ଖୁଣ୍ଟ ପଡ଼ିଛି, ବିଦ୍ୟୁତ୍‌ ସଂଯୋଗ ନାହିଁ

ଦଶପଲ୍ଲା,୧୭ା୮(ଡି.ଏନ.ଏ.): ସମସ୍ତଙ୍କୁ ବିଦ୍ୟୁତ୍‌ ଆଲୋକ ଯୋଗାଣ ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ବିଦ୍ୟୁତ୍‌ ଆଲୋକରୁ ବଞ୍ଚତ୍ତ ହେଉଛନ୍ତି। ଏହାର ଏକ ନମୁନା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ନୂଆଗଁା ପଞ୍ଚାୟତରେ। ଏହି ପଞ୍ଚାୟତର ୪ ଗ୍ରାମକୁ ବିଦ୍ୟୁତ୍‌ସେବା ପ୍ରଦାନ ନିମନ୍ତେ ଗ୍ରାମମୁଣ୍ଡରେ ଟ୍ରାନ୍ସଫର୍ମର ବସିବା ସହ ବିଦ୍ୟୁତ୍‌ ଖୁଣ୍ଟ ପୋତାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ହୋଇପାରୁ ନାହିଁ। ଗ୍ରାମଗୁଡ଼ିକ ହେଲା ସଲଡଝୋଲା, ବାଙ୍କସାହି, ଦୁଆରୀସାହି ଓ ଭୋଗବାଡ଼ି। ଏସବୁ ଗ୍ରାମର ପ୍ରାୟ ୫୦ ପରିବାର ବିଦ୍ୟୁତ୍‌ ସଂଯୋଗ ଅପେକ୍ଷାରେ ଅଛନ୍ତି। କେତେଜଣଙ୍କ ଘରେ ବୋର୍ଡ ମଧ୍ୟ ବସାଯାଇଛି। ଗ୍ରାମବାସୀଙ୍କ କହିବା କଥା, ପ୍ରାୟ ୭ମାସ ହେଲା ଖୁଣ୍ଟ ପଡ଼ିଥିଲେ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ଏ ସମ୍ପର୍କରେ ବିଭାଗୀୟ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ବି କୌଣସି ପ୍ରତିକାର ହେଉନାହିଁ ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ କିଶୋର ଦଳବେହେରା ଅଭିଯୋଗ କରିଛନ୍ତି। ଉକ୍ତ ଅଞ୍ଚଳ ନୂଆଗଁା ବ୍ଲକ ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏନ୍‌ ଶ୍ରୀନିବାସ ରାୟଙ୍କୁ ଯୋଗାଯୋଗ କରିବାରୁ ସେ ଏନ୍‌ଟିପିସି କର୍ମଚାରୀଙ୍କ ସହ ଆଲୋଚନା କରି ଉକ୍ତ ଗ୍ରାମଗୁଡିକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବେ ବୋଲି ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri