କରୋନା ଆଗରୁ ମାରିବ କ୍ଷୁଧା

ଭୁବନେଶ୍ୱର,୨୪।୩(ବ୍ୟୁରୋ): କଲବଲ କରୁଛି କରୋନା। କରୋନା ଯୋଗୁ ନା ଗଣ୍ଡେ ଖାଇବାକୁ ମିଳୁଛି ନା ପିଇବାକୁ ମିଳୁଛି। ଗଛ ତଳେ, ବ୍ରିଜ୍‌ ତଳେ ନ ଖାଇ ନ ପିଇ ପଡ଼ି ପଡ଼ି ଦିନ କଟିଯାଉଛି। ଆହା ପଦେ କହିବାକୁ କେହି ନାହାନ୍ତି। ସେମାନଙ୍କ କଥା ପୋଲିସ ବାବୁମାନେ ଶୁଣୁନାହାନ୍ତି କି ସରକାର ବୁଝୁନାହାନ୍ତି। ଓଲଟା ଦିନକୁ ମୁଠେ ଆହାର ଯୋଗାଇ ଦେଉଥିବା ଲୋକଙ୍କୁ ଆଉ ସେମାନଙ୍କ ପାଖ ପଶିିବାକୁ ଦେଉନାହାନ୍ତି। ରାଜଧାନୀର ଫୁଟ୍‌ଫାଥ୍‌ରେ ଖୋଲା ଆକାଶ ତଳେ ପଡ଼ିରହିଥିବା ଶତାଧିକ ଅସହାୟଙ୍କୁ ଏବେ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। କରୋନା ସଂକ୍ରମଣରେ କାହାର ମୃତ୍ୟୁ ହେବ କି ନ ହେବ ତାହା ତ ପଛ କଥା, କିନ୍ତୁ ତା’ ପୂର୍ବରୁ ଖାଇବାକୁ ନ ପାଇ ସେମାନଙ୍କ ଜୀବନ ଚାଲିଯିବ ବୋଲି ସହରର ଅନେକ ସାମାଜିକ କର୍ମୀ ଏବଂ ସ୍ବେଚ୍ଛାସେବୀ କହିଛନ୍ତି।
ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରେ ଖୋଲା ଆକାଶ ତଳେ ଅସହାୟ ଭାବେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରେ ବୃଦ୍ଧାବୃଦ୍ଧଙ୍କ ସମେତ କେତେଜଣ ଦିବ୍ୟାଙ୍ଗ, ମାନସିକ ବିକୃତ ଏବଂ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ରହିଛନ୍ତି। ଏମାନେ ଏଣେତେଣେ ବୁଲି ହୋଟେଲ, ଦୋକାନ ଏବଂ ବିଭିନ୍ନ ମନ୍ଦିରରୁ ମାଗି ଖାଇଥାନ୍ତି। ସହର ଲକ୍‌ଡାଉନ୍‌ ପରେ ଏବେ ସେ ସବୁ ବାଟ ବନ୍ଦ ହୋଇଯାଇଛି। ତେଣୁ ଦିନକୁ ମୁଠେ ଆହାର ମିଳିବା କଷ୍ଟକର ହୋଇପଡୁଛି। ରାସ୍ତାକଡ଼ର ଏହି ଅସହାୟମାନଙ୍କୁ ବିଭିନ୍ନ ସଙ୍ଗଠନ ଦିନରେ ଏବଂ ରାତିରେ ରନ୍ଧାଖାଦ୍ୟ ଯୋଗାଇଥାନ୍ତି। ଏଥିରେ ବି ଏବେ କଟକଣା ଲାଗିଛି। କିଛି ସଙ୍ଗଠନ ଏବଂ ମନ୍ଦିର ଗୋଟିଏ ନିର୍ଦ୍ଦିିଷ୍ଟ ସ୍ଥାନରେ ଖାଦ୍ୟ ପରଶୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ତାହାକୁ ବନ୍ଦ କରାଯାଇଛି। ସେହିପରି ଆଉ କେତେକ ସଂସ୍ଥା ଏବଂ ସଙ୍ଗଠନ ଅସହାୟଙ୍କ ପାଖରେ ପ୍ୟାକେଟ୍‌ ଯୋଗେ ଖାଦ୍ୟ ପହଞ୍ଚାଉଥିବାବେଳେ ସେମାନଙ୍କୁ ମଧ୍ୟ ବାରଣ କରାଯାଇଛି, ଯାହାକୁ ନେଇ ବିରୋଧ ହୋଇଛି। ଗୋଟିଏ ପଟେ ଫୁଡ୍‌ ଡେଲିଭରି ସଂସ୍ଥାଗୁଡ଼ିକୁ କଟକଣାରୁ ମୁକ୍ତ ରଖାଯାଇଥିବାବେଳେ ଅନ୍ୟପଟେ ଅସହାୟଙ୍କ ନିକଟରେ ମାଗଣାରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାକୁ କ’ଣ ପାଇଁ ପୋଲିସ୍‌ ଅଟକାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପ୍ରତିଦିନ ‘ଶ୍ରୀ ସତ୍ୟସାଇ ନିତ୍ୟ ଅନୁଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ଶତାଧିକ ଅସହାୟ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥାଏ। ମାତ୍ର ସୋମବାର ଲକ୍‌ଡାଉନ୍‌ ଯୋଗୁ ପୋଲିସ ସେମାନଙ୍କୁ ଯିବାକୁ ଦେଇ ନ ଥିଲା। ଏ ନେଇ ସଙ୍ଗଠନର ଜଣେ ସଦସ୍ୟ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେଲା ଆମେ ଚାଲିବାକୁ ଓ ହାତ ଉଠାଇବାକୁ ଅକ୍ଷମ ଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛୁ। ସେମାନେ ସମୂର୍ଣ୍ଣ ଭାବେ ଆମ ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ପ୍ରତିଦିନ ୬୦ କିମି ବୁଲି ଆମେ ସେମାନଙ୍କ ପାଖରେ ପହଞ୍ଚତ୍ଥାଉ। କାହାକୁ ଡାକି ଆମେ ଲୋକ ଗହଳି କରୁନୁ। ପ୍ୟାକେଟ୍‌ ନେଇ ଯାଉଥିଲେ ବି ପୋଲିସ୍‌ ଆମକୁ ହଇରାଣ କରୁଛି। ଯେତେବେଳେ ଜୋମାଟୋ, ସ୍ବିଗି ଭଳି ଡେଲିଭରି ସଂସ୍ଥାଗୁଡ଼ିକୁ ଅନୁମତି ଅଛି ଆମକୁ କ’ଣ ପାଇଁ ଅନୁମତି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅସହାୟଙ୍କ ମଧ୍ୟରେ ଅନେକ କୁଷ୍ଠରୋଗୀ ଓ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ଆମକୁ ଚାହିଁ ବସିଥାନ୍ତି। ସେମାନଙ୍କୁ ଖାଇବାକୁ ନ ଦେଲେ ଅତିକମ୍‌ରେ ୫୦ରୁ ୬୦ଜଣଙ୍କର ଜୀବନ ଚାଲିଯାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri