Posted inଖେଳ

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ ନିରାପତ୍ତାକୁ ହେୟ କରି ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଏକ ମହାମାରୀ ରୂପ ନେଇଥିବା ବେଳେ କିପରି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ କେବଳ ଅର୍ଥକୁ ଅଧିକ ଗୁରତ୍ୱ ଦିଆଯାଇଥିଲା। ନହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କୌଣସି କାରଣ ନ ଥିଲା ବୋଲି ସାଇନା ଟୁଇଟ୍‌ କରି ଜଣାଇଛନ୍ତି।
ଅଲ ଇଂଲଣ୍ଡରେ ସାଇନା ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବିଦାୟ ନେଇଥିଲେ। ବିପଦ ସତ୍ତ୍ୱେ କେତେକ ଖେଳାଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଅଲିମ୍ପିକ୍‌ କ୍ୱାଲିଫିକେଶସ ଓ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଦୃଷ୍ଟିକୋଣରୁ ଏହି ଟୁର୍ନାମେଣ୍ଟର ମଧ୍ୟ ଯଥେଷ୍ଟ ଗୁରତ୍ୱ ରହିଥିଲା। ତେବେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିବାରୁ ସାଇନାଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇପାରିଥାନ୍ତା କିମ୍ବା ବାତିଲ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି। କରୋନା ଭାଇରସ ଆତଙ୍କ କାରଣରୁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ତାର ସବୁ ଇଭେଣ୍ଟକୁ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

ଇତିହାସ ରଚିଲେ ଭାରତର ଡି. ଗୁକେଶ: ୪୦ ବର୍ଷର ରେକର୍ଡ ଭାଙ୍ଗିଲେ

ଟରଣ୍ଟୋ,୨୨।୪: ଭାରତର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ନାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ଗୁକେଶ ପ୍ରାର୍ଥୀ...

ବର୍ଷ ବଦଳିଲା, କିନ୍ତୁ ବଦଳିଲାନାହିଁ ଆରସିବି ଭାଗ୍ୟ: ଏଥର ବି ପ୍ଲେ ଅଫ୍‌ ଆଶା କ୍ଷୀଣ

କୋଲକାତା,୨୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷ ଥର ପାଇଁ ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ଲେ ଅଫରେ ପହଞ୍ଚିଥିଲା। ଆଜି ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ କେକେଆର...

ଶେଷ ଓଭରରେ ଥିଲା ୨୧ ରନ୍‌, ୩ ବଲ୍‌ରୁ ୧୮ ରନ୍‌ ସତ୍ତ୍ୱେ ମ୍ୟାଚ୍‌ ହାରିଗଲା ଆରସିବି: ଜାଣନ୍ତୁ କେମିତି

କୋଲକାତା,୨୧।୪: କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ଖେଳି କେକେଆର୍‌ ୨୨୨ ରନ ସ୍କୋର କରିଥିଲା। ସ୍କୋରକୁ...

ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି

କୋଲକାତା,୨୧।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପ୍ରଥମେ ଖେଳୁଥିବା କୋଲକାତା ନାଇଟ ରାଇଡର୍ସ ୨୨୨ ରନ ସ୍କୋର କରିଥିଲା। ବିରାଟ କୋହଲି ଏବଂ ଫାଫ ଡୁ...

ଶେଷ ବଲ୍‌ରେ ଆରସିବିଠାରୁ ମ୍ୟାଚ୍‌ ଛଡାଇନେଲା କେକେଆର୍‌

କୋଲକାତା,୨୧।୪: ଆଇପିଏଲ୍‌ ୨୦୨୪ର ଏକ ରୋମାଞ୍ଚକର ମ୍ୟାଚ୍‌ରେ କୋଲକତା ନାଇଟ୍‌ ରାଇଡର୍ସଠାରୁ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ...

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା...

ଆର୍ୟଲ୍ୟାଣ୍ଡ-ସ୍କଟଲ୍ୟାଣ୍ଡ ଜର୍ସିରେ ଦେଖିବାକୁ ମିଳିବ ଦେଶି ଟଚ୍‌,ଏହି ଡେରି ପ୍ରୋଜେକ୍ଟ କରିବ ସ୍ପନସର

ନୂଅଦେିଲ୍ଲୀ,୨୧।୪: କର୍ନାଟକ ମିଲ୍କ ଫେଡେରେଶନ (କେଏମଏଫ) ଟି -୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri