Posted inଖେଳ

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ ସିଜନରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳି ସଦୂପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ସଦସ୍ୟ ବନିବାକୁ ଯାଉଥିବା ୨୬ ବର୍ଷୀୟ ହନୁମା ଏକ ପ୍ରମୁଖ କାଉଣ୍ଟି ଦଳ ସହ ତାଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ଲକ୍ଷ୍ୟପଥରେ କରୋନା ଭାଇରସ୍‌ ବାଧା ସୃଷ୍ଟି କରିଛି। ଆଗାମୀ ଦିନରେ ଯେତେବେଳେ ଏହି ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ଏବଂ ଗସ୍ତରେ ଲାଗିଥିବା ପ୍ରତିବନ୍ଧକ କୋହଳ ହୋଇଯିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ହନୁମା ଏକ ସାକ୍ଷାତକାରରେ କହିଛନ୍ତି। ‘ଚଳିତ ସିଜନରେ ମୋତେ ୪ଟି କାଉଣ୍ଟି ମ୍ୟାଚ୍‌ ଖେଳିବାର ଥିଲା। ଯେତେବେଳେ ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ସେତେବେଳେ କାଉଣ୍ଟି ଟିମ୍‌ର ନାମ ପ୍ରକାଶ କରିବି। କରୋନା ଭାଇରସ୍‌ ଲାଗି ବର୍ତ୍ତମାନ ଏହାକୁ ରୋକାଯାଇଛି। କିନ୍ତୁ ଆଶାବାଦୀ ରହିଛି ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବ ଏହି ସବୁ ମ୍ୟାଚ୍‌ ଖେଳିପାରିବି। ଏଥିରେ ମୋତେ ବହୁତ କିଛି ଶିଖିବାକୁ ମିଳିବ’ ବୋଲି ଆନ୍ଧ୍ରପ୍ରଦେଶର ଏହି ଅଲ୍‌ରାଉଣ୍ଡର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକିଛି ବର୍ଷ ହେବ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟପ୍‌ କ୍ରିକେଟର୍‌ ଯେଉଁମାନେ କି ଆଇପିଏଲ୍‌ ଖେଳୁ ନ ଥିବେ ସେମାନଙ୍କୁ ସମର ସିଜନରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟା ରାହାନେଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦkାର୍ପଣ କରିଥିବା ହନୁମା ୯ ଟେଷ୍ଟ ମ୍ୟାଚ୍‌ରୁ ୫୫୨ ରନ୍‌ ସଂଗ୍ରହ କରିଛନ୍ତି। ସଂଯୋଗକ୍ରମେ ଏହି ସମସ୍ତ ମ୍ୟାଚ୍‌ ସେ ବିଦେଶରେ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri