କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟର ଏକାଧିକ କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବୀକୃତିପ୍ରାକ୍ତ ପଦବୀ ଅନୁସାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଏପରିକି ଡାକ୍ତର ନିଯୁକ୍ତ ପାଇଁ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଉଥିଲେ ମଧ୍ୟ ଗ୍ରାମାଞ୍ଚଳ ଜେଲକୁ ଯିବା ପାଇଁ ଡାକ୍ତର ମଙ୍ଗୁନାହାନ୍ତି। ରାଜ୍ୟରେ ୮୭ ଜେଲ ରହିଛି। ସେଥିରୁ ୧୮ଟି ସର୍କଲ ଜେଲ ରହିଥିବା ବେଳେ ବାକିସବୁ ସବ୍‌ଜେଲ। ଏହିସବୁ ଜେଲରେ ପ୍ରାୟ ୧୯ହଜାର କଏଦୀ ରହୁଛନ୍ତି।
ପୂର୍ବରୁ ସରକାର ୧୩ ଜିଲାର ୧୩ କାରାଗାର ପାଇଁ ୧୩ ଡାକ୍ତରଙ୍କୁ ନିୟମିତ ଭାବେ ନିଯୁକ୍ତ ଦେଲେ। ପରେ ବିଭିନ୍ନ ଜେଲରେ ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା ବଢ଼ିଲା। ସରକାର ସର୍ଭେ କରିବା ପରେ ୪ଟି ଜେଲରେ ସରକାର ୪ଜଣ ମାନସିକ ରୋଗ ଡାକ୍ତରଙ୍କୁ ନିଯୁକ୍ତ ଦେଲେ। ଏହିଭଳି ୧୩ କାରାଗାରରେ ୧୭ ନିୟମିତ ଡାକ୍ତର ନିୟୁକ୍ତି ହେଲେ। ଜେଲ ବଢ଼ିବା ପରେ ସରକାର ଆଉ ନିୟମିତ ଡାକ୍ତର ନିଯୁକ୍ତ କଲେ ନାହିଁ। ଏହାପରେ ସରକାର ଠିକା ଡାକ୍ତରଙ୍କୁ ନିଯୁକ୍ତ ଦେଲେ। ୮୭ ଜେଲ ପାଇଁ ମୋଟ ୭୩ ଡାକ୍ତର ପଦବୀ ରହିଛି। କିନ୍ତୁ ବର୍ତ୍ତମାନ ୮୭ଜେଲରେ ୪୦ ଡାକ୍ତର ଅଛନ୍ତି। ଖାଲି ପଡ଼ିଥିବା ୩୩ ଡାକ୍ତରୀ ପଦବୀ ପୂରଣ ପାଇଁ ନିକଟରେ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବିଭିନ୍ନ ଜିଲାର ସହରାଞ୍ଚଳ ଜେଲର ଡାକ୍ତର ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆବେଦନ କରିଥିବାବେଳେ ଗ୍ରାମାଞ୍ଚଳ ପଦବୀ ପାଇଁ କେହି ଆବେଦନ କଲେ ନାହିଁ। ଶେଷରେ ୨୦ ଜଣ ଡାକ୍ତରଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସେମାନେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗଦେଇ ନାହାନ୍ତି।
ଜେଲରେ ଆବଶ୍ୟକ ଅନୁସାରେ ଡାକ୍ତର ନ ଥିବାରୁ କଏଦୀଙ୍କ ହଠାତ୍‌ ଚିକିତ୍ସା ହୋଇପାରୁନାହାନ୍ତି। ଫଳରେ କେତେଜଣ ମୃତ୍ୟୁମୁଖରେ ପଡୁଛନ୍ତି। ଏହାପରେ ଚିକିତ୍ସା ଅବହେଳାକୁ ଭିନ୍ନ ରୂପ ଦିଆଯାଉଛି। ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ, ଖାଲିଥିବା ଡାକ୍ତରୀ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ନିକଟରେ ୨୦ ଜଣ ଡାକ୍ତରଙ୍କୁ ଚୟନ କରାଯାଇଛି। ବାକି ଖାଲି ଥିବା ପଦବୀ ପାଇଁ ପୁଣି ବିଜ୍ଞାପନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri