‘ପଖାଳ’ ପ୍ରତିଟି ଓଡ଼ିଆଙ୍କ ପସନ୍ଦ

ବାରିପଦା ଅଫିସ,୨୦ା୩ (ରଞ୍ଜନ କୁମାର ପଧାନ)- ରୋଷେଇ ଘରର ୪ କାନ୍ଥରେ ଅଟକି ଯାଇନି ପଖାଳ ଭାତ। ଓଡ଼ିଆ ଲୋକଙ୍କ ଅତି ଆପଣାର ପ୍ରିୟ ଖାଦ୍ୟ ପଖାଳ ବର୍ତ୍ତମାନ ବିଶ୍ୱ ଦରବାରରେ ପହଞ୍ଚି ସାରିଲାଣି। ବିଶ୍ୱର ବିଭିନ୍ନ ବଡ଼ ବଡ଼ ହୋଟେଲର ମେନ୍ୟୁରେ ସ୍ଥାନ ପାଇଲାଣି ଦହି ପଖାଳ(କର୍ଡ଼ ରାଇସ୍‌)। ପଖାଳ ଭାତକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି। ଓଡ଼ିଶାରେ ପଖାଳ, ବେଙ୍ଗଲରେ ପନ୍ଥା ଭାତ, ଛତିଶଗଡ଼ରେ ବୋର ଭାତ, ଝାଡ଼ଖଣ୍ଡରେ ପାଣି ଭାତ, ଆସାମରେ ପୋଇତ ଭାତ ଭଳି ବିଭିନ୍ନ ରାଜ୍ୟରେ ଭିନ୍ନ ନାମ ରହିଛି ଏହାର। ବିଶେଷ କରି ଖରାଦିନେ ନାମୀ ଦାମୀ ପଞ୍ଚତାରକା ହୋଟେଲମାନଙ୍କରେ ପଖାଳର ଚାହିଦା ବଢିବାରେ ଲାଗୁଛି। ଏହାକୁ ଦେଖିଲେ ଜଣା ପଡ଼େ ସେ ଉଚ୍ଚ ବର୍ଗର ଲୋକ ହୁଅନ୍ତୁ କି ନିମ୍ନ ବର୍ଗର, ଖରାଦିନେ ପଖାଳ ଭାତ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟେ। ଉଚ୍ଚବର୍ଗର ଲୋକମାନେ କେବଳ ଖରାଦିନ ପଖାଳ ଖାଉଥିବା ବେଳେ ଚାଷୀ କିନ୍ତୁ ବର୍ଷକ ବାର ମାସ ପଖାଳ ଖାଏ। ଯାହା ହେଉନା କାହିଁକି ପଖାଳର ସ୍ବାଦ ସତରେ ନିଆରା। ପଖାଳ ବିଭିନ୍ନ ପ୍ରକାରର, କେତେବେଳେ ଏହା ସଜ ତ ଆଉ କେତେବେଳେ ବାସି, କେବେ ପୁଣି ଜିରା ପଖାଳ, ଦହି ପଖାଳ ଏମିତି ବିଭିନ୍ନ ପ୍ରକାରର ପ୍ରସ୍ତୁତ କରାଯାଇ ପରଷା ଯାଏ । ସେହଭିଳି ମହାପ୍ରଭୁଙ୍କ ଟଙ୍କ ତୋରାଣୀର ସ୍ବାଦ ମଧ୍ୟ ନିଆରା। ପଖାଳ ଖାଇବାକୁ ଯେତିକି ସୁସ୍ବାଦୁ, ଦେହ ପାଇଁ ମଧ୍ୟ ସେତିକି ହିତକର। ଖରା ୪ ମାସ ପଖାଳ ଖାଇଲେ ଅଂଶୁଘାତ ରୋଗ ହେବାର ଭୟ ରହିବ ନାହିଁ। କିଛି ବର୍ଷ ହେଲାଣି ମାର୍ଚ୍ଚ ମାସ ୨୦ ତାରିଖକୁ ସାର୍ବଜନୀନ ପଖାଳ ଦିବସ ରୂପେ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାର ବିଭିନ୍ନ ହୋଟେଲରେ ମଧ୍ୟ ପଖାଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରତି ବର୍ଷ କରାଯାଏ ହେଲେ ବର୍ତ୍ତମାନ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri