କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଚଷାପଡା ଗ୍ରାମର ସୁବ୍ରତ ରାଉତ ଦୋକାନ ବନ୍ଦକରି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବାବେଳେ ଉକ୍ତ ହାତୀ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚଷାପଡା ଘାଟ ରାସ୍ତାରେ ତାଙ୍କୁ ଗୋଡାଇଥିଲା ା ସେ ଜୀବନ ବଞ୍ଚାଇ ଘରକୁ ଫେରି ଆସିଥିଲେ ା ଶନିବାର ସକାଳେ ଉକ୍ତ ରାସ୍ତାର କୟଳପଡା ଗ୍ରାମ ନିକଟ ଶନି ମନ୍ଦିର ପାଖରେ ଥିବା ବୁଦୁବଦୁବୁକିଆ ଜଙ୍ଗଲରେ ହାତୀ ଥିବା ସ୍ଥାନୀୟ ଲୋକେ ଦେଖି ଚୌଦ୍ୱାର ବନବିଭାଗକୁ ଜଣାଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚିଲେ ମଧ୍ୟ ହାତୀକୁ ପାଇ ନ ଥିଲେ। ଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ଲାଗିରହିଛି ା ଚୌଦ୍ୱାର ପୋଲିସ ଓ ବନବିଭାଗ କର୍ମଚାରୀ ହାତୀଟିକୁୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଥିବା ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?