Posted inଜାତୀୟ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ: ରବିବାର ଜନତା କର୍ଫ୍ୟୁ

ନୂଆଦିଲ୍ଲୀ,୨୦ା୩(ପି.ଟି.): ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ସେଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
କରୋନା ଭୂତାଣୁ ଏବେ ବିଶ୍ୱର ଅନେକ ଦେଶକୁ ବ୍ୟାପିଲାଣି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯେତେ ସଂଖ୍ୟାରେ ଦେଶ ପ୍ରଭାବିତ ହୋଇ ନ ଥିଲେ କରୋନା ଭୂତାଣୁ ତା’ଠାରୁ ଅଧିକ ଦେଶକୁ ପ୍ରଭାବିତ କରିଛି। ଏହି ଭୂତାଣୁକୁ ନେଇ ଏବେ ଦେଶ ସଙ୍କଟ ଦେଇ ଗତି କରୁଛି। ଏହି ରୋଗରୁ ରକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ କିମ୍ବା ଔଷଧ ଏପର୍ଯ୍ୟନ୍ତ ବାହାରିନାହିଁ। ତେଣୁ ଏହାକୁ ନେଇ ଚିନ୍ତା ବଢ଼ିବା ସ୍ବାଭାବିକ। ସଂକ୍ରମଣଠାରୁ ଦୂରେଇ ରହିବାକୁ ହେଲେ ପ୍ରତିଷେଧକ ବ୍ୟବସ୍ଥା ଏକମାତ୍ର ଉପାୟ ବୋଲି ଗୁରୁବାର ରାତିରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଅନ୍ୟମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ଏବଂ ଗହଳି ସ୍ଥାନଠାରୁ ଯଥାସମ୍ଭବ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମିତ କେତେକ ଦେଶ ସେମାନଙ୍କ ନାଗରିକମାନଙ୍କୁ ଆଇସୋଲେଶନରେ ରଖିଛନ୍ତି। ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଉପରେ କରୋନାର ଏହି ସଙ୍କଟ ସାମାନ୍ୟ କଥା ନୁହେଁ। ବିକଶିତ ରାଷ୍ଟ୍ର ଉପରେ ଏହାର ପ୍ରଭାବ ପଡ଼ୁଥିଲାବେଳେ ଭାରତରେ କୌଣସି ପ୍ରଭାବ ପଡିବ ନାହିଁ ଭାବିବା ଭୁଲ୍‌। ଏହାର ମୁକାବିଲା ପାଇଁ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ହେଲା ସଂକଳ୍ପ ଓ ଦ୍ୱିତୀୟରେ ସଂଯମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସଂକ୍ରମଣଠାରୁ ଦୂରେଇ ରହିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ। ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଯିବାକୁ ମୋଦି କହିଛନ୍ତି। ୨୨ ତାରିଖ ଜନତା କର୍ଫ୍ୟୁ ଦିନ ଯେଉଁମାନଙ୍କର ଅତି ଜରୁରୀ କାର୍ଯ୍ୟ ଥିବ, ସେଇମାନେ ହିଁ ବାହାରକୁ ଯାଇପାରିବେ। କିନ୍ତୁ ଅନ୍ୟମାନେ ନିଜକୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିବା ସହ ଏବେଠାରୁ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି। ପ୍ରତ୍ୟେକ ଫୋନ୍‌ ମାଧ୍ୟମରେ ୧୦ ଜଣଙ୍କୁ ଏ ସମ୍ପର୍କରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଏହା ଏକ ପ୍ରସ୍ତୁତି। ଆଜିର ପରିସ୍ଥିତିରେ ଦେଶ ପାଇଁ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ରେଳ କର୍ମଚାରୀ, ହୋମ୍‌ ଡେଲିଭରି କରୁଥିବା ଲୋକ, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri