କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି ନେଉଥିବା ଗ୍ରାମୀଣ କଳାକାରଙ୍କୁ ଆଜି ବି କିଭଳି ସଂଘର୍ଷମୟ ଜୀବନ ବିତାଇବାକୁ ପଡୁଛି ଭଦ୍ରକ ଜିଲା ନିଳୋକ ପଞ୍ଚାୟତ ଘରପଦା(ରାଣୀପୁର) ଗ୍ରାମର ଭାସ୍କର ଜେନା ତାହାର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ା
ଯୁବାବସ୍ଥାରୁ ଭାସ୍କର ଯାତ୍ରା ପାର୍ଟିରେ ଯୋଗଦେଇ ଦୀର୍ଘ ୪୫ ବର୍ଷ ଧରି କଳାକାର ଜୀବନ ବିତାଇଛନ୍ତି। ବୟସାଧିକ କାରଣରୁ ବର୍ତ୍ତମାନ ଆଉ କୌଣସି ଅପେରାରେ କାର୍ଯ୍ୟ କରୁ ନ ଥିଲେ ବି ଆଖପାଖ ଅଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖୁଛନ୍ତି। ପରିଣତ ବୟସରେ ଅତୀତର ସ୍ମୃତିକୁ ମନେ ପକାଇ ସେ ବାଛି ନେଇଛନ୍ତି ଜିଇବାର ବାଟ। ନିଜର ସ୍ବଳ୍ପ ଚାଷ ଜମି ଓ ପୁଅମାନଙ୍କ ରୋଜଗାରରେ ବହୁ କଷ୍ଟରେ ସେ ପରିବାର ଚଳାଉଛନ୍ତି।
ଅପେରାରେ ବାଦ୍ୟଯନ୍ତ୍ର ବାଦନ କରିବା ସହ ସେ ପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ଗାଉଥିଲେ। ପରେ କ୍ଲାରିଓନେଟ, ସକ୍ସଫୋନ, ସାହାନାଇ, ବଂଶୀ ଆଦି ବାଦ୍ୟଯନ୍ତ୍ର ଶିକ୍ଷା କରି ବିଭିନ୍ନ ଅପେରାରେ କାର୍ଯ୍ୟ କରି ବହୁ ପ୍ରଶଂସା ସାଉଣ୍ଟିଥିଲେ। ଭାସ୍କର କହନ୍ତି, ୭ମ ଶ୍ରେଣୀ ଯାଏ ପାଠ ପଢ଼ି ସେ ଆଉ ଆଗକୁ ପଢ଼ି ପାରି ନ ଥିଲେ। ପରିବାରର ଦୁରବସ୍ଥା ଯୋଗୁ ପେଟ ପୋଷିବା ପାଇଁ ସେ ବନ୍ତସ୍ଥିତ ଓଡ଼ିଶା ଅପେରାରେ ଯୋଗ ଦେଇଥିଲେ। ପ୍ରଥମେ ବିନା ବେତନରେ ତାଙ୍କୁ କାମ କରିବାକୁ ପଡ଼ିଥିଲା। ପରେ କ୍ଲାରିଓନେଟ୍‌ ବାଦକ ଧାମନଗର ବ୍ଲକ ଜୟନଗର ଅଞ୍ଚଳର ଉଦୟନାଥ ସ୍ବାଇଁଙ୍କ ପ୍ରେରଣାରେ ସେ କ୍ଲାରିଓନେଟ ବାଦନ ଶିକ୍ଷା କରି ଯନ୍ତ୍ର ସଙ୍ଗୀତର କଳାକାର ବନି ଯାଇଥିଲେ। ୨୬ ବର୍ଷ ବୟସରେ ସେ ସେକ୍ସଫୋନ ବାଦକ ଭାବେ ମାସିକ ୬୦ ଟଙ୍କା ବେତନରେ କାର୍ଯ୍ୟ କରିଥିଲେ। ସେହିପରି ଉତ୍ତର ଓଡ଼ିଶାରେ ଥିବା ଅନ୍ୟ ଅପେରାରେ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟ କରିଥିଲେ। ଆଗରୁ କଳାକାରଙ୍କ ଜୀବନ ଥିଲା ଅଧିକ ସଂଘର୍ଷମୟ। ଏବେକାର ସ୍ଥିତିରେ ପରିବର୍ତ୍ତନ ଆସିଛି। ତାଙ୍କ ପିଲାଦିନେ ପେଟ୍ରୋମାକ୍ସ ଲାଇଟ ଓ ମଶାଲ ଜାଳି ଯାତ୍ରା କରାଯାଉଥିଲା। ବର୍ତ୍ତମାନ ସମୟରେ କମ୍ପ୍ୟୁଟର, ଡିଜିଟାଲ ଲାଇଟ ସାଙ୍ଗକୁ ଉନ୍ନତ ଜ୍ଞାନକୌଶଳର ସାଜସଜ୍ଜା ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିପାରୁଛି। ସମାଜ ଜୀବନରେ ସରସତା ଭରି ଦେଉଥିବା ଗ୍ରାମୀଣ କଳାକାରଙ୍କୁ ସ୍ବୀକୃତି ସାଙ୍ଗକୁ ଭତ୍ତା ଭଳି ସୁବିଧା ସହଜରେ ମିଳୁ ନ ଥିବାରୁ ସେମାନଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ପଡୁଥିବା ଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?