କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା MDRକୁ ନେଇ ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଅକ୍ଟୋବର ୨ରେ ‘No UPI Day’ ପାଳନ କରିବାକୁ ବ୍ୟବସାୟୀମାନେ ଘୋଷଣା କରିଛନ୍ତି। ଏହି ଦିନ ଅନେକ ଦୋକାନୀ ଗ୍ରାହକଙ୍କଠାରୁ UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଦୋକାନରେ ଲାଗିଥିବା UPI QR କୋଡ ଓ ବୋର୍ଡକୁ ହଟାଇବା କିମ୍ବା କଳା କପଡ଼ାରେ ଢାଙ୍କିବାକୁ ମଧ୍ୟ ବ୍ୟବସାୟୀମାନେ ଯୋଜନା କରିଛନ୍ତି।

ଭାରତରେ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDRକୁ ନେଇ ବିରୋଧ ଚାଲିଥିବା ବେଳେ ଏବେ ଏହି ନିୟମ ବିଦେଶରେ ମଧ୍ୟ ଲାଗୁ ହେବା ନେଇ ଖବର ଆସିଛି। ଅର୍ଥାତ୍‌ ଯେଉଁ ଦେଶଗୁଡ଼ିକରେ UPI ସେବା ଉପଲବ୍ଧ ରହିଛି, ସେଠାରେ ମଧ୍ୟ ନୂଆ MDR ବ୍ୟବସ୍ଥା ଲାଗୁ କରାଯିବ ବୋଲି ସୂଚନା ମିଳିଛି। ଏହି ତାଲିକାରେ UAE, ଫ୍ରାନ୍ସ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ମରିସସ, କତାର, କାମ୍ବୋଡିଆ, ଗ୍ରୀସ ଓ ମାଲଦ୍ୱୀପ ଭଳି ଦେଶ ରହିଛନ୍ତି।

ସୂଚନା ଅନୁସାରେ, UPI ଇକୋସିଷ୍ଟମ ପାଇଁ ଏକ ଅଧିକ ସ୍ଥାୟୀ ଆର୍ଥିକ ମଡେଲ ତିଆରି କରିବା ହେଉଛି ନୂଆ MDR ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ଏପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନରେ UPI ମୁଖ୍ୟତଃ ଜିରୋ-MDR ବ୍ୟବସ୍ଥାରେ ଚାଲିଆସୁଥିଲା।

ସୂତ୍ର ଅନୁସାରେ, MDRରୁ UPI ଇକୋସିଷ୍ଟମକୁ ପରିଚାଳନା କରିବାର ସମ୍ପୂର୍ଣ୍ଣ ଖର୍ଚ୍ଚ ଭରଣା ହେବ ନାହିଁ। ଷ୍ଟେକହୋଲ୍ଡରମାନଙ୍କ ସହ ଆଲୋଚନା ପରେ Indian Banks’ Association (IBA) ପକ୍ଷରୁ ଏହି ଦର ନିର୍ଦ୍ଧାରଣ କରାଯାଇଥିବା ମଧ୍ୟ କୁହାଯାଇଛି।
ସରକାର ୧୫ ଅକ୍ଟୋବର ୨୦୨୬ର ନିର୍ଦ୍ଧାରିତ ସମୟସୀମାକୁ ଆଗକୁ ବଢ଼ାଇବାର କୌଣସି ଯୋଜନା କରୁନଥିବା ସୂଚନା ମିଳିଛି। ଫଳରେ ନୂଆ MDR ବ୍ୟବସ୍ଥା ନିର୍ଦ୍ଧାରିତ ତାରିଖରୁ ଲାଗୁ ହେବାର ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?