କୋଚିଂ ସେଣ୍ଟର ବିଜ୍ଞାପନରେ ଜାଲିଆତି: ପିଲା, ର଼୍ୟାଙ୍କ୍‌ ନକଲି : ତଦନ୍ତ କରିବେ ସିପି, ଏଡିଜି

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି କୋଚିଂ ସେଣ୍ଟର ଖୋଲୁଛି। ତେବେ ଅଧିକାଂଶ କୋଚିଂ ସେଣ୍ଟର ଠକୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। କୋଚିଂ ସେଣ୍ଟରଗୁଡିକ ପକ୍ଷରୁ ଦିଆଯାଉଥିବା ବିଜ୍ଞାପନରେ ନକଲି ର଼୍ୟାଙ୍କ୍‌ ସହ ନକଲି ପିଲାଙ୍କ ଫଟୋ ଲଗାଯାଉଛି। ଏଥିରେ ଆକୃଷ୍ଟ ହୋଇ ଆଡ୍‌ମିଶନ ପାଇଁ ଯାଉଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ନାନା ଭାବେ ଭୁଆଁ ବୁଲାଯାଇ ମନଇଚ୍ଛା ଫି’ ନିଆଯାଉଛି। ଏହି ଠକେଇ ଓ ଶୋଷଣ ସମ୍ପର୍କରେ ଅଭିଭାବକ ସଂଘ ଜାଣିବା ପରେ ଭୁବନେଶ୍ୱରର ୧୮ଟି କୋଚିଂ ସେଣ୍ଟର ନାଁରେ ଗୃହ ବିଭାଗ ନିକଟରେ ଅଭିଯୋଗ କରିଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଡିଜିପି, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ସଚିବ, ପୋଲିସ ଆଇଜି ଏବଂ ପୋଲିସ କମିଶନରଙ୍କୁ ଚିଠି କରିଛନ୍ତି। ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଗୃହ ବିଭାଗର ଏହି ନିର୍ଦ୍ଦେଶ ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି।
ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଗୃହ ବିଭାଗ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, କୋଚିଂ ସେଣ୍ଟରଗୁଡିକ ଲଗାଉଥିବା ସାଇନ୍‌ବୋର୍ଡ, ବ୍ରୋଚର ସମେତ ବିଭିନ୍ନ ଟିଭି ଓ ଖବରକାଗଜରେ ଦେଉଥିବା ବିଜ୍ଞାପନରେ ନକଲି ଫଟୋ ବ୍ୟବହାର କରାଯାଉଛି। କୋଚିଂ ସେଣ୍ଟରଗୁଡିକ ଭଲ ପାଠପଢ଼ା ନାଁରେ ଏଭଳି ଖେଳ ଖେଲୁଥିବାରୁ ପିଲାଙ୍କ ଭବିଷ୍ୟକ ଅନ୍ଧକାରମୟ ହେଉଛି। ଲକ୍ଷ ଲକ୍ଷ ଟଙ୍କା ନେଇ ଆଡମିଶନ କରିବା ପରେ ପାଠପଢ଼ାର ନାଁ ଗନ୍ଧ ରହୁନି। ଶିକ୍ଷକ ନ ଥିବାରୁ ଅନେକ ସମୟରେ ପିଲାମାନେ ବସି ବସି ଆସୁଛନ୍ତି। ଫଳରେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ହୋଇପଡୁଛି ବୋଲି ମହାସଂଘ ଅଭିଯୋଗ ଆଣିଛି। ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଏଭଳି ହେଉଥିଲେ ସାଂଘାତିକ ଘଟଣା। ତେବେ ଏ ସଂକ୍ରାନ୍ତ ଚିଠି ଆସିବା ପରେ କଟକ ଭୁବନେଶ୍ୱରରେ ଥିବା କୋଚିଂ ସେଣ୍ଟରଗୁଡିକରେ ଯାଞ୍ଚ କରାଯିବ। ବିଜ୍ଞାପନରେ ନକଲି ଫଟୋ ଓ ର଼୍ୟାଙ୍କ୍‌ ଦେଇ ଠକୁଥିବା କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କୋଚିଂ ସେଣ୍ଟରଗୁଡିକ ପଞ୍ଜୀକରଣ ଓ ଅନ୍ୟ ସମସ୍ତ ତଥ୍ୟ ରଖିବା ସଂକ୍ରାନ୍ତରେ ଆଗକୁ ନିୟମ କରାଯିବ। ବେଆଇନ କୋଚିଂ ସେଣ୍ଟର ବା ଯେଉଁ କୋଚିଂ ସେଣ୍ଟରଗୁଡିକ ବେଆଇନ କାର୍ଯ୍ୟ କରୁଛନ୍ତି ତାହା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି କମିଶନର କହିଛନ୍ତି।
ଅନ୍ୟପକ୍ଷରେ ଗୃହ ସଚିବଙ୍କ ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ନେଇ କେତେକ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କର କହିବା କଥା ହେଲା, ଏବେ ପରିସ୍ଥିତି ଆଉ ଆୟତ୍ତ ଭିତରେ ନାହିଁ। ସ୍ବତନ୍ତ୍ର ପଞ୍ଜୀକରଣ ବ୍ୟବସ୍ଥା ନ ଥିବାବେଳେ ଦଲାଲମାନେ ଘରେ ଘରେ କୋଚିଂ ସେଣ୍ଟର ଖୋଲୁଛନ୍ତି। ପୋଲିସ ଯଦି ଘର ଘର ବୁଲି କୋଚିଂ ସେଣ୍ଟର ଖୋଜିବ ଆଇନଶୃଙ୍ଖଳାକୁ କିଏ ନିୟନ୍ତ୍ରଣ କରିବ ବୋଲି ସେମାନେ କହିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି। ଯଦି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ନୋଟିସ କରି କୋଚିଂ ସେଣ୍ଟରଗୁଡିକୁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ କିଛି ମାତ୍ରାରେ ଏହି ସମସ୍ୟାର ସମାଧାନ ହୋଇଯାଆନ୍ତା। କାରଣ ପଞ୍ଜିକୃତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଏଭଳି ବେଆଇନ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri