କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ

ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ ସୁବର୍ଣ୍ଣ ଲୋକ ମହୋତ୍ସବ । ଗାନ୍ଧୀ ପଡିଆର ଫକୀର ପଟ୍ଟନାୟକ ମୁକ୍ତମଞ୍ଚରେ ଚାଲିଥିବା ମହୋତ୍ସବର ଗୁରୁବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ମଞ୍ଜୁଶ୍ରୀ ପଣ୍ଡା ଓ ସାଥୀଙ୍କ ଦ୍ୱାରା ବିଷ୍ଣୁଙ୍କ ଦଶବତାର ଓଡିଶୀ ନୃତ୍ୟରୁ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା। ପରେ ଆସାମର କଳାକାରଙ୍କ ରଙ୍ଗୋଲି ବିହୁ ନୃତ୍ୟ, ସୋନପୁର ଟ୍ରେଣ୍ଡି ଏକାଡେମୀର କଳାକାରଙ୍କ ଚୁଟ୍‌କୁଚୁଟା, ହରିୟାନା ଡାନ୍ସ ଗ୍ରୁପ୍‌ର ନୃତ୍ୟ, ଟିଟଲାଗଡର ଢାପ୍‌, ଗଜପତି ବନ୍ଦେମାତରମ ଡ୍ୟାନ୍ସ ଗ୍ରୁପ୍‌ର ଆଦିବାସୀ ନୃତ୍ୟ, ପଶ୍ଚିମବଙ୍ଗ ପୁରୁଲିଆର ଛଉ ନୃତ୍ୟ, କୋରାପୁଟର ଗଡବା ନୃତ୍ୟ, ବଲାଙ୍ଗୀର ବାଙ୍ଗିରି ନୃତ୍ୟ କଳା ପରିଷଦର ଡାଲଖାଇ, ଝାରସୁଗୁଡା ରାଇଁଝାଇଁର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। କଳାକାରଙ୍କ ବାଦ୍ୟ ଓ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ସିନେ ଅଭିନେତା ଡକ୍ଟର ଅଟଳ ବିହାରୀ ପଣ୍ଡା। ସୁବର୍ଣ୍ଣପୁର ଜିଲାର କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ବୋଲି କହିଥିଲେ ଡକ୍ଟର ପଣ୍ଡା। କଳା, ସଂସ୍କୃତି ମାଧ୍ୟମରେ ସାମାଜିକ, ସାଂସ୍କୃତିକ ଏକତା ପ୍ରତିଷ୍ଠା ହୋଇପାରୁଛି । ତେଣୁ ମାଟି ପାଇଁ କାମ କରିବାକୁ ପଣ୍ଡା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।
ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗଦାନ କରି କଳା ହିଁ ମଣିଷର ପରିଚୟ ବୋଲି କହିଥିଲେ। ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁବର୍ଣ୍ଣପୁର ଜିଲାର କଳା ଓ ସଂସ୍କୃତି ଅନ୍ୟ ଅଞ୍ଚଳର କଳା, ସଂସ୍କୃତିଠାରୁ ଉନ୍ନତ ବୋଲି ମତପ୍ରକାଶ କରିଥିଲେ। ଏହି ମହୋତ୍ସବ ସ୍ଥାନୀୟ କଳାର ସୁରକ୍ଷା ଓ ଅଞ୍ଚଳର ବିକାଶ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲାପାଳ ବାନାର୍ଜୀ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଜିଲାର ସଂସ୍କୃତି, କଳା ଓ ପାରମ୍ପରିକ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ। ଜିଲାର ଅଧିବାସୀ ଲୋକକଳାକୁ ଭଲ ପାଆନ୍ତି ଓ ଉପଭୋଗ କରନ୍ତି ବୋଲି କହିଥିଲେ। ଏହି ଅବସରରେ ଉତ୍ସବର ସ୍ମରଣିକା ଶାକ୍ତସ୍ବରକୁ ମୁଖ୍ୟ ଅତିଥି ପଣ୍ଡା ଉନ୍ମୋଚନ କରିଥିଲେ। ପରେ ଜିଲାର ଦୁଇ କ୍ରୀଡା ପ୍ରତିଭା ଦୟାନିଧି ମୁଣ୍ଡା ଓ ତବିତା ବାଗଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସ୍ବଚ୍ଛତା ଦିଗରେ କାମ କରୁଥିବା ସୋନପୁର-ମନମୁଣ୍ଡା ପ୍ରାତଃଭ୍ରମଣ ସ୍ବଚ୍ଛଭାରତ ସଂଗଠନକୁ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ। ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri