଧାରଣମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡିଶାର ଜଗତ୍‌ସିଂହପୁର ଜିଲାର ଗଡ଼ହରିଶପୁର, ନୋଳିଆ ସାହି ଓ ଗଞ୍ଜାମ ଜିଲାର ବକ୍ସିପାଲି ଗ୍ରାମକୁ (ଆଇସିଟିଆର୍‌) ଭାରତ ମହାସାଗର ସୁନାମୀ ପ୍ରସ୍ତୁତ ଗାଁ ଭାବେ ଇନ୍‌କୋଇସ୍‌ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri