କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ ପାରି ସମସ୍ତେ ଘରମୁହାଁ ହେବାରେ ଲାଗିଛନ୍ତି। ଗାଡ଼ିମୋଟର ସୁବିଧା ନ ଥିବାରୁ ପିଲାଛୁଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଧରି ପ୍ରବାସୀ ଶ୍ରମିକମାନେ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି। ଆଖିର ଲୁହ ଓ ଛାତିର କୋହ ଅସମ୍ଭାଳ ହେଉଥିଲେ ବି ଆଉକିଛି ଚାରା ନାହିଁ। ତଥାପି ବଞ୍ଚିବାକୁ ହେବ ଭାବି ସେମାନେ ଅସମ୍ଭବକୁ ଆଦରି ନେବାକୁ ବାଧ୍ୟ ହେଉଛନ୍ତି। ଏଭଳି ପ୍ରବାସୀ ଶ୍ରମିକ ସମସ୍ୟାକୁ ନେଇ ଇଣ୍ଟରନେଟ୍‌ରେ ଜଣେ ବୟସ୍କ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ବୟସ ପାଖାପାଖି ୬୫ ହେବ। ମୁଣ୍ଡରେ ନିଜର ଅତ୍ୟାବଶ୍ୟକ ଜିନିଷ ଗଣ୍ଠିଲି ଧରି ସେ ଚାଲିଚାଲି ଯାଉଛନ୍ତି। ତାଙ୍କ ସହ ରହୁଥିବା ଅସମୟର ସାଥୀ ଛୋଟ ପୋଷା କୁକରକୁ ମଧ୍ୟ ବୋଝ ଉପରେ ବୋହିନେବାକୁ ସେ ଭୁଲିନାହାନ୍ତି। ସତେ ଯେମିତି କୁକୁରଟି ତାଙ୍କ ଜୀବନ ସେଇଭଳି ମନେହେଉଛି। ଜଣେ ଟୁଇଟର ୟୁଜର ଏଭଳି ଫଟୋକୁ ଶେୟାର କରି ଗତ ଦୁଇଦିନ ହେବ ମହିଳା ଜଣକ ଏଭଳି ଅହରହ ଚାଲୁଥିବା ଲେଖିଛନ୍ତି। ଅଖିଆ ଅପିଆ ଥିଲେ ବି କୁକର କଥା ସେ ବୁଝୁଛନ୍ତି। ଏହି ଫଟୋକୁ ଏବେସୁଦ୍ଧା ୨.୮ ହଜାର ଲାଇକ୍‌ ମିଳିସାରିଛି। ୧ ହଜାରରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଅନେକ ଲୋକ ମହିଳାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଅସମୟରେ ମଣିଷ ମଣିଷକୁ ଭୁଲିଯାଉଥିବା ବେଳେ ଏକ ଛୋଟ ପୋଷା କୁକୁର ପ୍ରତି ଏଇ ମହିଳାଙ୍କ ଅନାବିଳ ଭଲପାଇବା ଏକ ଉଦାହରଣ ସୃଷ୍ଟିକରିଛି। ଏଇ ତ ପ୍ରେମ। ଲକ୍‌ଡାଉନ୍‌ ସମୟରେ ନିଜର ଅତି ପ୍ରିୟଙ୍କୁ କେହି ଭୁଲିଯିବ ବା କେମିତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?