କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’ ୪ରେ ମ୍ୟୁନିସିପାଲ କର୍ପୋରେଶନ ଅଫ୍‌ ଦିଲ୍ଲୀ(ଏମ୍‌ସିଡି)ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ବୈକାଲି ସରକାର ନାମକ ଜଣେ ଶିକ୍ଷୟିତ୍ରୀ ଚୁକ୍ତି ଭିତ୍ତିରେ ଏମ୍‌ସିଡି ସ୍କୁଲରେ କାମ କରୁଥିଲେ। ସେ ଦିଲ୍ଲୀର ରୋହିନିରେ ରହୁଥିବା ବେଳେ ଏବେ କରୋନା ମୁକାବିଲା ପାଇଁ ସାଜିଥିଲେ ଆଗଧାଡିର ଯୋଦ୍ଧା। ସରକାରଙ୍କ ଏକ ହଙ୍ଗର ରିଲିଫ୍‌ ସେଣ୍ଟରରେ ସେ ଭୋକିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଆସୁଥିଲେ। ଏହାପରେ ସେ କରୋନାରେ ସଂକ୍ରମିତ ହୋଇ ମେ’ ୨ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେ’ ୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମେ’ ୫ରେ ତାଙ୍କର କରୋନା ପଜିଟିଭ ବୋଲି ରିପୋର୍ଟ ହସ୍ତଗତ ହେଲା। ପ୍ରଥମେ ତାଙ୍କୁ ଡାକ୍ତର ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ଯୋଦ୍ଧା ଯେମିତିକି ହେଲ୍‌ଥ ଓ୍ବାର୍କର,ସିଭିଲ ଡିଫେନ୍ସ ପର୍ସନାଲ, ଟିଚର,ପୋଲିସମେନ ଓ ଫୟାରମେନଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ କେଜରିଓ୍ବାଲ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri