କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (SAIL) ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ ବଡ଼ ଘୋଷଣା କରିଛି। କମ୍ପାନୀ ପକ୍ଷରୁ DAରେ ପ୍ରାୟ ୨.୯ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାର ଫାଇଦା SAILର ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ। ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫.୭ ପ୍ରତିଶତରୁ ବଢ଼ି ୫୮.୬ ପ୍ରତିଶତ ହୋଇଯିବ। ଫଳରେ କର୍ମଚାରୀଙ୍କ ମୋଟ ଦରମାରେ ମଧ୍ୟ ବୃଦ୍ଧି ହେବ।

୧ ଅକ୍ଟୋବରରୁ ଲାଗୁ ହେବ ନୂଆ DA- SAIL ପକ୍ଷରୁ ଘୋଷଣା କରାଯାଇଛି ଯେ, DAରେ ଏହି ୨.୯ ପ୍ରତିଶତ ବୃଦ୍ଧି ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ଏହାର ସିଧାସଳଖ ଲାଭ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ସମେତ SAILର ବିଭିନ୍ନ ୟୁନିଟ୍‌ରେ କାମ କରୁଥିବା ପ୍ରାୟ ୫୪ ହଜାର କର୍ମଚାରୀ ପାଇବେ।

SAIL ଭାରତର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ମଧ୍ୟରୁ ଅନ୍ୟତମ। କମ୍ପାନୀକୁ ‘ସର୍ବୋଚ୍ଚ ମହାରତ୍ନ’ ମାନ୍ୟତା ମିଳିଛି। SAILରେ କେନ୍ଦ୍ର ସରକାରଙ୍କ ପ୍ରାୟ ୬୫ ପ୍ରତିଶତ ଅଂଶଧନ ରହିଛି। ସିକ୍କିମ ସରକାର ମଧ୍ୟ ବଢ଼ାଇଛି DA ଏହା ପୂର୍ବରୁ ସିକ୍କିମ ସରକାର ମଧ୍ୟ ନିଜ ରାଜ୍ୟର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ DA ଓ ମହଙ୍ଗା ରିଲିଫ୍‌ (DR) ବୃଦ୍ଧି ଘୋଷଣା କରିଥିଲା। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ଘୋଷଣା ଅନୁଯାୟୀ, DA ଓ DRରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି।

ଏହି ବୃଦ୍ଧି ୧ ଜାନୁଆରୀ ୨୦୨୬ରୁ ପିଛିଲା ତାରିଖରୁ ଲାଗୁ ହେବ। ଏହା ସହ କର୍ମଚାରୀଙ୍କୁ ପୂର୍ବ ମାସଗୁଡ଼ିକର ବକେୟା ରାଶି ବା ଏରିୟର ମଧ୍ୟ ମିଳିବ। ସରକାର ପକ୍ଷରୁ ଦଶହରା ପର୍ବ ପୂର୍ବରୁ ଏରିୟର ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri