ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ଖଣି ଲିଜ୍‌ଧାରୀଙ୍କୁ ଝଟକା

ଯୋଡ଼ା,୧୭।୫(ଡି.ଏନ.ଏ.):ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧାରୀ କେନ୍ଦ୍ର ଇସ୍ପାତ୍‌ ଓ ଖଣି ମନ୍ତ୍ରଣାଳୟଙ୍କ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍‌ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଫାଇନାଲ ଅର୍ଡର ନଂ ୩୧/୨୦୧୯ରୁ ୪୫/୨୦୧୯/ତା. ୯।୫।୨୦୧୯ ରିଖରେ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରି କି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍‌ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମିନେରାଲ କନ୍‌ସେସନ ରୁଲ୍‌- ୨୦୧୬ ର ରୁଲ୍‌ ନଂ୧୨(୧୦) ଓ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଏପରି କି ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରାପ୍ୟ ଅନାଦାୟ କ୍ଷେତ୍ରରେ ରାଜ୍ୟ ସରକାର ଖଣି ଲିଜ୍‌ ବାତିଲ ସହ ସେମାନଙ୍କ ପରଫର୍ମାନ୍ସ ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନୋଟିସ ବିରୋଧରେ ଖଣି ଲିଜ୍‌ଧାରୀମାନେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣି ଲିଜ୍‌ଧାରୀଙ୍କ ଉକ୍ତ ଆବେଦନର ଶୁଣାଣି କରି ଟିବ୍ୟୁନାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ନୋଟିସ ବୈଧ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସରକାର ବହୁ ପୂର୍ବରୁ ଖଣିଲିଜ୍‌ଧାରୀଙ୍କୁ ଡିମାଣ୍ଡ ନୋଟିସ ପଠାଇ ସାରିଛନ୍ତି। କାରଣ ସମ୍ପୃକ୍ତ ଖଣି ଲିଜ୍‌ଧାରୀମାନେ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅନୁଯାୟୀ ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ କରି ଖଣି ଖନନ କରିଛନ୍ତି। ଏନେଇ ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲା(ନଂ ୧୧୪/୨୦୧୪) ରୁଜୁ ହୋଇଥିଲା। ସେଥିରେ କ୍ଷତିପୂରଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍ପାଓ୍ବାର୍ଡ କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ରାଜ୍ୟ ସରକାର ଉକ୍ତ ୧୫ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର ଏହାକୁ ବିରୋଧ କରି ସେମାନେ ପୁଣି ଖଣି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ତେବେ କୋଟି କୋଟି ଟଙ୍କାର ସମ୍ପତ୍ତି ଲାଭ କରିଥିବା ୧୫ଖଣି
କମ୍ପାନୀର ଆର୍ଥିକ ସ୍ବାର୍ଥ, ସାମାଜିକ ଓ ବାଣିଜି୍ୟକ ପ୍ରତି ଏବେ ଆହ୍ବାନ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିବା ଖଣି ଲିଜ୍‌ଧାରୀ ହେଲେ ମାଲା ରାୟ ଆଣ୍ଡ ଅଦର୍ସ, ସତ୍ୟଜିତ ପ୍ରଧାନ, ସୁନନ୍ଦନ ପ୍ରଧାନ, ସୁଶୀଲ କୁମାର ପାଢୀ, ଏସ୍‌.ଡି.ଶର୍ମା, ନାରାୟଣୀ ସନ୍ସ, ରାଜ କୁମାର ଅଗ୍ରୱାଲ, ଡି.ସି ଡୋଗ୍ରାଙ୍କ ଉତ୍ତରାଧିକାରୀ ସଞ୍ଜୟ କୁମାର ଡୋଗ୍ରା, ଦୀନେଶ ଚନ୍ଦ୍ର ଦାସ, ଓ ଜୟକିଶୋର ଚୌବେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri