ଖଣ୍ଡପଡ଼ାରେ ଅଜଣା ରୋଗରେ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଟି ଗାଈବାଛୁରୀର ମୃତ୍ୟୁ ଘଟିଛି। ପ୍ରାଣୀଧନ ଚିକିତ୍ସା କର୍ମୀଙ୍କ ଅବହେଳା ଯୋଗୁ ଆବଶ୍ୟକ ଚିକିତ୍ସା ଅଭାବରୁ ଅଜଣା ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।  ପ୍ରକାଶ ଯେ,ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଖଳିସାହି, ଗଡିଆସାହି, କିଆଝର, କୁମ୍ଭାରପଡା, ବଳଭଦ୍ର ପ୍ରସାଦ ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଗତ କିଛି ଦିନ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗୋରୁମାନଙ୍କ ଦେହ, ଗୋଡ ଓ ମୁହଁ ପ୍ରଥମେ ଫୁଲିଯାଉଛି। ଗୋରୁମାନେ ଶରୀରର ଆକ୍ରାନ୍ତ ସ୍ଥାନକୁ ଜିଭରେ ଚାଟିବା ପରେ କ୍ଷତାକ୍ତ ହୋଇ ଧୀରେ ଧୀରେ ସେଠାରେ ଘା ହୋଇଯାଉଛି। ଏହି ରୋଗ ସମ୍ପର୍କରେ ଚାଷୀମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ସହାୟକ କେନ୍ଦ୍ରକୁ ଯାଇ କର୍ମଚାରୀମାନଙ୍କ ସହ ଯୋଗାଯୋଗ କରିବା ପରେ ମଧ୍ୟ ଏ ରୋଗ ସମ୍ପର୍କରେ କୌଣସି ଠିକ୍‌ ତଥ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି। କେତେକ ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ସହାୟକ କେନ୍ଦ୍ରର କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗୋରୁଗାଈଙ୍କ ପାଖକୁ ଯାଇ ଯେଉଁ ଔଷଧ ବା ଟିକା ପାଇଁ ପରାମର୍ଶ ଦେଉଛନ୍ତି ସେଥିରେ ମଧ୍ୟ ଗୋରୁ ସୁସ୍ଥ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରି ଗ୍ରାମର ଲଡୁ ପରିଡାଙ୍କ ୨୨ଟି ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅଧିକାରୀ ମହାକୁଡଙ୍କ ୬ଟି, ଅଲେଖ ବାହୁକଙ୍କ ୨ଟି, ସୁବାସ ବେହେରାଙ୍କ ୧୫, ଟିକିନା ବେହେରାଙ୍କ ୨୫, ଦେବରାଜ ବେହେରାଙ୍କ ୨୫, ହାଡିଆ ବେହେରାଙ୍କ ୩୫, ଭ୍ରମର ବାରିକଙ୍କ ୨, ଦାମୋଦର ବେହେରାଙ୍କ ୨, ନନ୍ଦ ମହାକୁଡଙ୍କ ୨, ବସନ୍ତ ବେହେରାଙ୍କ ୫ ଗୋରୁ ସହ ଗ୍ରାମର ପ୍ରାୟ ଶତାଧିକ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ବଳଭଦ୍ର ପ୍ରସାଦ ପଞ୍ଚାୟତ ଗଉଡପାଟଣା ଗ୍ରାମର ପଦ୍ମନାଭ ବେହେରାଙ୍କ ଠାରୁ ପ୍ରକାଶ ଯେ ତାଙ୍କ ଗାଁ ଆଖପାଖ ଜାକେଲା, ବଳଭଦ୍ରପ୍ରସାଦ ଆଦି ଗ୍ରାମରେ ବହୁ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡୁଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ତଥା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁ ଏହି ରୋଗର ନିରାକରଣ ହୋଇ ପାରୁ ନାହିଁ ବୋଲି ସେ କହିଥିଲେ। ତେବେ ଗୋଚ୍ଛାବାରି ଗ୍ରାମର ଲଡୁ ପରିଡା ଓ ବସନ୍ତ ବେହେରାଙ୍କଠାରୁ ପ୍ରକାଶ ଯେ, ଗାଈ ଗୋରୁଙ୍କ ମୁହଁ, ପିଠି ଓ ପେଟରେ ଘା ହେବା ସହ ଚକଡା ଚକଡା ହୋଇ ଫୁଲି ଘା ହୋଇ ଗାତ ହୋଇଯାଉଛି। ଏହି ଚିକିତ୍ସା ପାଇଁ ପ୍ରାଣୀଧନ କର୍ମଚାରୀଙ୍କୁ ଡାକିବାରେ ଗୋଟିଏ ଗୋଟିଏ ଇଞ୍ଜେକଶନ ପାଇଁ ଶହେ ଟଙ୍କା ଲେଖାଏ ନେଉଛନ୍ତି। ୫ଟି ଟିକା ଦେଲା ପରେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବୋଲି କହିଥିଲେ। ଗୋଟିଏ ଗୋଟିଏ ଗାଈ, ବଳଦ ପିଛା ହଜାରେ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ଥକି ପଡିଲେଣି। ଗୋରୁମାନେ ମରି ଯାଉଥିବାରୁ ଗରିବ ଚାଷୀମାନେ ଏବେ ଆତଙ୍କିତ ହୋଇ ପଡିଛନ୍ତି। ଅପରପକ୍ଷେ ଗତ ୫ଦିନ ହେବ ଗଡିଆସାହି ଗ୍ରାମର ଚରଣ ଦଳାଇ ଓ କୋଟପୋଖରୀ ଗ୍ରାମର ଜଣେ ଚାଷୀଙ୍କ ୨ଟି ଗାଈ ବାଛୁରୀ ଏହି ରୋଗରେ ପ୍ରାଣ ହରାଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri