କାମରେ ଲାଗୁନି ବ୍ରିଟିଶ ଅମଳର ଚେକ୍‌ଡ୍ୟାମ

ବନ୍ତ, ୨୪ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ବ୍ରିଟିଶ ଅମଳରେ ନିର୍ମିତ ଚେକ୍‌ଡ୍ୟାମ୍‌(ଦେଶବନ୍ଧ) ଏବେ ଆଉ ପୂର୍ବଭଳି ଚାଷୀଙ୍କ କାମରେ ଲାଗୁନି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ହୋଇ ନ ପାରିବାରୁ ଏହା ନଷ୍ଟ ହେବାକୁ ବସିଛି। ଚାଷଜମିକୁ ପାଣି ମାଡ଼ୁନଥିବା ବେଳେ ଏବେ ଏହି ସ୍ଥାନରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ଦେଖିବାକୁ ମିଳୁଛି।
ବନ୍ତ ବ୍ଲକ ଗଣିଜାଙ୍ଗ-ଜାମ୍ବବଣି ଭାୟା ବିନାୟକପୁର ରାସ୍ତା ତଥା ଗଣିଜାଙ୍ଗ ବଜାରଠାରୁ ୫ ଶହ ମିଟର ଦୂରରେ ସରୁସାଗର ନଦୀ ଉପରେ ଆଖପାଖ ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ଏହି ଚେକ୍‌ଡ୍ୟାମ୍‌ ନିର୍ମାଣ ହୋଇଥିଲା। ଯାହାକି ଦେଶବନ୍ଧ ନାମରେ ପରିଚିତ। ଏହି ବନ୍ଧରେ ୩ଟି ଫୁକାର(ସ୍ଲୁଇସ୍‌ ଗେଟ୍‌) ଥିବା ବେଳେ ଏହାକୁ ଶଟର ମାଧ୍ୟମରେ ବନ୍ଦ କରାଯାଇ ନଦୀର ବାମପାର୍ଶ୍ୱ(ପୂର୍ବଦିଗ)ରେ ଅବସ୍ଥିତ ୨ଟି ସ୍ଲୁଇସ ଗେଟ୍‌ରେ ଗଚ୍ଛିତ ପାଣିକୁ ଚାଷଜମିକୁ ଛଡାଯାଇଥାଏ । ଏହି ବନ୍ଧ ନିର୍ମାଣ ଫଳରେ ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର, ସେଠୀସାହି, ମଳିକସାହି, ଗଣିଜାଙ୍ଗ, ହାସିନପୁର, ଭଦ୍ରକ ବ୍ଲକର ବରପଦା, ଅବଦୁଲାପୁର, କୋରଣ୍ଟ, ଓଲଙ୍ଗ, ମୁଣ୍ଡିମରା ଏବଂ ଓଡଙ୍ଗ, ଛୟାଳସିଂ ମୌଜାର ଶହ ଶହ ଏକର ଚାଷଜମି ଜଳସେଚିତ ହୋଇପାରୁଥିଲା। ଚାଷୀମାନେ ବେଶ୍‌ ଉପକୃତ ହୋଇପାରୁଥିଲେ । କାରଣ ସେତେବେଳେ କେନାଲ ବ୍ୟବସ୍ଥା ନ ଥିଲା। ଗତ ୪୦ବର୍ଷ ହେବ ଉକ୍ତ ବନ୍ଧର ରକ୍ଷଣାବେକ୍ଷଣ କରାଯାଉନାହିଁ । ଫୁକାରରେ ଥିବା ଶଟରଗୁଡ଼ିକ ନଷ୍ଟ ହୋଇଯିବା ଫଳରେ ଚାଷଜମିକୁ ଆଉ ପାଣି ମାଡ଼ିପାରୁନାହିଁ। ବର୍ତ୍ତମାନ ଉକ୍ତ ସ୍ଥାନରେ ମତ୍ସ୍ୟଜୀବୀମାନେ କେବଳ ମାଛ ଧରି ଜୀବିକା ନିର୍ବାହ କରୁଥିବା ଦେଖାଯାଇଛି। ବ୍ରିଟିଶରଙ୍କ ଦ୍ୱାରା ନିର୍ମିତ ଏହି ଚେକ୍‌ଡ୍ୟାମ୍‌ ଏବେ ଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନରୁଦ୍ଧାର କରାଯାଇପାରିଲେ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରନ୍ତେ ବୋଲି ହାସିନପୁର ଗ୍ରାମର ଚାଷୀ ନାଗେଶ୍ୱର ସେଠୀ, ମଥୁରା ସେଠୀ, ରଘୁନାଥ ଦାସ, ମଧୁସୂଦନ ସେଠୀ କହିଛନ୍ତି । ଏ ସମ୍ପର୍କରେ ଭଦ୍ରକ ଡ୍ରେନେଜ ଡିଭିଜନର କନିଷ୍ଠଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳଙ୍କୁ ପଚାରିବାରୁ ଚାଷୀମାନେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଉକ୍ତ ସ୍ଥାନରେ ନୂତନ ଚେକ୍‌ଡ୍ୟାମ୍‌ ଓ ସ୍ଲୁଇସ୍‌ ଗେଟ ହୋଇପାରିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?