କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା

ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ଆଦୃତି ଲାଭ କରିପାରିଛି। ପଦ୍ମାଦ୍ରୀ ଓ ବ୍ରହ୍ମାଦ୍ରୀ ପାହାଡ଼ ଉପରେ ବିରାଜିତ ନୀଳମାଧବଜୀଉ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହ ନୀଳମାଧବ ଜୀଉଙ୍କ ଦର୍ଶନ ପାଇଁ ଦୈନିକ ଶତାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଆବଶ୍ୟକ ସୁବିଧା ସୁଯୋଗ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ପର୍ଯ୍ୟଟନ ସ୍ଥଳକୁ ଦେଖିଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ପୀଠର ବିକାଶ ପାଇଁ କେତେ ଯତ୍ନବାନ ତାହା ଜାଣି ହୁଏ। ଉକ୍ତ ପୀଠ ରାଜଧାନୀ ଭୁବନେଶ୍ୱରଠାରୁ ୮୦ କିଲୋ ମିଟର ଏବଂ ନୟାଗଡଠାରୁ ମାତ୍ର ୩୦ କିଲୋ ମିଟର ଦୂରରେ ଅବସ୍ଥିତ। ଯାତ୍ରୀମାନେ ନୀଳମାଧବ ଜୀଉଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ହନୁମନ୍ତ ପ୍ରସାଦର ଶ୍ରୀରାମ ଆଶ୍ରମ ଓ ପାହାଡ ଉପରୁ ନିର୍ଗତ ଝରଣା, ଏକ କିଲୋମିଟର ଦୂରରେ ଥିବା ମା’ ନାରାୟଣୀ ପୀଠ ଦର୍ଶନରେ ଯାଇଥାନ୍ତି। ପରେ ପର୍ଯ୍ୟଟକମାନେ ପାହାଡ଼ ପର୍ବତ ଓ ମହାନଦୀର ପ୍ରାକୃତିକ ଦୃଶ୍ୟ ଉପଭୋଗ ପାଇଁ ଏହି ନୀଳମାଧବ ପୀଠରେ ଅଟକି ଯାଆନ୍ତି। ହେଲେ ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ବିଶ୍ରାମାଗାରଟିଏ ନାହିଁ। ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ହେବ କଣ୍ଟିଲୋ ଠାରୁ ଏକ କିଲୋମିଟର ଦୂର ଏକ ପାହାଡ ଉପରେ ନିର୍ମାଣ କରାଯାଇଥିବା ପାନ୍ଥଶାଳା ଆରମ୍ଭରୁ ଅକାମୀ ହୋଇପଡିଛି। ଆଲୋକ ଓ ପାଣିର ବ୍ୟବସ୍ଥା ନ ଥିବାରୁ ଭୂତକୋଠି ପ୍ରାୟ ହୋଇଛି ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେହିପରି ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକମାନଙ୍କୁ ବଜାରରେ ବିକ୍ରି ହେଉଥିବା ପାଣି ଉପରେ ନିର୍ଭର କରିବାକୁ ପଡୁଛି। କଣ୍ଟିଲୋ ଗ୍ରାମ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଯାଇଥିବା ଏକ ଧର୍ମଶାଳାରେ ଆଲୋକ କିମ୍ବା ପାଣିର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଯାତ୍ରୀମାନେ ଏଠାରେ ରହିବାକୁ ଉଚିତ ମନେ କରୁ ନାହାନ୍ତି। ଅନ୍ୟ ପକ୍ଷରେ ଏହି ପୀଠରେ ଶୌଚ କିମ୍ବା ପରିସ୍ରା ଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏ ନେଇ ଯାତ୍ରୀମାନେ ବିଶେଷ କରି ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କଂସା ପିତ୍ତଳ ବାସନ ଶିଳ୍ପ ତଥା କାରିଗରମାନଙ୍କ ଉନ୍ନତି ଓ ବିକାଶ ନିମନ୍ତେ ଏକ ପିତ୍ତଳ ଶିଳ୍ପ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ତାହା କିନ୍ତୁ ଏବେ ଦେବୋତ୍ତର ବିଭାଗ କାର୍ଯ୍ୟରେ ଲାଗିଛିି। ଏହା ସତ୍ତ୍ୱେ ପର୍ଯ୍ୟଟନସ୍ଥଳୀ ଓ କଂସା ପିତ୍ତଳ ବାସନ ଶିଳ୍ପ ବିଷୟରେ ଜାଣିବା ପାଇଁ ଲିଫ୍‌ଲେଟର ବ୍ୟବସ୍ଥା କରାଯାଉନାହିଁ। ଫଳରେ ପର୍ଯ୍ୟଟକମାନେ ଏସବୁ ଅଞ୍ଚଳ ସମ୍ପର୍କରେ କୌଣସି ସୂଚନା ପାଇପାରୁ ନାହାନ୍ତି। ଅପରପକ୍ଷେ ଯାତ୍ରୀ ଓ ପର୍ଯ୍ୟଟକମାନେ ନିଜ ନିଜର ଯାନବାହନଗୁଡିକ ପାର୍କିଂ କରିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ସେହିପରି ମହାନଦୀରେ ନୌକାରେ ବୁଲିବା ସମୟରେ ପାହାଡ ଓ ନଦୀ କୂଳ ବାଲୁକା ପଠାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ପର୍ଯ୍ୟଟକମାନେ ଅତିଷ୍ଠ ହେଉଥିବା ଅନେକେ ଅଭିଯୋଗ କରୁଛନ୍ତି। ଏଠାରେ ରୋପୱେର ବ୍ୟବସ୍ଥା ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ପାହାଡ଼ ଚଢି ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ସୃଷ୍ଟି ହେଉଛି ା ଅନେକ ଯାତ୍ରୀ ପ୍ରାୟ ପ୍ରତି ବର୍ଷ ବିଭିନ୍ନ ସମୟରେ ଏହି ପୀଠକୁ ଆସିଥାନ୍ତି , ମାତ୍ର ସେମାନଙ୍କ ଅଭିଯୋଗ ୧୦/୧୫ ବର୍ଷ ପୂର୍ବେ ଏହି ପୀଠର ପରିବେଶ ଯାହାଥିଲା ଏବେ ସେହି ଅବସ୍ଥା। କେବଳ ରାସ୍ତାଘାଟର ଅବସ୍ଥା ଯାହା ଟିକିଏ ଉନ୍ନତି ଘଟିଛି ବୋଲି ସେମାନେ ମତ ପ୍ରକାଶ କରୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀର ଅବସ୍ଥା ଯଦି ଆଗକୁ ଏହିପରି ରହେ ତେବେ ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri