ଖାଉଟି ଠକେଇ

ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖାଉଟି ସଚେତନତା ଏଯାଏ ଆସି ନାହିଁ। ଫଳରେ ଚାଉଳ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ବେଳେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ବିଶେଷକରି ଚାଷୀ ଅଧିକ ଠକାମିର ଶିକାର ହେଉଛନ୍ତି। ଚାଷୀ ଧାନ ଚାଷ କରୁଛନ୍ତି। କିନ୍ତୁ ଅଭାବ ଯୋଗୁ ଅଧିକାଂଶ ଚାଷୀ ନିଜ ପାଇଁ ଆବଶ୍ୟକ ଧାନ ନ ରଖି ବିକ୍ରି କରି ଦେଉଛନ୍ତି। ପରବର୍ତ୍ତୀ ସମୟରେ ବଜାରରୁ ଚାଉଳ ପ୍ୟାକେଟ କିଣି ଘରକୁ ନେଉଛନ୍ତି। ୨୫ କିଲୋ ଚାଉଳ ପ୍ୟାକେଟରେ ରହିଛି ବୋଲି ଭାବି ଘରକୁ ନେଉଛନ୍ତିି। ଓଜନ କରୁନାହାନ୍ତି। ବ୍ୟବସାୟୀ ଏହାର ଭରପୂର ଫାଇଦା ଉଠାଉଛନ୍ତିି। କାରଣ ବାସ୍ତବରେ ପ୍ୟାକେଟରେ ୨୫ କିଲୋ ଓଜନର ଚାଉଳ ରହୁ ନାହିଁ। ଏବେ ନବରଙ୍ଗପୁର ସହରକୁ ୨୨ କିଲୋ ଓଜନର ଚାଉଳ ପ୍ୟାକେଟ ଆସୁଛି। ସୁନ୍ଦର ବସ୍ତାରେ ବିଭିନ୍ନ ଚାକଚକ୍ୟ ବ୍ରାଣ୍ଡ ନାଁ ଦେଇ ଏହାକୁ ବିକ୍ରି କରାଯାଉଛି। ପଡୋଶୀ ରାଜ୍ୟରୁ ନବରଙ୍ଗପୁର ବଜାରକୁ ଏହାର ଚେର ଲମ୍ବିଛି। କେବଳ ଚାଉଳ ନୁହେଁ, ପ୍ୟାକିଂ ହୋଇ ଆସୁଥିବା ଡାଲି, ଅନ୍ୟାନ୍ୟ ସାମଗ୍ରୀରେ ଏଭଳି ଠକାମି କରାଯାଉଛି। ଅନ୍ୟପକ୍ଷେ ମୁଗ, ହରଡ ଡାଲିରେ ଏକା ଭଳି ଲାଗୁଥିବା ଅନ୍ୟ ଏକ ପ୍ରକାର ଡାଲି ମିଶ୍ରିତ କରି ବିକ୍ରି କରାଯାଉଛି। ସେହିଭଳି ପରିବା, ମାଛ ଓ ମାଂସ ବଜାର ଉପରେ ମଧ୍ୟ ପ୍ରଶାସନର ନଜର ରହୁନାହିଁ। ଦର ଉପରେ ନିୟନ୍ତ୍ରଣ ନାହିଁ। ବ୍ୟବସାୟୀ ନିଜର ଇଚ୍ଛା ମୁତାବକ ଦର ବଢାଇ ଚାଲିଛନ୍ତି। ଚାଷୀ ଉପତ୍ାଦିତ ପରିବା ନିଜେ ବଜାରକୁ ଆଣି ବିକ୍ରି କରିବାକୁ ସୁଯୋଗ ପାଉ ନାହିଁ। ବଜାର ଓ ହାଟକୁ ଚାଷୀ ଆସି ବିକ୍ରି କରି ଦି ପଇସା ରୋଜଗାର କରିବା ପୂର୍ବରୁ ରାସ୍ତା ଘାଟରେ ବ୍ୟବସାୟୀ ଜଗି ସେମାନଙ୍କ ଠାରୁ ବିଭିନ୍ନ ଆଳରେ କମ୍‌ ଦରରେ ପରିବା କିଣି ବଜାରରେ ଚଢା ଦରରେ ବିକ୍ରି କରୁଛନ୍ତିି। ଏଭଳି ପରିସ୍ଥିତିରେ ଖାଉଟି ଓ ଚାଷୀ କିଭଳି ଗତି କରୁଛନ୍ତିି ତାହା ସାଧାରଣରେ ଅନୁମେୟ। ଜିଲାରେ ମାପ ଏବଂ ଓଜନ ବିଭାଗ ରହିଛି, କେବେ ମଧ୍ୟ ଏଦିଗ ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏନେଇ ଜିଲା ପ୍ରଶାସନ ଏକ ସ୍କ୍ବାଡ ଗଠନ କରି ଖାଉଟି ପ୍ରତି ଗୁରୁତ୍ୱ ଦେବା ସହ ବିଭିନ୍ନ ପ୍ୟାକେଟ ସାମଗ୍ରୀ ଉପରେ ଲେଖାଯାଇଥିବା ଓଜନର ଯାଞ୍ଚ କରିବା ସହ ପରିବା, ମାଛ, ମାଂସ ଦର ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି।
– ସଦାଶିବ ପ୍ରହରାଜ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri