କରୋନା ଭୂତାଣୁ ଉପରେ ପରୀକ୍ଷା ହେଉଥିବା ଲ୍ୟାବ୍‌କୁ ମିଳୁଥିଲା ଆମେରିକା ଅନୁଦାନ: ଏଠାରୁ ବ୍ୟାପିଥିଲା ସଂକ୍ରମଣ !

ବେଜିଂ,୧୩।୪: ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିର ଏକ ଲ୍ୟାବ୍‌ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ଏଠାରୁ ସଂକ୍ରମଣ ୩୦ କିଲୋମିଟର ଦୂରରେ ଥିବା ମାଂସ ବଜାରରେ ହୋଇଥିଲା। ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ବାଦୁଡ଼ିଙ୍କ ଉପରେ ୬୪ ବର୍ଷ ପୁରୁଣା ଳ୍ୟାବ୍‌ରେ ହେଉଥିବା ପରୀକ୍ଷା ନିରୀକ୍ଷା ପାଇଁ ଆମେରିକା ଆବଶ୍ୟକ ଅନୁଦାନ ଯୋଗାଇ ଦେଉଥିବା ଜଣାପଡ଼ିଛି। ଏନେଇ ଏପ୍ରିଲ୍‌ ୧୧ରେ ‘ଦି ମେଲ୍‌ ଅନ୍‌୍‌ ସଣ୍ଡେ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଅସାବଧାନତା ଯୋଗୁ କରୋନା ଭୂତାଣୁ ବ୍ୟାପିଥିବା ମଧ୍ୟ କୁହାଯାଉଛି। ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ପକ୍ଷରୁ ଲ୍ୟାବ୍‌କୁ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା ପାଇଁ ଉହାନର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ୨୯ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଜାନୁୟାରୀ ପ୍ରଥମ ସପ୍ତାହରେ ଏସମ୍ପର୍କିତ ତଥ୍ୟ ବାହାରକୁ ଆସିଥିଲା ଯେ, ମଣିଷଙ୍କଠାରେ ଦେଖାଦେଇଥିବା କରୋନା ସଂକ୍ରମଣ ଲାଗି ବାଦୁଡ଼ି ହିଁ ଦାୟୀ। ଉହାନଠାରୁ ୧୬୦୦ କିଲୋମିଟର ଦୂର ୟୁନ୍ନାନ ପ୍ରଦେଶର ଏକ ଗୁମ୍ଫାରୁ ଧରାପଡ଼ିଥିବା ବାଦୁଡ଼ି ଯୋଗୁ କରୋନା ସଂକ୍ରମଣ ବ୍ୟାପିଥିଲା। ଗତ ୧୦ ବର୍ଷ ଧରି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜି ଲ୍ୟାବ୍‌ରେ ଏହି ପରୀକ୍ଷା ଜାରି ରହିଥିଲା। ଘଟଣା ବାହାରକୁ ଜଣାପଡ଼ିବା ପରେ ଏବେ ଆମେରିକା ଚାଇନା ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଫଳରେ ଦୁହେଁ ସାରା ପୃଥିବୀ ଆଗରେ କାଠଗଡ଼ାରେ ଠିଆ ହୋଇଥିବା କୁହାଯାଉଛି। ପ୍ରଥମେ ଆମେରିକା ଚାଇନା ଉପରେ ଭୂତାଣୁ ଲିକ୍‌ ହେବା ଲାଗି ଦାୟୀ କରିଥିଲା। ପରେ ଆମେରିକା ଜାତିସଂଘ ଏହି ଘଟଣାରେ ପକ୍ଷପାତିତା କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲା। ଲ୍ୟାବ୍‌ରେ ପରୀକ୍ଷା ପାଇଁ ଆମେରିକା ଅନୁଦାନ ଦେଉଥିବା ତଥ୍ୟ ସମ୍ପର୍କରେ ସୂଚନା ମିଳିବା ପରେ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?