ଗଛକଟାକୁ ନେଇ ଗଣ୍ଡଗୋଳ: ତିଲେଇମାଲ ଗ୍ରାମ ପୁରୁଷଶୂନ୍ୟ

ଅମରପାଲି, ୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ତିଲେଇମାଲ ଗ୍ରାମର କେତେଜଣ ବ୍ୟକ୍ତି ଆକ୍ରମଣ କରିବା ସହିତ ମାଡ ମାରିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାଧା ପୋଷାକରେ ତଦନ୍ତ ପାଇଁ ଆସିଥିବା ଏଏସଆଇଙ୍କ ତଦନ୍ତ ନିରପେକ୍ଷ ନ ଥିଲା। ଅପରପକ୍ଷେ ତଦନ୍ତ ବେଳେ ଲୋକେ ଆକ୍ରମଣ କରିଥିବା ପୋଲିସ ଅଭିଯୋଗ କରିଛି ା ପୋଲିସ ଏନେଇ ୭ଜଣ ବ୍ୟକ୍ତିଙ୍କ ସମେତ ଅନ୍ୟ କେତେଜଣ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଛି। ପୋଲିସକୁ ଆକ୍ରମଣ କରିବା ଘଟଣାକୁ ନେଇ ପୋଲିସ ତିଲେଇମାଲ ଗ୍ରାମକୁ ଯାଇ ତଦନ୍ତ କରିଛି। ମାତ୍ର ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗଛ କଟାକୁ ନେଇ ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମର ଦୁଇ ଭାଇ ରତ୍ନମଣି ପଧାନ ଓ ସୁବାସ ପଧାନଙ୍କ ମଧ୍ୟରେ ରବିବାର ଗଣ୍ଡଗୋଳ ହୋଇଥିଲା। ଏନେଇ ରନ୍ତମଣି ସେହିଦିନ ସନ୍ଧ୍ୟାରେ ପ୍ରଥମେ ସୁବଳୟା ଥାନାକୁ ଯାଇ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନ ଥିବା ସେ ପ୍ରକାଶ କରିଛନ୍ତି। ପରେ ସୁବାସ ମଧ୍ୟ ସୁବଳୟା ଥାନାରେ ଉକ୍ତ ଗଣ୍ଡଗୋଳକୁ ନେଇ ଅଭିଯୋଗ କରିଥିଲେ। ସୁବାସଙ୍କ ଅଭିଯୋଗ ମତେ କେସ ନଂ ୮୦/୨୩ରେ ଏକ ମାମଲା ରୁଜୁ କରିଥିଲା ପୋଲିସ। ପରେ ପୁଣିଥରେ ସୋମବାର ରତ୍ନମଣି ଥାନାକୁ ଯାଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ କେସ ନଂ ୮୧/୨୩ରେ ମାମଲା ରୁଜୁ କରିଥିବା ପୋଲିସ କହିଛି। ମାତ୍ର ଏନେଇ ରତ୍ନମଣିଙ୍କୁ ସୂଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏଏସଆଇ ଗୌରହରି ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ତିଲେଇମାଲ ଯାଇ ତଦନ୍ତ କରିଥିଲେ।
ରତ୍ନମଣି ଗୋଟିଏ ଶାଗୁଆନ ଗଛ କାଟି ତାର ଗଣ୍ଡିକୁ ରଖିଥିଲେ। ତାଙ୍କ ଭାଇ ସୁବାସ ଉକ୍ତ କାଠ ଗଣ୍ଡିକୁ ନେଇ ଯାଇଥିଲେ। ତେଣୁ ରତ୍ନମଣି ଏହାକୁ ନେଇ ଅଭିଯୋଗ କରିଥିଲେ। ପୋଲିସ ଗ୍ରାମକୁ ଯାଇ ଉକ୍ତ କାଠଗଣ୍ଡି ଜବତ କରି ସେମାନଙ୍କ ବାପାଙ୍କ ଜିମା ଦେଇଥିଲେ। ଯେହେତୁ ସୁବାସଙ୍କ ପାଖରେ ତାଙ୍କ ବାପା ରହୁଛନ୍ତି, ତେଣୁ ତାଙ୍କୁ କାଠଗଣ୍ଡି ଦେବାରୁ ଗ୍ରାମବାସୀ ତଦନ୍ତ ନିରପେକ୍ଷ ହେଉ ନ ଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ। ଏ ସମ୍ପର୍କରେ ଖବରପାଇ ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତିରଞ୍ଜନ ଦିଗାଲ ପୋଲିସ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚତ୍ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲେ ା ଅପରପକ୍ଷରେ ରତ୍ନମଣିଙ୍କ ସ୍ତ୍ରୀ ସୁବଳୟା ଥାନା ଅଧିକାରୀ ଦିଗାଲଙ୍କ ନାମରେ ଦୁର୍ବ୍ୟବହାର କରିଥିବା ନେଇ ବୀରମହାରାଜପୁର ଏସଡିପିଓ ଏବଂ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି। ଏନେଇ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ା ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?