ବଜ୍ରପାତ ନେଲା ୧୦ ଜୀବନ

ଭୁବନେଶ୍ୱର, ୮।୬(ବ୍ୟୁରୋ) – ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ଘଟି ୧୦ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ାର ମହାକାଳପଡ଼ା, ଜଗତ୍‌ସିଂହପୁର ବାଲିକୁଦା ବ୍ଲକରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳରେ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୋଳରେ ଜଣେ ମହିଳା, ଗଞ୍ଜାମର କବିସୂର୍ଯ୍ୟନଗରରେ ଜଣେ, ଗଜପତି ମୋହନରେ ଜଣେ ଓ କଟକ ଚୌଦ୍ୱାରରେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ ୩ଜଣ ଚାଷୀ ଥିବା ଜଣାପଡ଼ିଛି। ଅନ୍ୟ ୭ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନାନୁସାରେ, ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସୁନାଡଙ୍ଗରି ଗ୍ରାମର ନରସିଂହ ମାଝି (୧୩) ଘରକୁ ଫେରୁଥିଲେ। ମାଝିଗୁଡ଼ା ମୁଖ୍ୟ ରାସ୍ତାରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମର ଦିଲୀପ ଚକ୍ର ନାମକ ଜଣେ ଯୁବକଙ୍କର ବ୍ରଜପାତ୍ରରେ ମୃତ୍ୟୁ ହୋଇଛି। ସେ କାଠକଟା ଅଞ୍ଚଳ ବୁଲିବାକୁ ଯାଇଥିବାବେଳେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ନିକଟରେ ଥିବା ଏକ ଗଛ ମୂଳରେ ଠିଆ ହୋଇଥିଲେ। ଏହି ସମୟରେ ସେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି କାଠକଟା ପଞ୍ଚାୟତ ଯୋଗିଆବନ୍ଧ ଗ୍ରାମର ଚଞ୍ଚଳା ମହାନ୍ତ ଘରେ ଥିବା ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଢେଙ୍କାନାଳ ସଦର ଥାନା ବାଲିଅମ୍ବା ପଞ୍ଚାୟତ ରାଇଡିହି ଗ୍ରାମର ନିର୍ମଳା ସାହୁ(୫୬) ଘର ନିକଟ ପଡ଼ିଆକୁ ଗାଈ ଆଣିବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଦଣ୍ଡାରଗଡି ଗାଁର ରଞ୍ଜିତା ପ୍ରଧାନ (୪୦) ନାମକ ଅନ୍ୟଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅନୁଗୋଳ ଥାନା କୁମୁରିସିଙ୍ଗା ପଞ୍ଚାୟତ କାବୁଲିପାଳ ଗ୍ରାମର ସୀତା ଭୋଇ (୪୨) ଗାଈ ଚରାଇବାକୁ ଯାଇଥିବାବେଳେ ତାଙ୍କ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏଥିସହ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବଜ୍ରପାତରେ ୫ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଡିହି ଗ୍ରାମର ସରୋଜ ଜେନା (୩୨) ବିଲରେ ହଳ କରୁଥିବାବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ଜଗତ୍‌ସିଂହପୁର ଜିଲା ବୋରିକିନା ପଞ୍ଚାୟତ ଅନ୍ତର୍ଗତ ବରୁଗୁଡିପଡା (ଗୋଡିବେଦୀ) ଗ୍ରାମର ବାଉରିବନ୍ଧୁ ମୁଦୁଲି(୫୦)ଙ୍କ ଉପରେ ବଜ୍ରପାତ ହେବାରୁ ତାଙ୍କର ଜୀବନ ଚାଲିଯାଇଛି। କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତ ସୁଆଁରି ଗ୍ରାମର ନିତ୍ୟାନନ୍ଦ ସ୍ବାଇଁ (୨୦)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବାବେଳେ ଏହି ପଞ୍ଚାୟତ ଅନ୍ତର୍ଗତ ଡାହାଣିଗାଡ଼ିଆ ଗ୍ରାମର ଶକୁନ୍ତଳା ମଲ୍ଲିକ(୪୪) ଗୁରୁତର ଆହତ ହୋଇଛନ୍ତି। ସେହିପରି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ବାଘମାରି ଗ୍ରାମ ପଞ୍ଚାୟତର ଅଣ୍ଡିରାଗଡ଼ ଗ୍ରାମର କାର୍ତ୍ତିକ ପାଇକ(୪୫) ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତରେ ମୃତ୍ୟୁ ଘଟିଥିବାବେଳେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପାଇକଜମୁନା ଗ୍ରାମର ବଳରାମ ଗୌଡ଼(୧୭) ମଧ୍ୟ ବିଲରେ ଟଳି ପଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri