ଗଡ଼ହରିଶପୁର ନୋଳିଆ ସାହିରେ ସୁନାମୀ ମକ୍‌ଡ୍ରିଲ୍‌ : ମୁକାବିଲା ବିଷୟରେ ବୁଝିଲେ ୟୁନେସ୍କୋ ପ୍ରତିନିଧି ଦଳ

ଜଗତ୍‌ସିଂହପୁର ଅଫିସ,୧୫ା୧୨: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ପଞ୍ଚାୟତ ନୋଳିଆସାହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ସୁନାମୀ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍‌ଡ୍ରିଲ୍‌ କିପରି ହେଉଛି ସେ ସମ୍ପର୍କରେ ଅବଗତ ହେବା ପାଇଁ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସେନ୍‌ ଇନ୍‌ଫର୍ମମେଶନ୍‌ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌)ର ପ୍ରତିନିଧି ଦଳ ଓ ୟୁନେସ୍କୋର ବିଦେଶୀ ପ୍ରତିନିଧି ଦଳ ନୋଳିଆ ସାହିର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଗ୍ରାମବାସୀଙ୍କ ସହିତ ପାରସ୍ପରିକ ଆଲୋଚନା କରି ସୁନାମୀ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ସୁନାମୀର ଲକ୍ଷ୍ୟଣ, ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେବା, ଏଥି ନିମନ୍ତେ ଗମନାଗମନର ସୁବିଧା, ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ସାଇରନ୍‌, ସାଜ ସରଞ୍ଜାମ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁର ଏକ ସମୁଦ୍ର ଉପକୂଳବର୍ତ୍ତି ଜିଲା। ବାତ୍ୟା, ବନ୍ୟା ପ୍ରପିଡିତ ଅଞ୍ଚଳ। ତେଣୁ ଲୋକେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥାନ୍ତି। ସୁନାମୀ ପୂର୍ବରୁ ସମୁଦ୍ରର ଗର୍ଜନ, ହଠାତ୍‌ ପାଣି ଶୁଖିଥିବା ଓ ପରେ ୨୦ରୁ ୩୦ ଫୁଟ ଉଚ୍ଚରେ ପାଣି ଉପକୂଳକୁ ମାଡି ଆସିବା ସମୁଦ୍ର କୂଳିଆ ଲୋକେ ଅଳ୍ପବହୁତେ ଜାଣିଛନ୍ତି। କିନ୍ତୁ ସବୁ ସମୟରେ ପ୍ରତ୍ୟେକ ସଚେତନ ହେବା ଜରୁରୀ। ଏହାର କିପରି ସଫଳତାର ସହ ମୁକାବିଲା କରି ଧନଜୀବନ ସୁରକ୍ଷା କରାଯାଇପାରିବ ସେ ଉପରେ ଜିଲା ପ୍ରଶାସନ, ସ୍ବେଚ୍ଛାସେବୀ ସଙ୍ଗଠନ, ଗୋଷ୍ଠୀଗତ ସହଯୋଗ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗ୍ରାମବାସୀଙ୍କୁ ପୂର୍ବରୁ ସଚେତନ କରିଥାନ୍ତି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜିରୋ କାଜୁଆଲିଟିଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଜିଲାପାଳ ସୂଚନା ଦେଇଥିଲେ।
ପ୍ରତିନିଧି ମଣ୍ଡଳୀରେ ଇନ୍‌କୋଇସ୍‌ର ନିର୍ଦ୍ଦେଶକ ଡ. ସତ୍ୟେଶ ସି ସିନୋଇ, ବୈଜ୍ଞାନିକ ପି. କେ. ଶ୍ରୀବାସ୍ତବ, ଏନ୍‌ଡିଆର୍‌ଏଫ୍‌ ଯୁଗ୍ମ ଆଡ୍‌ଭାଇଜରର ଡ. ପବନ ସିଂହ, ବୈଜ୍ଞାନିକ ଇଂ. ପଟ୍‌ଭି ରାମାରାଓ, ଅଷ୍ଟ୍ରେଲିଆର ନିକୋଲାସ୍‌ କଷ୍ଟର, ଇଣ୍ଡୋନେସିଆର ମେଟେରୋଲୋଜି ବିଭାଗର ମିସେସ୍‌ ୱିନିଜା ମିସେସ୍‌ କିଆନ ପୂର୍ଣ୍ଣ ସିଙ୍କି, ମିସେସ୍‌ ଲିଟାନ୍ୟା ଅକ୍ଟୋନୋଭ୍ରିଲିନା, ଇନ୍‌କୋଇସ୍‌ର ନି. ଅଜୟ କୁମାର, ଏସ୍‌. ଭି. ସୁନନ୍ଦା, ୟୁନେସ୍କୋ ଅଫିସ ଜାକର୍ତ୍ତାର ଆର୍‌ଡିଟୋ ଏମ୍‌. କୋଡିଜାତ୍‌ ପ୍ରମୁଖ ଯୋଗଦେଇ ସୁନାମୀ ପ୍ରସ୍ତୁତ ଗାଁ ଗସ୍ତ କରିଥିଲେ। ଓସ୍‌ଡମା ଭୁବନେଶ୍ୱରର ସିଜିଏମ୍‌ ପ୍ରଦୀପ କୁମାର ନାୟକ, ଜିଏମ୍‌ ଭୋଳାନାଥ ମିଶ୍ର, ଷ୍ଟେଟ୍‌ ପ୍ରୋଜେକ୍ଟ ଅଫିସର ଶାନ୍ତନୁ କୁମାର ଠାକୁର ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜରୁରୀ ଅଧିକାରୀ କଲ୍ୟାଣ ସୌରଭ ଦାଶ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ଅଞ୍ଜଳି ତରାଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜରୁରୀ ବିଭାଗ ଜ୍ଞାନେନ୍ଦ୍ର କୁମାର ସାହୁ, ସରପଞ୍ଚ ଭିମସେନ ରାଉତ, ଅଗ୍ନିସମ ସେବା ଅଧିକାରୀ, ଓଡ୍ରାଫ, ଆପଦମିତ୍ର, ଜନସାଧାରଣମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓଡିଶାର ଜଗତ୍‌ସିଂହପୁର ଜିଲାର ଗଡ଼ହରିଶପୁର, ନୋଳିଆ ସାହି ଓ ଗଞ୍ଜାମ ଜିଲାର ବକ୍ସିପାଲି ଗ୍ରାମକୁ (ଆଇସିଟିଆର୍‌) ଭାରତ ମହାସାଗର ସୁନାମୀ ପ୍ରସ୍ତୁତ ଗାଁ ଭାବେ ଇନ୍‌କୋଇସ୍‌ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri