Posted inଖେଳ

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ। ଏହି କ୍ରମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆରମ୍ଭ କରାଯାଇଥିବା କ୍ରିକେଟ ପ୍ରକ୍ରିୟାକୁ ସେ ନାପସନ୍ଦ କରିଛନ୍ତି।
କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଇସିବି ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଜୈବ- ସୁରକ୍ଷିତ ବାତାବରଣରେ ଆୟୋଜନ କରିବାକୁ ଘୋଷଣା କରିଛି। ତେବେ ଡ୍ରାଭିଡ୍‌ ଇସିବିର ଏହି ନିଷ୍ପତ୍ତି ଠିକ୍‌ ନୁହେଁ।

ବର୍ତ୍ତମାନର ପରିସ୍ଥିତିରେ ଏଭଳି ଅଭିଳାଷ ପୋଷଣ କରିବା ନିହାତି ଅବାସ୍ତବ ବୋଲି ସେ କହିଛନ୍ତି। ଇସିବି ନିକଟରେ ଆଉ କୌଣସି କ୍ରିକେଟ କାର୍ଯ୍ୟସୂଚୀ ନାହିଁ। ତେଣୁ ଏହି ଦୁଇଟି ସିରିଜ ଆୟୋଜନ କରିବାକୁ ଇସିବି ବେଶ୍‌ ଆଗ୍ରହୀ ହୋଇଛି। ଇସିବି କୌଣସି ପ୍ରକାର ଏହି ଦୁଇଟି ସିରିଜ ଆୟୋଜନ କରିବାରେ ସଫଳ ହେଲେ ମଧ୍ୟ କ୍ୟାଲେଣ୍ଡର ଅନୁଯାୟୀ ସବୁ ସିରିଜ ଖେଳାଯିବା ସମସ୍ତଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ବୋଲି ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ କହିଛନ୍ତି।
କେବଳ ଇସିବି ନୁହେଁ, ଦକ୍ଷିଣ ଆଫ୍ରିକା ମଧ୍ୟ ଜୈବ-ସୁରକ୍ଷିତ ବାତାବରଣରେ ଭାରତ ବିପକ୍ଷ ଘରୋଇ ସିରିଜ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଏଭଳି ପରିସ୍ଥିତିରେ ଯଦି ଟେଷ୍ଟ ଖେଳାଯାଏ ଓ ଦ୍ୱିତୀୟ ଦିନରେ କୌଣସି ଖେଳାଳି ପଜିଟିଭ ବୋଲି ଜଣାପଡେ, ତେବେ କ’ଣ କରାଯିବ। ସେତେବେଳେ କ’ଣ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଏପରି ସ୍ଥିତି ହେଲେ ଟେଷ୍ଟ ଅଧାରୁ ବନ୍ଦ ହେବା ନିଶ୍ଚିତ। କିନ୍ତୁ ଏଭଳି ସମ୍ଭାବନାକୁ ଏଡାଇବା ପାଇଁ ଆମକୁ ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ହେବ। ଯଦି ଜଣେ ଖେଳାଳି ପଜିଟିଭ ବୋଲି ଜଣାପଡନ୍ତି ତା’ହେଲେ ପୂରା ଟୁର୍ନାମେଣ୍ଟ ଯେପରି ବାତିଲ ନ ହେବ ସେ ନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି। ପୁଣି ଫାଙ୍କା ଷ୍ଟାଡିୟମରେ ଖେଳ ଆୟୋଜନ କରାଗଲେ, କ୍ରୀଡ଼ାବିତ୍‌ମାନେ ଦର୍ଶକମାନଙ୍କୁ ହରାଇବେ। ପୂର୍ଣ୍ଣ ଷ୍ଟାଡିୟମରେ ଖେଳିବାର ମଜା ମଧ୍ୟ କ୍ରୀଡ଼ାବିତ୍‌ମାନେ ହରାଇବେ। ଜଣେ ଖେଳାଳି ନିଜର ପ୍ରସ୍ତୁତି, ପ୍ରାକ୍ଟିସ୍‌, ଭାବପ୍ରବଣତା ଓ ମାନସିକସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ନିଜ ପ୍ରଦର୍ଶନ ତଥା ଫଳାଫଳକୁ ନୁହେଁ। ତେଣୁ ଏଭଳି ସ୍ଥିତିରେ କ୍ରୀଡ଼ାବିତ୍‌ମାନଙ୍କୁ ଧୈର୍ଯ୍ୟ ଅବଲମ୍ବନ କରିବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri