କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ ଯଥେଷ୍ଟ ମାତ୍ରାରେ କମ୍‌ କରିଦେଇପାରିବ। କୋଭିଡ୍‌-୧୯ ଉପରେ ଗବେଷଣା କରୁଥିବା ଆମେରିକାର ବିଶେଷଜ୍ଞମାନେ ଏପରି ଦାବି କରିଛନ୍ତି। କଲରାଡୋ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ, କରୋନାରେ ସଂକ୍ରମିତ ହେବାପରେ ରୋଗୀ ଶରୀରରେ ଏକ ଜଟିଳ ଧରଣର ରକ୍ତଜମାଟ ବାନ୍ଧିବା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଟିଇଜି ପରୀକ୍ଷଣ ଦ୍ୱାରା କେବେ ଏବଂ କିଭଳି ରକ୍ତ ଜମାଟ ବାନ୍ଧିଥାଏ ତାହା ଜଣାପଡ଼ିଥାଏ। ତଦନୁଯାୟୀ ଚିକିତ୍ସା କରାଗଲେ ରୋଗୀଙ୍କୁ ନିଶ୍ଚିତ ଫାଇଦା ମିଳିବ।
ଆମେରିକା କଲେଜ ଅଫ୍‌ ସର୍ଜନ୍ସ ଜର୍ନାଲରେ ପ୍ରକାଶିତ ଏକ ସନ୍ଦର୍ଭରେ କୁହାଯାଇଛି, ଅଧିକାଂଶ ଗୁରୁତର କରୋନା ପୀଡ଼ିତଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିବା ଏକ ସାଧାରଣ କଥା। ଏପରି ହେଲେ ରୋଗୀ ଅତିମାତ୍ରାରେ ଅସୁସ୍ଥ ହୋଇପଡ଼ନ୍ତି। ସେମାନଙ୍କ ନିକଟରେ ଥକ୍କାପଣ ବଢ଼ିଯାଏ। ସ୍ଥିତି ଗମ୍ଭୀର ହୋଇଯିବା ପରେ ଆଭ୍ୟନ୍ତରୀଣ ଅଙ୍ଗରୁ ରକ୍ତକ୍ଷରଣ ଆରମ୍ଭ ହୋଇଯାଏ, ଯାହା ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଦେଇଥାଏ। ଏଭଳି କ୍ଷେତ୍ରରେ ଟିଇଜି ସଞ୍ଜୀବନୀ ଭଳି କାମ କରିବ। ଏହାଦ୍ୱାରା କରୋନା ପୀଡ଼ିତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପୂର୍ବରୁ ଅଟକାଇ ଦିଆଯାଇପାରିବ। କରୋନା ସଂକ୍ରମିତ ୪୪ଜଣ ଗୁରୁତର ରୋଗୀଙ୍କୁ ନେଇ ବିଶେଷଜ୍ଞମାନେ ଏହି ପରୀକ୍ଷଣ କରିଥିଲେ। ସେମାନଙ୍କ ଚିକିତ୍ସା ବ୍ୟବସ୍ଥାରେ ଟିଇଜିକୁ ସାମିଲ କରାଯାଇଥିଲା। ଯାଞ୍ଚରେ ସାମିଲ ହୋଇଥିବା ୮୦% ରୋଗୀଙ୍କ ଶରୀରରେ ଡି-ଡାଇମର ମଲିକ୍ୟୁଲ୍‌ ସ୍ତର ଦେଖାଯାଇଥିଲା। ସୂଚନାଯୋଗ୍ୟ, ଡି-ଡାଇମର ହେଉଛି ଏକ ପ୍ରକାର ପ୍ରୋଟିନ୍‌ କଣିକା। ରକ୍ତ ଜମାଟ ବାନ୍ଧିଲେ ହିଁ ଏହା ଶରୀରରେ ତିଆରି ହୋଇଥାଏ।
ଅନୁରୂପ ଭାବେ ଆୟର୍ଲାଣ୍ଡର ବିଶେଷଜ୍ଞମାନେ କହିଛନ୍ତି, କରୋନା ଭାଇରସ୍‌ ରୋଗୀ ଶରୀରରେ ରକ୍ତ ଜମାଟ ସୃଷ୍ଟି କରେ। ଏହା ଧୀରେ ଧୀରେ ଫୁସ୍‌ଫୁସ୍‌ ଯାଏ ପହଞ୍ଚତ୍ ବାୟୁ ପ୍ରବାହିତ ହେଉଥିବା ରାସ୍ତାକୁ ବନ୍ଦ କରିଦିଏ। ସେହିପରି ୮୩ଜଣ କରୋନା ସଂକ୍ରମିତଙ୍କୁ ନେଇ ହୋଇଥିବା ପରୀକ୍ଷଣରୁ ଏକ ନୂଆ ବିପଦ ସମ୍ମୁଖକୁ ଆସିଛି। ଡବଲିନ୍‌ ସ୍ଥିତ ସେଣ୍ଟ ଜେମ୍ସ ହସ୍ପିଟାଲର ଡାକ୍ତରଙ୍କ କହିବା କଥା, ଏହି ଭାଇରସ୍‌ ଫୁସ୍‌ଫୁସ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ଛୋଟଛୋଟ ବ୍ଲକେଜ୍‌ କରିଦେଇଥାଏ। ଏହାଦ୍ୱାରା ଶରୀରରେ ଅକ୍ସିଜେନ୍‌ର ସ୍ତର କମିଯାଏ ଏବଂ ରୋଗୀ ମୃତ୍ୟୁମୁଖରେ ପଡ଼େ। ଗବେଷଣାରେ ସାମିଲ ହୋଇଥିବା ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଜେମ୍ସ ଓଡୋନେଲ କୁହନ୍ତି, କୋଭିଡ୍‌-୧୯ ଶରୀରରେ ଏକ ଜଟିଳ ବ୍ଲକ କ୍ଲଟିଂ ଡିଜ୍‌ଅର୍ଡର (ରକ୍ତ ଜମାଟ ବାନ୍ଧିବା) ସୃଷ୍ଟି କରିଥାଏ। ଏହାର ସିଧାସଳଖ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼େ। ଗବେଷଣାଲବ୍ଧ ତଥ୍ୟ ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା କରୋନା ରୋଗୀଙ୍କ ଲାଗି ନୂଆ ଆଶାର କିରଣ ପାଲଟିଥିବା ଜେମ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri