‘କାପୁରୁଷ ହେବା ନାହିଁ’

ସମଗ୍ର ପୃଥିବୀରେ କୋଭିଡ୍‌-୧୯ (କରୋନା ଭାଇରସ୍‌)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଦେଇଥିବା ଦୁଇଥର ବାର୍ତ୍ତାରେ କେତୋଟି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟକର୍ମୀ, ମ୍ୟୁନିସିପାଲିଟିର ସଫେଇ କର୍ମଚାରୀ, ଗଣମାଧ୍ୟମ ଏବଂ ପୋଲିସ ସମେତ ଘରୋଇ ସୁରକ୍ଷା କର୍ମଚାରୀଙ୍କୁ ସମ୍ମାନ ଜଣାଇବାକୁ ଦେଶବାସୀଙ୍କୁ ସେ ବାର୍ତ୍ତା ଦେଇଥିଲେ। ଗତ ୨୨ ମାର୍ଚ୍ଚ ଅପରାହ୍ନ ୫ଟାରେ ତାଳି, ଥାଳି ଓ ଘଣ୍ଟ ବଜାଇବା ପାଇଁ ଯେଉଁ ଡାକରା ଦିଆଯାଇଥିଲା ତାହାର ଉଦ୍ଦେଶ୍ୟ ଥିଲା ଏହି କର୍ମଚାରୀଙ୍କୁ ଉତ୍ସାହିତ କରିବା।
ଏହି ସମ୍ମାନ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ଉପରେ ଏକ ଗୁରୁଦାୟିତ୍ୱ ଲଦି ଦେଇଛି। ଯେମିତି ଡାକ୍ତରାଣୀ ଡାକ୍ତରଙ୍କ ସହିତ ନର୍ସ କିମ୍ବା ସଫେଇ କର୍ମଚାରୀ ଏବଂ ପୋଲିସ ନିଜ ଜୀବନକୁ ପାଣି ଛଡ଼ାଇ ଜନସେବାରେ ଲାଗି ରହିଛନ୍ତି, ସେମିତି ଗଣମାଧ୍ୟମ ସହିତ ସମ୍ପୃକ୍ତ ସବୁ ବ୍ୟକ୍ତି କରୋନା ଭୟରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବାର ଚେଷ୍ଟା କରୁଛନ୍ତି। ଆଜି ଭଳି ପରିସ୍ଥିତିରେ ଅନେକ ଗୁଜବ ଓ ଅସତ୍ୟ ଖବର ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପି ଆତଙ୍କ ଖେଳାଉଛି। ଏହାର ପ୍ରତିରୋଧ କେବଳ ମାତ୍ର ମେନ୍‌ଷ୍ଟ୍ରିମ୍‌ ଗଣମାଧ୍ୟମ କରିପାରିବ। ଦୁଃଖର ବିଷୟ ହେବ, ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀ ରୋଗୀର ସେବା କରିବାକୁ ମନା କରିଦିଅନ୍ତି। ଭାରତର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁମାନେ ନିଜର ଦାୟିତ୍ୱ ସମ୍ପନ୍ନ କରିବା ପରିବର୍ତ୍ତେ ପଛଘୁଞ୍ଚା ଦେଉଛନ୍ତି, ସେମାନଙ୍କୁ ଏ ସମାଜ ସବୁବେଳେ କାପୁରୁଷ ବା ଭୀରୁ ଭାବେ ଦେଖିବ। ଯେମିତି ଜଣେ ନର୍ସ ନିଜ ସୁରକ୍ଷାକୁ ନ ଦେଖି ରୋଗୀର ସେବା କରୁଛନ୍ତି, ସେହିଭଳି ଗଣମାଧ୍ୟମରେ ଯେଉଁ କର୍ମଚାରୀ ଓ ବିତରକ ବନ୍ଧୁ ନିଜର ସୁବିଧା ପରିବର୍ତ୍ତେ ଦେଶ ଓ ଜାତିକୁ ଗୁରୁତ୍ୱ ଦେଇ ସତ୍ୟ ଖବର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ସେମାନଙ୍କୁ ଓଡ଼ିଶାବାସୀ ସବୁବେଳେ ସମ୍ମାନର ସହ ଦେଖିବେ। ‘ଧରିତ୍ରୀ’ ସବୁବେଳେ ଆପଣଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବା ପାଇଁ ବଦ୍ଧପରିକର। ଏହି ସମୟରେ ଦାୟିତ୍ୱରୁ ନିବୃତ୍ତ ରହି କାପୁରୁଷ ହେବା ନାହିଁ।

-ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?