ବଳିପ୍ରଥା ପାଇଁ ଲୋଭ ଦାୟୀ

ବ୍ରହ୍ମପୁର ଅଫିସ୍‌,୨୪ା୬-ବିନା ପରିଶ୍ରମରେ ଅଧିକ ହାସଲ କରିବାର ଯେଉଁ ଲୋଭ ମଣିଷ ମାନସିକତାରେ ଦେଖିବାକୁ ମିଳିଛି, ସେଥିରୁ ହିଁ ଜନ୍ମ ନେଇଛି ବଳିପ୍ରଥା ଭଳି ଏକ ଘୃଣ୍ୟ ପରମ୍ପରା। କେବଳ ଆଇନ୍‌ ନୁହଁ, ବ୍ୟାପକ ସଚେତନତା ଦ୍ୱାରା ଏହି ପ୍ରଥାକୁ ମୂଳପୋଛ କରାଯାଇପାରିବ ବୋଲି ଆଲୋଚକମାନେ ପ୍ରକାଶ କରିଛନ୍ତି । ମାନବବାଦୀ ହେତୁବାଦୀ ସଂଗଠନ ଗଞ୍ଜାମ ଜିଲା ଆନୁକୂଲ୍ୟରେ ରବିବାର ସ୍ଥାନୀୟ ସଂକଳ୍ପ ସ୍କୁଲ ପରିସରରେ ‘ଏକବିଂଶ ଶତାବ୍ଦୀରେ ମଧ୍ୟ ବଳିପ୍ରଥା ଚାଲିଛି କେମିତି’ ଶୀର୍ଷକରେ ଆୟୋଜିତ ଆଲୋଚନାଚକ୍ରରେ ଭାଗନେଇ ବକ୍ତାମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସଂଗଠନର ସଭାପତି ଇ.ଟି. ରାଓ ଏଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଇଂ. ରାଜା ସୁରେଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରଥମେ ସଂଗଠନର ସମ୍ପାଦକ କେ. ନନ୍ଦେଶୁ ସେନାପତି ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆଲୋଚ୍ୟ ବିଷୟ ଉପରେ ସମ୍ୟକ ସୂଚନା ଦେଇଥିଲେ । ଆଜି ଆମ ସମାଜ ଏକବିାଂ ଶତାବ୍ଦିରେ ଏକ ଉନ୍ନତି ଓ ସଭ୍ୟ ଭାବେ ପରିଗଣିତ । ସମାଜ ବିଜ୍ଞାନର ଶୀର୍ଷରେ ପହଞ୍ଚି ପାରିଛି । ତଥାପି ବିଭିନ୍ନ ରୋଗର ନିରାକରଣ ପାଇଁ ବଳିପ୍ରଥା ଦେଖିବାକୁ ମିଳୁଛି । ଦେବାଦେବୀଙ୍କ ପାଖରେ ବଳି ପକାଇ ଅତ୍ୟଧିକ ହାସଲ କରିବାର ଲୋଭ ଯୋଗୁ ଏହି ପରମ୍ପରା ଜୀବିତ ଅଛି । ଏହା ବିରୋଧରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଲୋଚନାଚକ୍ରରେ ସ୍ବତନ୍ତ୍ର ବକ୍ତା ଭାବେ ସୋମନାଥ ବେହେରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ପୃଥ୍ବୀକ ମିଶ୍ର ଏବଂ ବିଘ୍ନେଶ୍ୱର ସାହୁ ସେମାନଙ୍କ ମତ ରଖିଥିଲେ । କିଶୋର ଚନ୍ଦ୍ର ମିଶ୍ର, ଅବନୀ କୁମାର ଗୟା, ପ୍ରତାପ କୁମାର, ସୁନେନ କୁମାର ପାଣିଗ୍ରାହୀ, ଶିବାନୀ ଶଙ୍କର ମିଶ୍ର, ମହମ୍ମଦ ସୁକୁର, ଅଧ୍ୟାପକ ଅମୀର ପ୍ରସାଦ ସାହୁ, ଅଧ୍ୟାପିକା ରାଜବାଳା ତ୍ରିପାଠୀ, ଅଧ୍ୟାପକ ସୁଶାନ୍ତ ପ୍ରଧାନ, ବି.ବାଳକୃଷ୍ଣ, ଅଧ୍ୟାପିକା ଦୁର୍ଗାବାଳା ଟୁଡ଼ୁ, ଡ. ବିଧୁପ୍ରଭା ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri