କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ…
ବିହାରର କୈମୁର ଜିଲା ଅନ୍ତର୍ଗତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ବିଭିନ୍ନ ବିରଳ ପଶୁପକ୍ଷୀଙ୍କ ସମେତ ବହୁ ମୂଲ୍ୟବାନ ବୃକ୍ଷଲତା ଦେଖିବାକୁ ମିଳିଥାଏ। ତା’ଛଡ଼ା ନିକଟରେ କେତେକ ହ୍ରଦ ଓ ଝରଣା ବି ରହିଛି। ଖାସ୍‌ ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ।
କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ରହିଛି। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁସାରେ, ଅକ୍ଟୋବରରୁ ଜୁନ୍‌ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। ତଥାପି ଜୁଲାଇରୁ ସେପ୍ଟେମ୍ବର ଭିତରେ ବି ଅନେକ ପର୍ଯ୍ୟଟକ କିଛି ନିଆରା ଅନୁଭୂତି ସାଉଁଟିବା ପାଇଁ ଏଠାକୁ ବୁଲି ଯାଉଥିବାର ଦେଖିବାକୁ ମିଳିଥାଏ।
କେମିତି ଯିବେ
ଏହାର ନିକଟତମ ବିମାନବନ୍ଦର ହେଉଛି ବାରାଣସୀ, ଯାହା କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟଠାରୁ ପ୍ରାୟ ୧୨୧ କି.ମି. ଦୂରରେ ଅବସ୍ଥିତ। ଉକ୍ତ ବିମାନବନ୍ଦରରେ ଓହ୍ଲାଇ ସାରିବା ପରେ ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ ସାହାଯ୍ୟରେ ସୁବିଧାରେ ଯାଇ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ। ସେହିପରି ଭାବୁଆ ରୋଡ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।
କ’ଣ ଦେଖିବେ
ଏହି ଅଭୟାରଣ୍ୟରେ ମୁଖ୍ୟତଃ ବାଘ, ଚିତାବାଘ, ଭାଲୁ, ସମ୍ବର, ହରିଣ, ନୀଳଗାଈ, ଜଙ୍ଗଲୀ ଘୁଷୁରି ଇତ୍ୟାଦି ପଶୁ ଦେଖିବାକୁ ମିଳିଥାନ୍ତି। ତା’ଛଡ଼ା ପ୍ରାୟ ୭୦ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥାନ୍ତି। ଆଉ ଶୀତଦିନ ହେଲେ ଆହୁରି ଅନେକ ପ୍ରଜାତିର ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି, ଯାହା ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ଉକ୍ତ ଅଭୟାରଣ୍ୟ ନିକଟରେ ଥିବା ଅନୁପମ୍‌ ନାମକ ହ୍ରଦରେ ବିଭିନ୍ନ ପ୍ରକାର ମାଛ ଦେଖିବାର ଏକ ନିଆରା ଅନୁଭୂତି ବି ମିଳିଥାଏ ପର୍ଯ୍ୟଟକଙ୍କୁ। ସେହିପରି ଜାତିଜାତିକା ସାପଙ୍କୁ ଦେଖିବା ନିମନ୍ତେ ଉକ୍ତ ଅଭୟାରଣ୍ୟ ତରଫରୁ ଏକ ସ୍ବତନ୍ତ୍ର ଗ୍ୟାଲେରି ମଧ୍ୟ ଏଠାରେ ନିର୍ମାଣ କରାଯାଇଛି।
ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଏକାଧିକ ଝରଣା ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କର୍କଟ ଝରଣା ହେଉଛି ଅନ୍ୟତମ। ଏହା ସ୍ଥାନୀୟ କୈମୁର୍‌ ନାମକ ଏକ ପାହାଡ ଉପରୁ ଝରିଥାଏ। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂ, ସୁଇମିଂ, ଫିଶିଂ ଆଦି ସୁବିଧା ଉପଲବ୍ଧ ଅଛି। ସେହିପରି ଆଉ ଏକ ଝରଣା ହେଉଛି ତେଲ୍‌ହାର। ଅନ୍ୟପକ୍ଷେ ଅନୁପମ୍‌ ନାମକ ହ୍ରଦର ଅପରୂପ ସୌନ୍ଦର୍ଯ୍ୟ ବି ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri