ଖୁଲଣା ଦେଈଙ୍କ ବେଲଣାକାଠି ପିଠିପୂଜା

ମାଧବ ଚନ୍ଦ୍ର ସ୍ବାଇଁ
ତିଦିନ ଚଣାଚଟା ଯୁଆଡ଼େ ଯାଇ ଥାଉନା କାହିଁକି ରାତି ଦଶଟା ବେଳକୁ ପିଇ ଦେଇ ଘରକୁ ଫେରେ। ଚଣାଚଟା ସେଇ ଗୀତଟା ”ଆହାରେ ଭଲ ମନ୍ଦ ନାଇଁ, ଯେ ସ୍ଥାନେ ଯେମନ୍ତ ମିଳଇ“ ଗାଇ ଗାଇ ପାଦ ଟଳମଳ ଅବସ୍ଥାରେ ଚାରି ପାଞ୍ଚ ଜାଗାରେ ଧକ୍କା ଖାଇଲେ ବି ଘର ଚିହ୍ନି ଆସେ। ସ୍ତ୍ରୀ ଖୁଲଣା ଦେଈର ସବୁଦିନ ଏପରି ଢକଲମ ତାମସା ଦେଖି ଦେଖି ଦିହସୁହା ହୋଇଗଲାଣି। ତଥାପି ବେଳେ ବେଳେ ରାଗରେ ବେଲଣାକାଠିରେ ସ୍ବାମୀ ଚଣାଚଟାର ପିଠି ପୂଜା କରି ସାରି ଭୋ ଭୋ ହୋଇ କାନ୍ଦେ। ମହିଳା ମଣ୍ଡଳ ମଦ ବିରୋଧୀ ଠେଙ୍ଗା ବାହିନୀରେ ଯୋଗ ଦେଇଛି ସିନା, ଚଣାଚଟାର ନାଲି ଆଖି ଓ ଗାଳିଗୁଲଜ ବେଳେ ବେଳେ ଖୁଲଣାକୁ ପାଟି ଚୁପ କରି ରହିବାକୁ ବାଧ୍ୟ କରେ।
ରାତି ଏଗାରଟା ହେଲାଣି ଚଣାଚଟା ଘରକୁ ଫେରିନି। ଏପଟ ସେପଟ ହୋଇ ପଡ଼ୋଶୀ ଦିନା ମା’କୁ ପଚାରିବାରୁ ସେ କହିଲା, ବଉଳ! ଆଜି ଆମର ପ୍ରାଣନାଥ ବି ଆସି ନାହାନ୍ତି। ଆସୁ ଆସୁ ରାତି ବାରଟା ଗୋଟେ ହେବ ବୋଲି ଖବର ଦେଇଛନ୍ତି।
ଖୁଲଣା ପଚାରିଲା-ବଉଳ ଆଜି କ’ଣ କିଏ ପାର୍ଟି ଦେଉଛି କି। ଦିନା ମା’ କହିଲା- ମଦ ଭେଣ୍ଡର ଚଇନ ଆଜି ପାର୍ଟି ଦେଉଛି। ଯେତେ ଯେଉଁଠି ମଦୁଆ ଅଛନ୍ତି, ସମସ୍ତଙ୍କୁ ସେ ନିମନ୍ତ୍ରଣ କରିଛି। ନାଚ ଗୀତ ହେବ, ବାଜା ବାଣ ଫୁଟିବ। ମଟନ୍‌ ବିରିୟାନୀ ସାଙ୍ଗକୁ ଚାଖଣା। ଯିଏ ଯେତେ ପିଇପାରିବ, ନାଚି ପାରିବ ତାକୁ ଆଜି ପୁରସ୍କାର ମିଳିବ। ଏ ପୁରସ୍କାର ଲୋଭରେ ବଉଳ ତୁମ ସ୍ବାମୀ ଓ ମୋ ସ୍ବାମୀ ଆହୁରି ଚାରି ପାଞ୍ଚଜଣଙ୍କୁ ସାଙ୍ଗରେ ଧରି ଯାଇଛନ୍ତି। ତୁ ଘରକୁ ଯାଆ। ଆଜି କବାଟ ବନ୍ଦ କରିଦେବୁ। ଜମା ଖୋଲିବୁ ନାହିଁ। ମୁଁ ବି ଖୋଲିବି ନାହିଁ। ଆଜି ଖାଲି ବ୍ୟାଟିଂ ଚାଲିବ।
ରାତି ସାଢ଼େ ଗୋଟାଏ। ହଠାତ୍‌ ବୁଲା କୁକୁରଗୁଡ଼ାକ ଭୋ ଭୋ ହୋଇ ରଡି ଛାଡ଼ିଲେ। ଖୁଲଣା ଦେଈର ନିଦ ଭାଙ୍ଗିଗଲା। କବାଟ ଖୋଲିଲା ବେଳକୁ ଖୁଲଣା ଦେଈ ଦେଖିଲେ ପତି ମଦନାଗର କୁକୁରଙ୍କ ମେଳରେ ବ୍ରେକ୍‌ ଡ୍ୟାନ୍ସ କରି କରି ଆସୁଛନ୍ତି। ମୁଣ୍ଡରେ ଗୋଟାଏ ମଦ କମ୍ପାନୀର ଟୋପି। କାନ୍ଧରେ ଗୋଟାଏ ଗାମୁଛା। ଟୋପି ଗାମୁଛା ସାଙ୍ଗକୁ ଖଣ୍ଡ ଖଣ୍ଡିଆ ଗୀତ ଶୁଣି ଖୁଲଣା ରକ୍ତ ଚାଉଳ ଚୋବାଇ ରହିଥାଏ। ଘର ଭିତରକୁ ପ୍ରବେଶ କଲାମାତ୍ରେ ଖୁଲଣା ଦେଈ ବେଲଣା କାଠିରେ ତିନି ଚାରି ପାହାର ଦେଉ ଦେଉ ଚଣାଚଟା ନାଟକୀୟ ଠାଣିରେ ଡାଏଲଗ୍‌ ମାରି କହିଲା- ତୋର ଆଉ କୌଣସି ଚାଲ୍‌ କାମ ଦେବନି ପ୍ରିୟେ। ଆଜିଠାରୁ ମୁଁ ମନ୍‌ କି ରାଜା। ବେଶି ନବରଙ୍ଗ ଦେଖେଇଲେ ବଜେଇଦେବି ବାଜା।
ଖୁଲଣା ଦେଈ ପ୍ରକୃତ ରହସ୍ୟଟା ଜାଣିବା ପାଇଁ କହିଲେ- କ’ଣ ହୋଇଛି କି? ତମର କ’ଣ ଲଟେରି ଉଠିଛିକି। ଚଣାଚଟା କହିଲା ଲଟେରି ଉଠିବ, ଉଠିବ। ଚନ୍ଦ୍ର ଯାନ ପରି ଉଠିବ। ସବୁ ମଦୁଆଙ୍କ ଭାଗ୍ୟ ଖୋଲିଗଲା ଜାଣ। ମଦ ଭେଣ୍ଡର ଯେତେ ଅଧିକ ମଦ ବିକିବ, ସେତେ ପୁରସ୍କାର ସିଏ ପାଇବ ବୋଲି ସରକାର ବାହାଦୁର ଘୋଷଣା କରିବା ପରେ ମଦୁଆମାନେ ଏବେ ମଦ ଭେଣ୍ଡରର ଜୁଆଁଇ କୁଣିଆ। ହେ ଶୁଣ। ମୋ କଥାକୁ ଟିକିଏ ଭଲରେ କାନରେ ନବ। କାଲିଠାରୁ ମହିଳାମାନେ ଯଦି ମଦ ବିରୋଧୀ ଆନ୍ଦୋଳନ କରନ୍ତି, ତୁ ସେ ଠେଙ୍ଗା ନେଇ ଆଉ ତାଙ୍କ ସାଙ୍ଗରେ ଯିବୁ ନାହିଁ। ସେ ଠେଙ୍ଗାଟାକୁ ମୁଁ ଚୁଲିରେ ଜାଳିଦେବି ନଚେତ ସେ ଠେଙ୍ଗାଟା ପାଖରେ ରଖିବି, ଆମ ଠେଙ୍ଗା ବାହିନୀ ପାଇଁ କାମ ଦେବ।
ଖୁଲଣା ପଚାରିଲା- ତୁମ ମଦୁଆମାନଙ୍କର ଠେଙ୍ଗା ବାହିନୀ କ’ଣ। ମଦ ଭେଣ୍ଡର ନିର୍ଦ୍ଦେଶ ଦେଇଛନ୍ତି- ଯଦି ଏଣିକି ମହିଳା ମଣ୍ଡଳ ଠେଙ୍ଗା ବାହିନୀ ମଦ ଦୋକାନ ଭାଙ୍ଗିବେ କିମ୍ବା ମଦ ଭେଣ୍ଡରକୁ ବିଜୁଳି ଖୁଣ୍ଟରେ ବାନ୍ଧି ପିଟିବେ, ତେବେ ଆମ ଠେଙ୍ଗା ବାହିନୀ କାମ ଦେଖାଇବ। ନିଜ ନିଜ ସ୍ତ୍ରୀକୁ ସ୍ବାମୀମାନେ ସମ୍ଭାଳିବେ। ଆଗାମୀ ଦଶହରା ବେଳକୁ ତୁମମାନଙ୍କ ପାଇଁ ଶାଢ଼ି, ଚୁଡି, ବିନ୍ଦି ମଦ ଭେଣ୍ଡର ଆମ ହାତରେ ଦେବେ। ଦଶହରା ଖର୍ଚ୍ଚ ଦେବେ। ଆମେ ସାଙ୍ଗ ହୋଇ ବୁଲିବା। ବୁଝିଲୁ ଖୁଲଣା ଆଜି ମୁଁ ଆଉ କିଛି ଖାଇବି ନାହିଁ। ପେଟେ ବିରିୟାନୀ ଠୁଙ୍କି କି ଆସିଛି। ଏକଥା କହି ସାରିବା ପରେ ଚଣାଚଟା ଭକ ଭକ କରି ବାନ୍ତି କରି ବେହୋସ ହୋଇ ଶୋଇଗଲା। ଖୁଲଣା ଭାବିଲା ଏଇଟା ହେଉଛି ମାହେନ୍ଦ୍ର ବେଳା। ଆଜି ଯାହା ପିଠି ପୂଜା ହେବ, କାଲିଠାରୁ ସବୁ ବନ୍ଦ। ଏହା କହି ବେଲଣାକାଠିରେ ଦୁଇ ଚାରି ପାହାର ଦେଇ ଭୋ ଭୋ କାନ୍ଦି କାନ୍ଦି ଖୁଲଣା କହିଲା- ଯିଏ ଉଜାଡ଼ୁଛି ସଂସାର ତାକୁ ମିଳୁଛି ପୁରସ୍କାର। ଅଜବ ରାଇଜ ଗଜବ ନୀତି, କାହାକୁ କହିବା କିଏ ଶୁଣିବ।
ଶୈଳନିବାସ, ଏଫ-୧୮୦, ସେକ୍ଟର-୭, ସିଡିଏ, କଟକ,
ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?