ଖାଉଟି ଠକେଇ

ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖାଉଟି ସଚେତନତା ଏଯାଏ ଆସି ନାହିଁ। ଫଳରେ ଚାଉଳ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ବେଳେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ବିଶେଷକରି ଚାଷୀ ଅଧିକ ଠକାମିର ଶିକାର ହେଉଛନ୍ତି। ଚାଷୀ ଧାନ ଚାଷ କରୁଛନ୍ତି। କିନ୍ତୁ ଅଭାବ ଯୋଗୁ ଅଧିକାଂଶ ଚାଷୀ ନିଜ ପାଇଁ ଆବଶ୍ୟକ ଧାନ ନ ରଖି ବିକ୍ରି କରି ଦେଉଛନ୍ତି। ପରବର୍ତ୍ତୀ ସମୟରେ ବଜାରରୁ ଚାଉଳ ପ୍ୟାକେଟ କିଣି ଘରକୁ ନେଉଛନ୍ତି। ୨୫ କିଲୋ ଚାଉଳ ପ୍ୟାକେଟରେ ରହିଛି ବୋଲି ଭାବି ଘରକୁ ନେଉଛନ୍ତିି। ଓଜନ କରୁନାହାନ୍ତି। ବ୍ୟବସାୟୀ ଏହାର ଭରପୂର ଫାଇଦା ଉଠାଉଛନ୍ତିି। କାରଣ ବାସ୍ତବରେ ପ୍ୟାକେଟରେ ୨୫ କିଲୋ ଓଜନର ଚାଉଳ ରହୁ ନାହିଁ। ଏବେ ନବରଙ୍ଗପୁର ସହରକୁ ୨୨ କିଲୋ ଓଜନର ଚାଉଳ ପ୍ୟାକେଟ ଆସୁଛି। ସୁନ୍ଦର ବସ୍ତାରେ ବିଭିନ୍ନ ଚାକଚକ୍ୟ ବ୍ରାଣ୍ଡ ନାଁ ଦେଇ ଏହାକୁ ବିକ୍ରି କରାଯାଉଛି। ପଡୋଶୀ ରାଜ୍ୟରୁ ନବରଙ୍ଗପୁର ବଜାରକୁ ଏହାର ଚେର ଲମ୍ବିଛି। କେବଳ ଚାଉଳ ନୁହେଁ, ପ୍ୟାକିଂ ହୋଇ ଆସୁଥିବା ଡାଲି, ଅନ୍ୟାନ୍ୟ ସାମଗ୍ରୀରେ ଏଭଳି ଠକାମି କରାଯାଉଛି। ଅନ୍ୟପକ୍ଷେ ମୁଗ, ହରଡ ଡାଲିରେ ଏକା ଭଳି ଲାଗୁଥିବା ଅନ୍ୟ ଏକ ପ୍ରକାର ଡାଲି ମିଶ୍ରିତ କରି ବିକ୍ରି କରାଯାଉଛି। ସେହିଭଳି ପରିବା, ମାଛ ଓ ମାଂସ ବଜାର ଉପରେ ମଧ୍ୟ ପ୍ରଶାସନର ନଜର ରହୁନାହିଁ। ଦର ଉପରେ ନିୟନ୍ତ୍ରଣ ନାହିଁ। ବ୍ୟବସାୟୀ ନିଜର ଇଚ୍ଛା ମୁତାବକ ଦର ବଢାଇ ଚାଲିଛନ୍ତି। ଚାଷୀ ଉପତ୍ାଦିତ ପରିବା ନିଜେ ବଜାରକୁ ଆଣି ବିକ୍ରି କରିବାକୁ ସୁଯୋଗ ପାଉ ନାହିଁ। ବଜାର ଓ ହାଟକୁ ଚାଷୀ ଆସି ବିକ୍ରି କରି ଦି ପଇସା ରୋଜଗାର କରିବା ପୂର୍ବରୁ ରାସ୍ତା ଘାଟରେ ବ୍ୟବସାୟୀ ଜଗି ସେମାନଙ୍କ ଠାରୁ ବିଭିନ୍ନ ଆଳରେ କମ୍‌ ଦରରେ ପରିବା କିଣି ବଜାରରେ ଚଢା ଦରରେ ବିକ୍ରି କରୁଛନ୍ତିି। ଏଭଳି ପରିସ୍ଥିତିରେ ଖାଉଟି ଓ ଚାଷୀ କିଭଳି ଗତି କରୁଛନ୍ତିି ତାହା ସାଧାରଣରେ ଅନୁମେୟ। ଜିଲାରେ ମାପ ଏବଂ ଓଜନ ବିଭାଗ ରହିଛି, କେବେ ମଧ୍ୟ ଏଦିଗ ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏନେଇ ଜିଲା ପ୍ରଶାସନ ଏକ ସ୍କ୍ବାଡ ଗଠନ କରି ଖାଉଟି ପ୍ରତି ଗୁରୁତ୍ୱ ଦେବା ସହ ବିଭିନ୍ନ ପ୍ୟାକେଟ ସାମଗ୍ରୀ ଉପରେ ଲେଖାଯାଇଥିବା ଓଜନର ଯାଞ୍ଚ କରିବା ସହ ପରିବା, ମାଛ, ମାଂସ ଦର ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି।
– ସଦାଶିବ ପ୍ରହରାଜ


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri