କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ, ଚଳିତ ୨୦୨୦ ବର୍ଷରେ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ ଯୋଗୁ ପୃଥିବୀର ବିଭିନ୍ନ ଦେଶ ଉପରେ ବିପଦ ଦେଖାଦେବ । ଆଟଲାଣ୍ଟିକ୍ ମହାସାଗର ଉପରେ ବାୟୁର ଗତିରୁ ଏପରି ପୂର୍ବାନୁମାନ କରାଯାଇଛି । ବାତ୍ୟା ମଧ୍ୟରେ ୮ ହରିକେନ୍ ରହିବାର ଅନୁମାନ କରାଯାଇଛି । ସେଥିମଧ୍ୟରୁ ୪ଟି ହରିକେନ୍ ବେଶ୍ ଶକ୍ତିଶାଳୀ ହେବ । ଏସବୁ ଦ୍ୱାରା ବହୁ କ୍ଷୟକ୍ଷତିର ଆଶଙ୍କା ମଧ୍ୟ ରହିଛି । ଏହାଯୋଗୁ ପ୍ରଭାବିତ ଅଞ୍ଚଳରେ ଘଣ୍ଟାପ୍ରତି ୧୧୧ କିଲୋମିଟରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜୁନ୍ ୧ରୁ ନଭେମ୍ବର ୩୦ ମଧ୍ୟରେ ଏସବୁ ସାମୁଦ୍ରିକ ଝଡ଼ ଅନୁଭୁତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସାମୁଦ୍ରିକ ଝଡ଼ ଯୋଗୁ ଆମେରିକାରେ ୬୯ ପ୍ରତିଶତ ଭୂସ୍ଖଳନ ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ…

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ମେଟାକୁ କେନ୍ଦ୍ର ସରକାରଙ୍କ ଅଲ୍ଟିମେଟମ୍, ଏହି ବିଜ୍ଞାପନ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୭: ଶିଶୁ ଯୌନ ଶୋଷଣ ସହିତ ଜଡିତ ଇନଷ୍ଟାଗ୍ରାମରେ ଦେୟଯୁକ୍ତ ବିଜ୍ଞାପନ ସମ୍ପର୍କରେ ଭାରତ ସରକାର ମେଟା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂତ୍ର…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

୯ ଘଣ୍ଟା ଧରି ପାଣିରେ ଫସିଛି କାର୍‌, ଭିତରେ ୪ ଜଣ ଥାଇ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍‌ ଯାଉଥିବାବେଳେ ପାଣି…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା ଗରିବ ଲୋକଙ୍କ ପାଇଁ ସତେ ଯେମିତି କାଳ ସାଜିଛି। ଶନିବାର ରାତିରେ ପ୍ରବଳ…

Aamir Khan Wedding: ୬୦ ବର୍ଷରେ ତୃତୀୟ ବିବାହ କଲେ ଆମିର, ବଧୂ ସାଜିଲେ ଗୌରୀ, ଦେଖନ୍ତୁ PHOTO

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସେ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କ ସହ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri