କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ସବୁକିଛି ଠପ୍‌ ହୋଇପଡ଼ିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ଅଧିକରୁ ଅଧିକ କ୍ରୟ କରିବାରେ ଲାଗିଛନ୍ତି। ବହୁଦେଶର ସୁପର ମାର୍କେଟରେ ଏବେ ଖାଦ୍ୟ ଅଭାବ ପରିଲକ୍ଷିତ ହେଲାଣି। ଏବେଠାରୁ ସଚେତନ ନ ହେଲେ ଓ ଅଧିକାରୀମାନେ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଆଗକୁ ଭୟଙ୍କର ରୂପ ଧାରଣ କରିବ ବୋଲି ଜାତିସଂଘ(ୟୁଏନ୍‌), ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟା ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଫଳରେ ବିଶ୍ୱ ଭୟଙ୍କର ଖାଦ୍ୟ ସଙ୍କଟ ଆଡ଼କୁ ମୁହାଁଉଛି ବୋଲି ବିଶ୍ୱର ୩ ପ୍ରମୁଖ ସଂସ୍ଥା ପକ୍ଷରୁ କୁହାଯାଇଛି।
ଆମଦାନି, ରପ୍ତାନି ବନ୍ଦ ଯୋଗୁ ବିଶ୍ୱବଜାର ଏକପ୍ରକାର ସ୍ଥାଣୁ ପାଲଟିଥିବା କହିଛନ୍ତି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ(ଫାଓ)ର ମୁଖ୍ୟ କୁ ଡୋଙ୍ଗୟୁ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ର ନିର୍ଦ୍ଦେଶକ ରୋବେର୍ଟୋ ଆଜେଭେଡୋ। କୋଭିଡ୍‌-୧୯ ଲକ୍‌ଡାଉନ୍‌ ସତ୍ତ୍ୱେ ବିଭିନ୍ନ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରାଯିବା ଉଚିତ ବୋଲି ଏମାନେ ଦର୍ଶାଇଛନ୍ତି। ଏଥିସହ ମୁକ୍ତ ବାଣିଜ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ ପ୍ରକ୍ରିୟା ଯେପରି ବନ୍ଦ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ଲକ୍‌ଡାଉନ୍‌ ବେଳେ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦିଆଯାଉ ଥିବାରୁ ଉତ୍ପାଦନ ଲାଗି ଶ୍ରମିକ ମିଳିବା କଷ୍ଟକର। ସୀମା ସିଲ୍‌ ସହ ବଜାର ଅଭାବରୁ ଅଧିକାଂଶ ଦ୍ରବ୍ୟ ନଷ୍ଟ ହେବାରେ ମଧ୍ୟ ଲାଗିଛି। ଖାଦ୍ୟ ଉତ୍ପାଦନ, ଯୋଗାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ଉପରେ ଜୋର୍‌ ଦେବାକୁ ସେମାନେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ତର୍ଜାତୀୟ ସ୍ତରରେ ସହଯୋଗର ବିଶେଷ ଆବଶ୍ୟକତା ରହିଛି। ବିଶ୍ୱରେ ଅନାହାର, ଅପପୃଷ୍ଟିକୁ ରୋକିବା ସମସ୍ତଙ୍କ ଦାୟିତ୍ୱ ଓ ଏଥିଲାଗି ସବୁ ଦେଶ ସହଯୋଗର ହାତ ବଢ଼ାଇବାକୁ ତିନି ବିଶ୍ୱସ୍ତରୀୟ ନେତୃବୃନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri