Posted inପୁରୀ

କୋଣାର୍କରେ ଖୋଲିଲା ଯାତ୍ରୀନିବାସ

କୋଣାର୍କ,୮ା୬(ଡି.ଏନ୍‌.ଏ.): କରୋନା ଯୋଗୁ ବନ୍ଦ ରହିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ପର୍ଯ୍ୟଟନସ୍ଥଳୀ କୋଣାର୍କ ଶୂନଶାନ। ବନ୍ଦ ହେବାର ଅଢ଼େଇ ମାସ ପରେ ସୋମବାର କୋଣାର୍କରେ ଯାତ୍ରୀନିବାସ ଓ କେତେକ ହୋଟେଲ ଖୋଲାଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ପର୍ଯ୍ୟଟକ ନ ଥିବାରୁ ବେପାର ହୋଇ ନାହଁି। ସମସ୍ତ କର୍ମଚାରୀ ଓ ୩୦ଭାଗ ରୁମକୁ ନେଇ ଯାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇଛି। ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ପାର୍ସଲ ଦିଆଯିବ। ଗାଇଡଲାଇନ ଅନୁଯାୟୀ ରୁମ ବୁକ ଓ ରେଷ୍ଟୁରାଣ୍ଟ ଚାଲିବ ବୋଲି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି। ସୂଚନା ଥାଉକି ମାର୍ଚ୍ଚ ୧୬ରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିଛି। ସୂର୍ଯ୍ୟମନ୍ଦିର ବନ୍ଦ ହେବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଫଟୋଗ୍ରାଫର, ଗାଇଡ, ହୋଟେଲ, ଲଜ, ହସ୍ତଶିଳ୍ପ ଓ ଅନ୍ୟ ବ୍ୟବସାୟୀ ହାତବାନ୍ଧି ବସି ରହିଛନ୍ତି। ଅଢ଼େଇ ମାସ ହେବ ହୋଟେଲ ବ୍ୟବସାୟୀମାନେ ଅସହାୟ ହୋଇପଡିଛନ୍ତି। ଘରେ ବସି ରହିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଥିବା କେତେଜଣ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?