Posted inଜାତୀୟ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ: ରବିବାର ଜନତା କର୍ଫ୍ୟୁ

ନୂଆଦିଲ୍ଲୀ,୨୦ା୩(ପି.ଟି.): ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ସେଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
କରୋନା ଭୂତାଣୁ ଏବେ ବିଶ୍ୱର ଅନେକ ଦେଶକୁ ବ୍ୟାପିଲାଣି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯେତେ ସଂଖ୍ୟାରେ ଦେଶ ପ୍ରଭାବିତ ହୋଇ ନ ଥିଲେ କରୋନା ଭୂତାଣୁ ତା’ଠାରୁ ଅଧିକ ଦେଶକୁ ପ୍ରଭାବିତ କରିଛି। ଏହି ଭୂତାଣୁକୁ ନେଇ ଏବେ ଦେଶ ସଙ୍କଟ ଦେଇ ଗତି କରୁଛି। ଏହି ରୋଗରୁ ରକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ କିମ୍ବା ଔଷଧ ଏପର୍ଯ୍ୟନ୍ତ ବାହାରିନାହିଁ। ତେଣୁ ଏହାକୁ ନେଇ ଚିନ୍ତା ବଢ଼ିବା ସ୍ବାଭାବିକ। ସଂକ୍ରମଣଠାରୁ ଦୂରେଇ ରହିବାକୁ ହେଲେ ପ୍ରତିଷେଧକ ବ୍ୟବସ୍ଥା ଏକମାତ୍ର ଉପାୟ ବୋଲି ଗୁରୁବାର ରାତିରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଅନ୍ୟମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ଏବଂ ଗହଳି ସ୍ଥାନଠାରୁ ଯଥାସମ୍ଭବ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମିତ କେତେକ ଦେଶ ସେମାନଙ୍କ ନାଗରିକମାନଙ୍କୁ ଆଇସୋଲେଶନରେ ରଖିଛନ୍ତି। ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଉପରେ କରୋନାର ଏହି ସଙ୍କଟ ସାମାନ୍ୟ କଥା ନୁହେଁ। ବିକଶିତ ରାଷ୍ଟ୍ର ଉପରେ ଏହାର ପ୍ରଭାବ ପଡ଼ୁଥିଲାବେଳେ ଭାରତରେ କୌଣସି ପ୍ରଭାବ ପଡିବ ନାହିଁ ଭାବିବା ଭୁଲ୍‌। ଏହାର ମୁକାବିଲା ପାଇଁ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ହେଲା ସଂକଳ୍ପ ଓ ଦ୍ୱିତୀୟରେ ସଂଯମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସଂକ୍ରମଣଠାରୁ ଦୂରେଇ ରହିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ। ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଯିବାକୁ ମୋଦି କହିଛନ୍ତି। ୨୨ ତାରିଖ ଜନତା କର୍ଫ୍ୟୁ ଦିନ ଯେଉଁମାନଙ୍କର ଅତି ଜରୁରୀ କାର୍ଯ୍ୟ ଥିବ, ସେଇମାନେ ହିଁ ବାହାରକୁ ଯାଇପାରିବେ। କିନ୍ତୁ ଅନ୍ୟମାନେ ନିଜକୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିବା ସହ ଏବେଠାରୁ ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି। ପ୍ରତ୍ୟେକ ଫୋନ୍‌ ମାଧ୍ୟମରେ ୧୦ ଜଣଙ୍କୁ ଏ ସମ୍ପର୍କରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଏହା ଏକ ପ୍ରସ୍ତୁତି। ଆଜିର ପରିସ୍ଥିତିରେ ଦେଶ ପାଇଁ ଦିନରାତି କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ରେଳ କର୍ମଚାରୀ, ହୋମ୍‌ ଡେଲିଭରି କରୁଥିବା ଲୋକ, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri