କୁଆମରାରେ ହାତୀ ଉପଦ୍ରବ

କୁଆମରା,୨ା୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଞ୍ଚଳରୁ ଏକ ଦନ୍ତା ସମେତ ମୋଟ ୭ଟି ହାତୀ ଗୁରୁବାର ରାତିରେ କୁଆମରା ଫରେଷ୍ଟ ଅଞ୍ଚଳରେ ପ୍ରବେଶ କରିବା ଯୋଗୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ହାତୀପଲ ପ୍ରଥମେ କୁଆମରା ପଞ୍ଚାୟତର କଡଦା ଅଞ୍ଚଳରେ ପ୍ରବେଶ କରିଥିଲେ। ପରେ ସାଇଁକୁଳା ପଞ୍ଚାୟତର କଣ୍ଟିସାହି ଅଞ୍ଚଳକୁ ଯାଇ ଏକ ପୋଖରୀ ହୁଡାରେ ଅଟକିଥିଲେ। ସକାଳେ କିଛି ଚାଷ ଜମିରେ ପଶିବା ଯୋଗୁଁ ଥୋଡ ବାହାରୁ ଥିବା ଧାନ ଗଛ ଖାଇ ନଷ୍ଟ କରିଛନ୍ତି। ଚାଷୀମାନେ ହାତୀ ପଲକୁ ଘଉଡାଇବା ଯୋଗୁଁ ସେମାନେ ନୀଳଗିରି ବ୍ଲକ ତିନିଦେଶ ଅଞ୍ଚଳକୁ ପଳାଇ ଯାଇଥିଲେ। ମାତ୍ର ସେଠାରୁ ପୁଣି ଦିନ ୧୨ଟା ବେଳକୁ ଉଦଳା-ବାଲେଶ୍ୱର ମୁଖ୍ୟ ରାସ୍ତା ଦେଇ କୁଆମରା ଅଞ୍ଚଳ ଚାଷ ଜମିକୁ ଲେଉଟି ଥିଲେ। ହାତୀପଲ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାରେ ରହିଥିବାରୁ ଉଦଳା ଓ ନୀଳଗିରି ବନବିଭାଗ କର୍ମଚାରୀ ଖବରପାଇ ସେଠାରେ ପହଞ୍ଚି ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଥିଲେ। ପରେ ସେମାନଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ହାତୀପଲ କୁଆମରା ଅଞ୍ଚଳକୁ ଲେଉଟି ଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri