ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳିଝୋଳା ଗାଁର ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ବୁଧବାର ରାତିରେ ଠେଙ୍ଗାରେ  ପିଟି ହତ୍ୟା କରାଯାଇଥିଲା ା ଏହି ଘଟଣାରେ ୩ ଅଭିଯୁକ୍ତ କୁମର ନାୟକ, ଜିତୁ ନାୟକ ଓ ଗୋଲା ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଟୁବୁଲୁ ନାୟକ ଫେରାର ଅଛନ୍ତି। ଏମାନଙ୍କ ବ୍ୟତୀତ ଏତଲାରେ ଦର୍ଶାଯାଇଥିବା ଅନ୍ୟମାନେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା  ଦେଇଛନ୍ତି। ବୁଧବାର ରାତିରେ ରାଜଜୈତିକ ଦଳର ପୋଷ୍ଟର ଚିରାକୁ ନେଇ ସନ୍ତୋଷଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା। ତାଙ୍କ ବାପା ଗଣେଶଙ୍କ ଏତଲାକୁ ଭିତ୍ତିକରି ସୋରାଡା ଥାନାରେ ନଂ.୫୬/୧୯ରେ ମାମଲା ରୁଜୁ ହୋଇଥିଲା।

ପୀତାମ୍ବରଙ୍କ ନାଁରେ ୫ ମାମଲା: ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି। ସେଥିମଧ୍ୟରେ ଶେରଗଡ ଥାନାରେ ୨ଟି, ଧରାକୋଟ, ଆସିକା ଓ ହିଞ୍ଜିଳି ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ା

ବୋମା ବିସ୍ଫୋରଣରେ ମୃତ୍ୟୁ: ରୁଜୁ ହୋଇଛି ହତ୍ୟା ମାମଲା-ଭଞ୍ଜନଗର ଥାନା ଅଗଝୋଳର ସଦାଶିବ ପ୍ରଧାନଙ୍କର ବୁଧବାର ରାତିରେ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା ା ଏ ନେଇ ଭଞ୍ଜନଗର ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରଛି। ତେବେ ସଦାଶିବଙ୍କ ପକେଟ୍‌ରେ ବୋମା ଥିଲା ଏବଂ ଏହା ବିସ୍ଫୋରଣ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଥାପି ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

ଯଦି ଏଥିରେ କେହି ସମ୍ପୃକ୍ତ ଥିବେ ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri