କରୋନା ଆଗରୁ ମାରିବ କ୍ଷୁଧା

ଭୁବନେଶ୍ୱର,୨୪।୩(ବ୍ୟୁରୋ): କଲବଲ କରୁଛି କରୋନା। କରୋନା ଯୋଗୁ ନା ଗଣ୍ଡେ ଖାଇବାକୁ ମିଳୁଛି ନା ପିଇବାକୁ ମିଳୁଛି। ଗଛ ତଳେ, ବ୍ରିଜ୍‌ ତଳେ ନ ଖାଇ ନ ପିଇ ପଡ଼ି ପଡ଼ି ଦିନ କଟିଯାଉଛି। ଆହା ପଦେ କହିବାକୁ କେହି ନାହାନ୍ତି। ସେମାନଙ୍କ କଥା ପୋଲିସ ବାବୁମାନେ ଶୁଣୁନାହାନ୍ତି କି ସରକାର ବୁଝୁନାହାନ୍ତି। ଓଲଟା ଦିନକୁ ମୁଠେ ଆହାର ଯୋଗାଇ ଦେଉଥିବା ଲୋକଙ୍କୁ ଆଉ ସେମାନଙ୍କ ପାଖ ପଶିିବାକୁ ଦେଉନାହାନ୍ତି। ରାଜଧାନୀର ଫୁଟ୍‌ଫାଥ୍‌ରେ ଖୋଲା ଆକାଶ ତଳେ ପଡ଼ିରହିଥିବା ଶତାଧିକ ଅସହାୟଙ୍କୁ ଏବେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। କରୋନା ସଂକ୍ରମଣରେ କାହାର ମୃତ୍ୟୁ ହେବ କି ନ ହେବ ତାହା ତ ପଛ କଥା, କିନ୍ତୁ ତା’ ପୂର୍ବରୁ ଖାଇବାକୁ ନ ପାଇ ସେମାନଙ୍କ ଜୀବନ ଚାଲିଯିବ ବୋଲି ସହରର ଅନେକ ସାମାଜିକ କର୍ମୀ ଏବଂ ସ୍ବେଚ୍ଛାସେବୀ କହିଛନ୍ତି।
ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରେ ଖୋଲା ଆକାଶ ତଳେ ଅସହାୟ ଭାବେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରେ ବୃଦ୍ଧାବୃଦ୍ଧଙ୍କ ସମେତ କେତେଜଣ ଦିବ୍ୟାଙ୍ଗ, ମାନସିକ ବିକୃତ ଏବଂ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ରହିଛନ୍ତି। ଏମାନେ ଏଣେତେଣେ ବୁଲି ହୋଟେଲ, ଦୋକାନ ଏବଂ ବିଭିନ୍ନ ମନ୍ଦିରରୁ ମାଗି ଖାଇଥାନ୍ତି। ସହର ଲକ୍‌ଡାଉନ୍‌ ପରେ ଏବେ ସେ ସବୁ ବାଟ ବନ୍ଦ ହୋଇଯାଇଛି। ତେଣୁ ଦିନକୁ ମୁଠେ ଆହାର ମିଳିବା କଷ୍ଟକର ହୋଇପଡୁଛି। ରାସ୍ତାକଡ଼ର ଏହି ଅସହାୟମାନଙ୍କୁ ବିଭିନ୍ନ ସଙ୍ଗଠନ ଦିନରେ ଏବଂ ରାତିରେ ରନ୍ଧାଖାଦ୍ୟ ଯୋଗାଇଥାନ୍ତି। ଏଥିରେ ବି ଏବେ କଟକଣା ଲାଗିଛି। କିଛି ସଙ୍ଗଠନ ଏବଂ ମନ୍ଦିର ଗୋଟିଏ ନିର୍ଦ୍ଦିିଷ୍ଟ ସ୍ଥାନରେ ଖାଦ୍ୟ ପରଶୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ତାହାକୁ ବନ୍ଦ କରାଯାଇଛି। ସେହିପରି ଆଉ କେତେକ ସଂସ୍ଥା ଏବଂ ସଙ୍ଗଠନ ଅସହାୟଙ୍କ ପାଖରେ ପ୍ୟାକେଟ୍‌ ଯୋଗେ ଖାଦ୍ୟ ପହଞ୍ଚାଉଥିବାବେଳେ ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି, ଯାହାକୁ ନେଇ ବିରୋଧ ହୋଇଛି। ଗୋଟିଏ ପଟେ ଫୁଡ୍‌ ଡେଲିଭରି ସଂସ୍ଥାଗୁଡ଼ିକୁ କଟକଣାରୁ ମୁକ୍ତ ରଖାଯାଇଥିବାବେଳେ ଅନ୍ୟପଟେ ଅସହାୟଙ୍କ ନିକଟରେ ମାଗଣାରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାକୁ କ’ଣ ପାଇଁ ପୋଲିସ୍‌ ଅଟକାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପ୍ରତିଦିନ ‘ଶ୍ରୀ ସତ୍ୟସାଇ ନିତ୍ୟ ଅନୁଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ଶତାଧିକ ଅସହାୟ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥାଏ। ମାତ୍ର ସୋମବାର ଲକ୍‌ଡାଉନ୍‌ ଯୋଗୁ ପୋଲିସ ସେମାନଙ୍କୁ ଯିବାକୁ ଦେଇ ନ ଥିଲା। ଏ ନେଇ ସଙ୍ଗଠନର ଜଣେ ସଦସ୍ୟ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେଲା ଆମେ ଚାଲିବାକୁ ଓ ହାତ ଉଠାଇବାକୁ ଅକ୍ଷମ ଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛୁ। ସେମାନେ ସମୂର୍ଣ୍ଣ ଭାବେ ଆମ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ପ୍ରତିଦିନ ୬୦ କିମି ବୁଲି ଆମେ ସେମାନଙ୍କ ପାଖରେ ପହଞ୍ଚତ୍ଥାଉ। କାହାକୁ ଡାକି ଆମେ ଲୋକ ଗହଳି କରୁନୁ। ପ୍ୟାକେଟ୍‌ ନେଇ ଯାଉଥିଲେ ବି ପୋଲିସ୍‌ ଆମକୁ ହଇରାଣ କରୁଛି। ଯେତେବେଳେ ଜୋମାଟୋ, ସ୍ବିଗି ଭଳି ଡେଲିଭରି ସଂସ୍ଥାଗୁଡ଼ିକୁ ଅନୁମତି ଅଛି ଆମକୁ କ’ଣ ପାଇଁ ଅନୁମତି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସହାୟଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ ଓ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ଆମକୁ ଚାହିଁ ବସିଥାନ୍ତି। ସେମାନଙ୍କୁ ଖାଇବାକୁ ନ ଦେଲେ ଅତିକମ୍‌ରେ ୫୦ରୁ ୬୦ଜଣଙ୍କର ଜୀବନ ଚାଲିଯାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri