ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ। ଜୈବିକ ପଦ୍ଧତିରେ ଚାଷ ହେଉଥିବା ଏହି ହଳଦୀକୁ ନିକଟରେ ମିଳିଛି ଜିଆଇ ମାନ୍ୟତା। ବର୍ଷାଦିନେ ବାଟି ଛତୁ, ଶ୍ରାବଣ କଢ଼ର ଚାହିଦା ମଧ୍ୟ ରହିଛି। ଯାହାକୁ କିଲୋ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରାଯାଏ। ସେହିପରି ଖରାଦିନ ଆରମ୍ଭରୁ ଜିଲାରେ ମିଳେ ବରଡା ଶାଗ। ପ୍ରାୟ ଏପ୍ରିଲ ମାସ ତୃତୀୟ ସପ୍ତାହରୁ ଜୁନ ଶେଷ ପର୍ଯ୍ୟନ୍ତ ଏହା ବଜାରରେ ମିଳେ। ସାଧାରଣତଃ ଶାଗକୁ ବିଡ଼ାରେ ବିକ୍ରି କରା ଯାଉଥିବା ବେଳେ ବରଡ଼ା ଶାଗକୁ ଓଜନରେ ବିକ୍ରି କରାଯାଏ। ଯାହାର ଦର କେଜି ପ୍ରତି ୧୦୦ ଟଙ୍କା। ଋତୁକାଳୀନ ଏହି ଶାଗ ବିକି ବ୍ୟବସାୟୀ ଲାଭବାନ ହେଉଛନ୍ତି। ଏପରିକି ଜଣେ ଜଣେ ଦିନକୁ ୨ରୁ ୩ ହଜାର ଟଙ୍କାର କେବଳ ବରଡା ଶାଗ ବିକିଥାନ୍ତି।
ବରଡ଼ା ଗଛର କଅଁଳିଆ ପତ୍ରକୁ ଶାଗ ଭାବେ ଖିଆଯାଏ। ଏହି ଗଛ ଚାକୁଣ୍ଡା ସଦୃଶ। ଏଥିରେ ଚଢ଼ି କଅଁଳ ପତ୍ର ତୋଳିବା ବହୁ କଠିନ କାର୍ଯ୍ୟ। ବର୍ଷାଦିନେ ପତ୍ର ବଡ ହୋଇଗଲେ ପୁଣି ଅପେକ୍ଷା ରୁହେ ଆରବର୍ଷକୁ। କୌଣସି ସାର ପିଡିଆ ଦିଆଯାଇ ବରଡ଼ା ଶାଗ ହେଉ ନ ଥିବାରୁ ଏହା ସମ୍ପୂର୍ଣ୍ଣ ହାଇଜେନିକ ବୋଲି ସହରବାସୀ ମତ ଦିଅନ୍ତି। ୧୦/୧୫ ବର୍ଷ ତଳେ ଏହା କମ୍‌ ଦାମରେ ବିକ୍ରି ହେଉଥିଲା। ୧ ଟଙ୍କାରେ ପାଏ ବା ୨୫୦ ଗ୍ରାମ ଶାଗ ମିଳୁଥିଲା। ଏବେ କେଜି ୧୦୦ ଟଙ୍କା ହେଲାଣି। ଟଙ୍କା ଯେତେ ହେଉ, ଏହି ଶାଗ ଖାଇବା ମଜା ନିଆରା ବୋଲି ଫୁଲବାଣୀର ସୁବାସ ବେହେରା ପ୍ରକାଶ କରିଛନ୍ତି।
ସେହିପରି ଫୁଲବାଣୀ ସହରକୁ ଶାଗ ବିକ୍ରି କରିବାକୁ ଆସିଥିବା ଜି.ଉଦୟଗିରିର ଅବଦୁଲ ଆଲଫା କୁହନ୍ତି, ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଶାଗ ବିକ୍ରି କରୁଛି। ରବିବାର ହେତୁ ବ୍ୟବସାୟ ଟିକେ ମାନ୍ଦା ଥିଲେ ବି ୧୭୦୦ ଟଙ୍କାର ଶାଗ ବିକିଛି। ଅନ୍ୟଦିନେ ପ୍ରାୟ ମଧ୍ୟାହ୍ନ ସୁଦ୍ଧା ୩୦ କିଲୋ ପାଖାପାଖି ଶାଗ ବିକ୍ରି ସରିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଅଜିତ କୁମାର: ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ

ପୁରୁଷୋତ୍ତମପୁର,୫।୧୦(ସବିତା ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିକୁ ମିଳିଛି ନୂତନ ନିର୍ବାହୀ ଅଧିକାରୀ। ଅଜିତ କୁମାର ପଟ୍ଟନାୟକ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?