କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା ପାଇଁ ନିକୋଟିନ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ପରବର୍ତ୍ତୀ ପରୀକ୍ଷଣ ନିମନ୍ତେ ଯୋଜନା କରାଯାଇଛି। ପ୍ୟାରିସର ଏକ ପ୍ରମୁଖ ହସ୍ପିଟାଲ ‘ପିଟି-ସାଲ୍‌ପ୍ରେଟିଅର୍‌’ରେ ଗବେଷକମାନେ ୩୪୩ କରୋନା ସଂକ୍ରମିତଙ୍କୁ ପରୀକ୍ଷା କରିଥିଲେ, ଯାହାଙ୍କ ମଧ୍ୟରୁ ୧୩୯ ଜଣଙ୍କଠାରେ ରୋଗର ସାମାନ୍ୟ ଲକ୍ଷଣ ଥିଲା। ଏହି ରୋଗୀମାନଙ୍କ ମଧ୍ୟରୁ ମାତ୍ର ୫% ଧୂମପାନ କରିଥାନ୍ତି, ଯାହାକି ଫ୍ରାନ୍ସର ମୋଟ ଜନସଂଖ୍ୟାର ପ୍ରାୟ ୩୫% ଧୂମପାନ ହାର ତୁଳନାରେ ବହୁତ କମ୍‌। ଗତ ମାସରେ ଇଂଲଣ୍ଡର ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଚାଇନାର ୧୦୦୦ ସଂକ୍ରମିତଙ୍କ ମଧ୍ୟରୁ ୧୨.୬ % ଧୂମପାନକାରୀ ଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ, ଚାଇନାର ମୋଟ ଜନସଂଖ୍ୟାର ୨୬% ଲୋକ ଧୂମପାନ କରନ୍ତି। ଏହାକୁ ତୁଳନା କଲେ ଚାଇନାର କରୋନାରେ ସଂକ୍ରମିତ ହୋଇଥିବା ଧୂମପାନକାରୀଙ୍କ ସଂଖ୍ୟା ନଗଣ୍ୟ।
ଫ୍ରାନ୍ସର ପାଶ୍ଚର ଇନଷ୍ଟିଚ୍ୟୁଟ୍‌ର ଜଣାଶୁଣା ସ୍ନାୟୁବିଜ୍ଞାନୀ ତଥା ଗବେଷକ ଦଳର ସଦସ୍ୟ ଜିନ୍‌-ପିୟରେ ଚେଞ୍ଜକ୍ସଙ୍କ କହିବା ଅନୁଯାୟୀ, ନିକୋଟିନ ଗ୍ରାହୀ କୋଷ(ରିସେପ୍ଟର ସେଲ୍‌)ଗୁଡ଼ିକରେ ଅଠାଭଳି ଲାଖି ରହିପାରେ। ଫଳରେ ତାହା ଭୂତାଣୁକୁ କୋଷରେ ପ୍ରବେଶ କରିବାରୁ ରୋକିଥାଏ। ତେଣୁ ଶରୀରରେ ତାହା ବ୍ୟାପିପାରେ ନାହିଁ। ଗବେଷକମାନେ ଏବେ ଏହାର କ୍ଲିନିକାଲ ପରୀକ୍ଷା ପାଇଁ ଫ୍ରାନ୍ସର ସ୍ବାସ୍ଥ୍ୟ ବିଭାଗର ଅନୁମୋଦନକୁ ଅପେକ୍ଷା କରିଛନ୍ତି। ସେମାନେ ପିଟି-ସାଲ୍‌ପ୍ରେଟିଅର ହସ୍ପିଟାଲର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ନିକୋଟିନ ପ୍ୟାଚ୍‌ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ସେମାନେ ଦେଖିବାକୁ ଚାହାନ୍ତି ଯେ, ଉକ୍ତ ପ୍ୟାଚ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ ଭୂତାଣୁ ସଂକ୍ରମଣରୁ କିଭଳି ରକ୍ଷା କରିପାରୁଛି। ଏପରି କି ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ଶରୀରରେ ମଧ୍ୟ ଏହି ପ୍ୟାଚ୍‌ ବ୍ୟବହାର କରିବାକୁ ଗବେଷକମାନେ ଚାହୁଁଛନ୍ତି। ଏହାଦ୍ୱାରା ନିକୋଟିନ୍‌ ପ୍ୟାଚ୍‌ ରୋଗର ଲକ୍ଷଣ ହ୍ରାସ କରିବାରେ ସହାୟକ ହେଉଛି କି ନାହିଁ ତାହା ଜାଣିହେବ ବୋଲି ଗବେଷକ ଦଳର ପ୍ରଫେସର ଜାହରି ଆମ୍ୟୁରା କହିଛନ୍ତି।
ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାର ଅତି ତୀବ୍ର ପ୍ରତିିକ୍ରିୟା ବା ‘ସାଇଟୋକାଇନ ଷ୍ଟ୍ରମ୍‌ସ’ ଯୋଗୁ କୋଭିଡ୍‌-୧୯ ଏବଂ ଇନ୍‌ଫ୍ଳୁଏଞ୍ଜା ଭଳି ରୋଗ ସାଂଘାତିକ ହୋଇପାରେ। ହେଲେ ନିକୋଟିନ ‘ସାଇଟୋକାଇନ ଷ୍ଟ୍ରମ୍‌ସ’କୁ ରୋକିବାରେ ସହାୟକ ହେଉଛି କି ନାହିଁ ତାହା ଜାଣିବା ପାଇଁ ଗବେଷକମାନେ ଅନୁସନ୍ଧାନ କରୁଛନ୍ତି, ଯାହା କୋଭିଡ୍‌-୧୯ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେମାନେ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ଅନୁସନ୍ଧାନର ଉଦ୍ଦେଶ୍ୟ ଲୋକଙ୍କୁ ଧୂମପାନ କରିବାକୁ ଉତ୍ସାହିତ କରିବା ନୁହେଁ, ବରଂ ଏହି ମହାମାରୀ ଭୂତାଣୁ ବିରୋଧରେ ସୁରକ୍ଷାତ୍ମକ ଉପାୟ ଭାବେ ନିକୋଟିନକୁ ବ୍ୟବହାର କରାଯାଇପାରିବ। ଅନ୍ୟପକ୍ଷରେ ଆମେ ଭୁଲିବା ଉଚିତ ନୁହେଁ ଯେ, ନିକୋଟିନ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ବୋଲି ଫ୍ରାନ୍ସର ଜଣେ ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀ ଜେରୋମ୍‌ ସାଲୋମନ କହିଛନ୍ତି। ଧୂମପାନ କରୁ ନ ଥିବା ଲୋକେ କୌଣସି ବିକଳ୍ପ ନିକୋଟିନ ବ୍ୟବହାର କରନ୍ତୁ ନାହିଁ। ତାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ ଏବଂ ସେମାନେ ନିଶାରେ ଆସକ୍ତ ହୋଇପାରନ୍ତି ବୋଲି ସାଲୋମନ ସତର୍କ କରାଇ ଦେଇଛନ୍ତି।
ସୂଚନାଥାଉ କି, ପ୍ରତିବର୍ଷ ଫ୍ରାନ୍ସରେ ତମାଖୁ ବ୍ୟବହାର ଯୋଗୁ ପ୍ରାୟ ୭୫ ହଜାର ଲୋକ ପ୍ରାଣହରାନ୍ତି। ଏବେ କରୋନା ଭୂତାଣୁର ପ୍ରକୋପରେ ଫ୍ରାନ୍ସରେ ୨୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୧ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri