କେନ୍ଦୁପତ୍ର ସହ କାଠ ଜବତ: ୩ ଗିରଫ

ବାଙ୍ଗିରିପୋଷି,୯ା୬(ଡି.ଏନ୍‌.ଏ.)- ରାତି ପାଟ୍ରୋଲିଂ ବେଳେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ୩ଟି ମଟର ସାଇକେଲ ସହ କେନ୍ଦୁପତ୍ର ଓ କାଠପଟା ଜବତ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଝାରପୋଖରୀଆ ଥାନା ଅନ୍ତର୍ଗତ କାଇରାକଚା ଗ୍ରାମର ରାଜୀବ ପାଲ, ରତିଲା ଗ୍ରାମର ଦୁର୍ଗା ମୁଣ୍ଡା ଓ ଝାଡଖଣ୍ଡ ରାଜ୍ୟ କଇଁମା ଗ୍ରାମର ବିଷ୍ଣୁପଦ ପଇରା। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଉପବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଚନ୍ଦ୍ରକାନ୍ତ ରାଉତ,ବିକାଶ ଚନ୍ଦ୍ର ନାଏକ,ଗୋବିନ୍ଦ ଗିରି ବନ କର୍ମଚାରୀମାନେ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?