ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| ତେବେ ବିଜେଡି ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଆମ ଓଡିଶାର ମୁଖ୍ୟ ତଥା ବିଜେଡି ରାଜ୍ୟ ସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭାଜପା ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସ୍ବାଧୀନ ପ୍ରାର୍ଥୀ ଭାବେ ଦୁଷ୍ମନ୍ତ କୁମାର ସ୍ବାଇଁ ଗାଁ ଗାଁ ବୁଲି ଭୋଟ ପ୍ରଚାର କାର୍ଯ୍ୟ ଚାଲୁରଖିଛନ୍ତି। ଖଣ୍ଡପଡା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ବସନ୍ତ କୁମାର ମହାରଣା ନିର୍ବାଚନ ଲଢୁଛନ୍ତି। ଗୁରୁବାର  କଂଗ୍ରେସ ପ୍ରାର୍ଥୀ ମହାରଣା ସମର୍ଥକଙ୍କ ଗହଣରେ ଖଣ୍ଡପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତକରି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିବା ଜଣାଯାଇଛି। ସେ ପଦଯାତ୍ରାରେ ପଞ୍ଚାୟତ ପରିକ୍ରମା କରିଥିଲେ। ଆଉ ମାତ୍ର ନିର୍ବାଚନ ୪ଦିନ ବାକି ରହିଥିବା ବେଳେ ନେତାମାନଙ୍କ ଅନ୍ଧାରୀ ବିଜେକୁ ଭୋଟରମାନେ ଚାହିଁ ରହିଛନ୍ତି ା ତେବେ ଭୋଟରମାନଙ୍କ ମତଦାନ କାହା ସପକ୍ଷରେ ଯାଉଛି ତାହା ଏବେ ସ୍ପଷ୍ଟ ଭାବରେ ଜଣାପଡୁନାହିଁ ା ଭୋଟରମାନେ ଖୋଲାଖୋଲି ଭାବେ କାହାକୁ ଭୋଟ ଦେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କହୁ ନ ଥିବାବେଳେ ଦଳୀୟ କର୍ମୀ କିମ୍ବା ନେତାଙ୍କୁ ସମ୍ମୁଖରେ ଦେଖି ତାଙ୍କୁ ଭୋଟ ଦେବେ ବୋଲି କହୁଛନ୍ତି ା ତେବେ ସ୍ବାଭିମାନୀ ଖଣ୍ଡପଡାବାସୀ ଏଥର ନିର୍ବାଚନରେ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କୁହାକୁହି ହେଉଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri