କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍‌ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’

କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)ର ୩ ଜଣିଆ ଦଳ ସୋମବାର ପ୍ରଥମଥର କୋରାପୁଟରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛନ୍ତି। ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ନେଇ ଗଠିତ ଏହି ଟିମ୍‌ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ. ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସଦସ୍ୟ ରହିଛନ୍ତି। ସେମାନେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମାମଲା ସମ୍ପର୍କରେ ପଚରାଉଚୁରା କରିଛନ୍ତି।
ସୋମବାର ପୂବାର୍ହ୍ନ ୧୧ଟାରେ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ହିମାଂଶୁ ଲାଲ୍‌ଙ୍କ ନେତୃତ୍ୱରେ ୩ ଜଣିଆ ଏସ୍‌ଆଇଟିର ବୈଠକ ବସିଥିଲା। ସେଥିରେ ଉପସ୍ଥିତ ଥିବା ପୀଡ଼ିତାଙ୍କ ମା’, ଭାଇ ଓ ପିଉସୀଙ୍କ ସହ କୁନ୍ଦୁଲି ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲା ଟିମ୍‌। ପୀଡ଼ିତାଙ୍କ ମା’ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟକୁ ଆସିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣାକୁ ୨ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଆମକୁ ଏଯାଏ ନ୍ୟାୟ ମିଳିଲା ନାହିଁ। ଗଣବଳାତ୍କାର ଘଟଣା ପରେ ଝିଅକୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ସେ ମାନସିକ ଚାପରେ ଆତ୍ମହତ୍ୟା କଲା। ଘଟଣାର ଏତେ ଦିନ ପରେ ଯଦି ନ୍ୟାୟ ନ ମିଳେ, ତେବେ ଝିଅ ଭଳି ସେ ମଧ୍ୟ କେତେବେଳେ ମରିଯିବେ ବୋଲି କହିଛନ୍ତି ପୀଡ଼ିତାଙ୍କ ମା’। ସୋମବାର ଏସ୍‌ଆଇଟି ପ୍ରାୟ ୩ ଘଣ୍ଟା ଧରି ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା। ସେହିପରି ପଟ୍ଟାଙ୍ଗି ଥାନାର ତତ୍କାଳୀନ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ମଧ୍ୟ ପଚରାଉଚୁରା କରିଥିଲା ଏସ୍‌ଆଇଟି। ମଙ୍ଗଳବାର ଟିମ୍‌ ପୀଡ଼ିତାଙ୍କ ଗାଁ ମୂଷାଗୁଡ଼ା ଯିବା ସହ ସେଠାରେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। କିନ୍ତୁ ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କ ପରିବାର ସୋମବାର ଗଣମାଧ୍ୟମ ଆଗରେ ପୂର୍ବଭଳି ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବର ୧୦ରେ କୋରାପୁଟ ଜିଲା କୁନ୍ଦୁଲି ନିକଟରେ ଯବାନ ପୋଷାକରେ ଥିବା ୪ ଜଣ ନାବାଳିକା ଜଣଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣା ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଗଠନ କରାଯାଇଥିଲା। କିନ୍ତୁ ନ୍ୟାୟକୁ ଅପେକ୍ଷା କରି ମାନସିକ ଚାପରେ ଥିବା ପୀଡ଼ିତା ନାବାଳିକା ଜଣକ ୨୦୧୮ ଜାନୁଆରୀ ୨୨ରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri