କମ୍‌ ବର୍ଷା ଯୋଗୁ ତଳି ରୁଆ କାର୍ଯ୍ୟରେ ବାଧା: ଆଶା ଓ ଆଶଙ୍କାରେ ଚାଷୀ, ଜଳସେଚନ ବ୍ୟବସ୍ଥା ଦାବି

ବୋଲଗଡ଼,୨୭ା୭(ଡି.ଏନ.ଏ.): ଚଳିତ ବର୍ଷ ଏପର୍ଯ୍ୟନ୍ତ କମ୍‌ ପରିମାଣରେ ବର୍ଷା ଧାନଚାଷରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଳାଭାବରୁ ରୁଆ ପୋତା ପାଇଁ ମଧ୍ୟ ଜମି ପ୍ରସ୍ତୁତି ହୋଇପାରୁନାହଁ। ତଳି ପକାଯାଇଥିବା ଜମିରେ ଯଥେଷ୍ଟ ପରିମାଣର ଜଳ ନ ଥିବାରୁ ଚାଷୀମାନେ ପମ୍ପ୍‌ ଦ୍ୱାରା ତଳିଜମିକୁ ପାଣି ବୁହାଉଥିବା ଜଣାପଡ଼ିଛି । ଗତ ୨ ଦିନ ମଧ୍ୟରେ ଅଳ୍ପ ପରିମାଣର ବର୍ଷା ହୋଇଥିବାବେଳେ ଏହା ଚାଷୀଙ୍କ ପ୍ରତି ସେତେଟା ଭରସା ଯୋଗାଇ ପାରୁନାହିଁ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଖରିଫ ଧାନଫସଲ ନିମନ୍ତେ ସର୍ବଦା ମୌସୁମୀ ବର୍ଷାକୁ ହିଁ ଭରସା କରିଥାନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ମୌସୁମୀ ବର୍ଷାକୁ ଅପେକ୍ଷା କରି ଜୁଲାଇ ଶେଷହେବାକୁ ଗଲାଣି। ତେବେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଯଦି ଆଗାମୀ ଦିନେ ୨ ଦିନ ମଧ୍ୟରେ ଭଲ ବର୍ଷା ହୁଏ, ଧାନ ଫସଲର ପୂର୍ବ ପ୍ରସ୍ତୁତି ନିମନ୍ତେ ଚାଷୀମାନେ ଆଗଭର ହେବେ। ନଚେତ ଆଶା ଓ ଆଶଙ୍କା ମଧ୍ୟରେ ରହି ଭବିଷ୍ୟତକୁ ଅପେକ୍ଷା କରିବେ ଚାଷୀ ଭାଇମାନେ। ଶ୍ରାବଣ ମାସରେ ଗୋଟିଏ ଦିନ ମଧ୍ୟ ବର୍ଷା ନ ହେଲେ ଧାନ ଫସଲରେ କ୍ଷତି ହେବାର ଆଶଙ୍କା ରହିଥାଏ ବୋଲି ଲୋକମତରେ ପ୍ରକାଶ।
ଜୁନ ମାସରେ ଭଲ ବର୍ଷା ହୋଇ ନ ଥିଲା । ଏବେ ଭଲ ବର୍ଷା ହେଲେ ଚାଷ କାର୍ଯ୍ୟ ଆଗେଇନେବା ସହ ପୂର୍ବ ପ୍ରତିକୂଳ ପାଗକୁ କୃଷକ ଭୁଲିିଯିବ। ସୂଚନାଯୋଗ୍ୟ, ଗତ ୨ବର୍ଷ ଧରି ଏହି ବ୍ଲକ ଅଞ୍ଚଳରେ ଜୁନ୍‌ ମାସରେ ବର୍ଷା ନ ହେବାରୁ ଚାଷକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ମରୁଡି ଏବଂ ରୋଗପୋକ ଆକ୍ରମଣରେ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଠିକ୍‌ ସମୟରେ ଜଳାଭାବ ଦେଖାଦେଇଛି। ତେଣୁ ଆଗାମୀ ୨ ଦିନ ମଧ୍ୟରେ ଯଦି ପାଣିପାଗ ବିଭାଗର ସୂଚନା ଅନୁସାରେ ଭଲ ବର୍ଷା ନ ହୁଏ ଚାଷ ବାଧାପ୍ରାପ୍ତ ହେବା ସହ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଚାଷୀଭାଇ ଦିନ ବିତାଇବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ବ୍ଲକ ଅଞ୍ଚଳରେ ୧୪ ହଜାର ୪ଶହ ୭୭ ହେକ୍ଟର ଜମିରେ ଧାନଚାଷ କରାଯିବାକୁ କୃଷି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି। କେବଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇପଡ଼ିବାରୁ ଭଲ ଫସଲ ଉତ୍ପାଦନ ନେଇ ଚାଷୀ ଭରସା କରିପାରୁନାହାନ୍ତି।
ଧାନଚାଷ ସମ୍ପର୍କରେ ବୋଲଗଡ଼ କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର କହିଛନ୍ତି, ଚଳିତ ଜୁଲାଇ ମାସରେ ବୋଲଗଡ ବ୍ଲକ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଆଗକୁ ଭଲ ବର୍ଷା ହେବାର ଆଶା ରହିଛି । ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ ନିଅଣ୍ଟିଆ ବର୍ଷା କାରଣରୁ ବ୍ଲକ ଅଞ୍ଚଳର ପ୍ରାୟ ୬ ହଜାର ହେକ୍ଟର ଧାନବୁଣା ଜମିରେ ବେଉଷଣ କାର୍ଯ୍ୟ ଆଗେଇ ପାରିନାହଁ। ସେହିପରି ଧାନ ରୁଆ ପାଇଁ ଲକ୍ଷ୍ୟ ରଖାଯାଇଥିବା ମୋଟ ୩ ହଜାର ୨ଶହ ହେକ୍ଟର ଜମି ମଧ୍ୟରୁ ବର୍ଷା ଅଭାବ ଯୋଗୁ ମାତ୍ର ୩୦ହେକ୍ଟର ଜମିରେ ରୁଆ କାର୍ଯ୍ୟ ହୋଇପାରିଛି। କୃଷି କର୍ମଚାରୀମାନେ ସବୁବେଳେ ଚାଷଜମି ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ ବୈଷୟିକ ପରାମର୍ଶ ଦେଉଛନ୍ତି ବୋଲି ମିଶ୍ର ସୂଚନା ଦେଇଥିଲେ। ତେବେ ଅନିଶ୍ଚିତ ମୌସୁମିକୁ ସମ୍ପୂର୍ଣ୍ଣ ଭରସା ନ କରି ଚାଷ କାର୍ଯ୍ୟ ନିମନ୍ତେ ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେବାକୁ ଚାଷୀମାନେ ଦାବି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri