କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା କମୁଛି। ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବନୀକରଣ କରାଯାଉଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଗଛଗୁଡିକ ବଞ୍ଚୁ ନାହିଁ। କେବଳ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ଚିତ୍ର ଅଲଗା ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୦୦-୦୧ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ବନଖଣ୍ଡରେ ସମୁଦାୟ ୧,୯୩,୯୨,୦୨୦ ଟି ଚାରା ରୋପଣ ହୋଇଛି। ଏବାବଦରେ ଅଦ୍ୟାବଧି ୭୦ କୋଟି ୬୪ ଲକ୍ଷ ୪୨ ହଜାର ୫୯୦ ଟଙ୍କା ବ୍ୟୟ କରାଯାଇଛି। ସେଥିମଧ୍ୟରୁ ଖଣିସଂସ୍ଥା ଦ୍ୱାରା ୧୪୦୦୫.୯୦୧୪ ହେକ୍ଟର ଜମିରେ ବନୀକରଣ କରାଯାଇଛି। ୩୦.୪୪ କି.ମି. ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇ ସମୁଦାୟ ୬୧ଲକ୍ଷ ୩୧ହଜାର ୮୯୪ ଟି ଚାରା ରୋପଣ କରାଯାଇଛି। ଏଥିପାଇଁ ୧୮ କୋଟି ୭୩ ଲକ୍ଷ ୭୬ ହଜାର ୯୬୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦ ଲକ୍ଷ ୭୫ ହଜାର ୯୧୧ ଟଙ୍କା ବ୍ୟୟରେ ବଡବିଲ ଅଞ୍ଚଳରେ ୩୦୦୦ ଚାରା ରୋପଣ କରାଯାଇଛି। ଏହାପରେ ବି ଜଙ୍ଗଲ ଓ ଘନତ୍ୱ ବୃଦ୍ଧି ପାଉନାହିଁ। ଜିଲାରେ ସମୁଦାୟ ୩୮୮୪୧୫.୬୭୦୫ ହେକ୍ଟର ବିଭିନ୍ନ କିସମର ଜଙ୍ଗଲ ଜମିରୁ ୨୩୯୧୭.୨୩୧୬ ହେକ୍ଟର ଖଣି କମ୍ପାନୀକୁ ଦିଆଯାଇଛି। ସେଥିରୁ ୭୦୧୬.୧୯୨୨ ହେକ୍ଟର ଜମିରେ ଖନନ ଚାଲିଛି। ଜିଲାର ଖଣିସଂସ୍ଥାଙ୍କୁ ସମୁଦାୟ ୧୧୦୮୦.୦୮୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଲିଜ୍‌ ଦିଆଯାଇଛି। ସେଥିମଧ୍ୟରୁ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ଅନୁମତି ଦିଆଯାଇଛି। ସେହିପରି ୧୭୫୫.୭୦୨ ହେକ୍ଟର ପିଆରଏଫ୍‌ (ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ) ଜଙ୍ଗଲ ଜମି ଖଣିସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯାଇଥିବାବେଳେ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ପାଇଁ ଅନୁମତି ଦିଆଯାଇଛି। ଏହା ଛଡା ୪୮୨୧.୦୮୫ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ଲିଜ୍‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥିରୁ ୧୪୫୦.୩୭୦୪ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ୪୯୨୩.୯୦୩୬ ହେକ୍ଟର ଡିଏଲ୍‌ସି (ଡିଷ୍ଟ୍ରିକ୍ଟ ଲେବଲ କମିଟି) ଦ୍ୱାରା ଘୋଷିତ ଜଙ୍ଗଲ ଜମି ଖଣି ସଂସ୍ଥାମାନଙ୍କୁ ଲିଜ୍‌ ଦିଆଯାଇଥିବା ବେଳେ ୧୭୮୮.୭୨୩୬ ହେକ୍ଟର ଜମିରେ ଖଣି ଖନନ ଅନୁମତି ମିଳିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା କେନ୍ଦୁଝର ଜଙ୍ଗଲରେ ଶାଳ, ପିଆଶାଳ, ଅସନ, କେନ୍ଦୁ, ଶିଶୁ, ଧଉରା, ଶିମିଳି, ବର, ଅଶ୍ୱତ୍‌ଥ, କୁସୁମ, ନିମ୍ବ, ଜାମୁ, ଆମ୍ବ, ମହୁଲ, ଚାର ଆଦି ବହୁ ଜାତିଜାତିକା ଗଛ ରହିଛି। ଜଙ୍ଗଲ ପଦା ହେବା ଫଳରେ ଏହି ସବୁ କିସମର ଗଛ ନଷ୍ଟ ହୋଇଯାଇଛି। ଏହା ବଦଳରେ ଶାଗୁଆନ, ଇଉକାଲିପଟାସ, ଆକାଶିଆ ଆଦି ଭଳି ଗଛ ଲଗାଯାଉଥିବାରୁ ଅସନ୍ତୋଷ ବଢୁଛି। ଗଛ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି। ଫଳରେ ବନ୍ୟପ୍ରାଣୀ ବାସହରା ହୋଇ ପଡୁଛନ୍ତି। ଖାଦ୍ୟାଭାବ ଯୋଗୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ବହୁ ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ସରୀସୃପ ତଥା କୀଟ ପତଙ୍ଗ ଲୋପ ପାଇବାକୁ ବସିଲେଣି। ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଏଣୁ ବେଳଠୁଁ ଜଙ୍ଗଲର ସୁରକ୍ଷା କରିବା ଜରୁରୀ ହୋଇପଡିଛି। ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଗାରଖା କରାଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ ଏବଂ ଘନତ୍ୱ ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri