ଗଞ୍ଜାମ ଜିଲା ଠିକାଦାର ସଂଘର ଆନ୍ଦୋଳନ : ବନ୍ଦ ହୋଇଯିବ ଉନ୍ନୟନ କାର୍ଯ୍ୟ

ବ୍ରହ୍ମପୁର ଅଫିସ୍‌,୧୬ା୧୧-ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ୍‌ ଡକାଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ଗଞ୍ଜାମ ଜିଲା ଠିକାଦାର ସଂଘ ସାମିଲ୍‌ ହୋଇଛି। ଫଳରେ ଗତ ୧ ତାରିଖରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟଗୁଡ଼ିକର ନିର୍ମାଣ ଏକ ପ୍ରକାର ବନ୍ଦ ହୋଇଯାଇଛି ।
ଯଦି ରାଜ୍ୟ ସରକାର ତୁରନ୍ତ ସଂଘର ୧୦ଦଫା ଦାବି ପୂରଣ ନ କରନ୍ତି, ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସଂଘର ଶତାଧିକ ସଦସ୍ୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ । ଠିକାଦାର ବିରୋଧୀ ବିଭିନ୍ନ ନିୟମକାନୁନ୍‌, ନକାରାମତ୍କ ମନୋଭାବ ଏବଂ ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା। ପରେ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲ୍‌ଟି ରସିଦ ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଏହାକୁ ସଂଘ ତରଫରୁ ବିରୋଧ କରାଯାଉଛି । ଏଭଳି କୌଣସି ବ୍ୟବସ୍ଥା ନ ଥିବା ବେଳେ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରିଛି। ଏଥି ସହ ୨୦୧୪ର ସ୍ଥିରୀକୃତ ସିଡୁଲ୍‌ ରେଟର୍‌ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୫ପ୍ରତିଶତ ପ୍ରାପ୍ୟ ପ୍ରଦାନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ୍‌ର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ପ୍ରତିଶତ ସମ୍ପୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରିର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟପତ୍ର୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ପାଇଁ ସଂଘ ଦାବି କରିଛି। ପରେ ସେଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଯାଇ ବିଭିନ୍ନ ବିଭାଗ ଯନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପୋକୁଡିବନ୍ଧ ଛକକୁ ଯାଇ ଡ୍ରେନେଜ୍‌ ବିଭାଗ ଯନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା।
ସଂଘ ସଭାପତି ଉମାକାନ୍ତ ସାହଙ୍କ ସମେତ ବହୁ ସଦସ୍ୟ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ସରକାର ଦାବି ନ ମାନିବା ପର୍ଯ୍ୟନ୍ଦ ଆନ୍ଦୋଳନ ଚାଲିବ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି ।
ଫଳରେ ସରକାରୀ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି । ଆଉ କିଛି ଦିନ ଆନ୍ଦୋଳନ ଚାଲିଲେ ପରିସ୍ଥିତି ସାଂଘାତିକ ହେବ ବୋଲି ଠିକାଦାରମାନେ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri